ରାଶିଫଳ

ରାଶିଫଳ : ଜାଣନ୍ତୁ ରାଶି ଅନୁସାରେ କିପରି କଟିବ ମହିଳାଙ୍କ ପାଇଁ ଦିନ

ମେଷ: ମନ ପ୍ରସନ୍ନ ରହିବ । ନିଜ ଉପରେ ଆତ୍ମବିଶ୍ୱାସ ରହିବ । ଧନ ପ୍ରାପ୍ତି ହୋଇପାରେ । ସାଙ୍ଗର ସାହାଯ୍ୟ ମିଳିବ । ମାନସିକ ଶାନ୍ତି ରହିବ । ବାପାମାଆଙ୍କ ସହ ଦିନଟି ଭଲ ରହିବ । କିଛି କାମରେ ବାଧା ସୃଷ୍ଟି ହୋଇପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ବୃଷ: ବାଣୀରେ ମଧୁରତା ରହିବ । ଚାକିରିରେ ଉନ୍ନତି ମିଳିପାରେ । ଦୂର ଯାତ୍ରା କରିପାରନ୍ତି । ପରିବାର ଠାରୁ ଦୂରେଇ ପାରନ୍ତି । ପାରିବାରିକ ଜୀବନରେ କଠିନ ପରିସ୍ଥିତି ଆସିପାରେ । ଛାତ୍ରଛାତ୍ରୀଙ୍କୁ ଆଜି ସଫଳତା ମିଳିପାରେ । ଆଜି ଆପଣ କଥାବାର୍ତ୍ତା ଠିକ୍‌ ରଖନ୍ତୁ ।

ମିଥୁନ: ନିଜ ଭାବନାକୁ ଆୟତରେ ରଖିବେ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ଧନ ଲାଭ ହୋଇପାରେ । ଆଜି ଅଧିକ କ୍ରୋଧିତ ହୋଇପାରନ୍ତି । ଖର୍ଚ୍ଚ ଯୋଗୁ ଚିନ୍ତତ ହୋଇପାରନ୍ତି । ପରିବାରରେ ସୁଖ ଶାନ୍ତି ରହିବ । କୌଣସି କାମ ଯୋଗୁ ଠକାମିରେ ପଡି ପାରନ୍ତି ।

କର୍କଟ: ନିଜ ଉପରେ ଆତ୍ମବିଶ୍ୱାସ ରହିବ । କାମର ଭଲ ପରିଣାମ ମିଳିବ । କିଛି ଜିନିଷ ପ୍ରତି ରୁଚି ବଢି ପାରେ । କାହାର ସହଯୋଗ ମିଳିବ । ଆୟର ସ୍ଥିତି ଠିକ୍‌ ଠାକ୍‌ ରହିବ । ବ୍ୟବସାୟରେ କିଛି କ୍ଷତି ହୋଇପାରେ  । ସ୍ୱାସ୍ଥ୍ୟ ଠିକ୍‌ ଠାକ୍‌ ରହିବ । ଧାର୍ମିକ କାର୍ଯ୍ୟରେ ରୁଚି ରହିବ ।

ସିଂହ: ଚାକିରିରେ ଉନ୍ନତି ହୋଇପାରେ । ଆୟରେ ବୃଦ୍ଧି ହୋଇପାରେ । ଖର୍ଚ୍ଚ ବଢିପାରେ । ଘରେ ସୁଖ ମିଳିବ । ମନ ଅସାନ୍ତ ରହିବ । ଆଜି ଅଧିକ କ୍ରୋଧିତ ରହିବେ । ପୁରୁଣା ବନ୍ଧୁ ସହ ଭେଟ ହୋଇପାରେ । ବାହାରକୁ ଯାତ୍ରା କରିପାରନ୍ତି ।

କନ୍ୟା: ମସ୍ତିଷ୍କ ଶାନ୍ତ ରଖିବେ । ବ୍ୟବସାୟରେ ବୃଦ୍ଧି ହୋଇପାରେ । କୌଣସି କାମରେ ଲାଭ ମିଳିବ । ସାଙ୍ଗର ସାହାଯ୍ୟ ମିଳିବ ।  ଜୀବନସାଥି ସହ କଳହ ସୃଷ୍ଟି ହୋଇପାରେ । କାର୍ଯ୍ୟ ପାଇଁ ଚିନ୍ତିତ ରହିବେ । ଖର୍ଚ୍ଚ ବଢିପାରେ ।

ତୁଳା: କଥାବାର୍ତ୍ତ ଠିକ୍‌ ରଖନ୍ତୁ । ଚାକିରିରେ ଆଗକୁ ଯାଇ ପାରନ୍ତି । ଆୟରେ ବୃଦ୍ଧି ହୋଇପାରେ । କୌଣସି କାମକୁ ଧୌର୍ଯ୍ୟର ସହ କରିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ନିଜ ଉପରେ ଆତ୍ମବିଶ୍ୱାସ ରହିବ । ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ । ମାତାପିତାଙ୍କ ଦ୍ୱାରା ଆର୍ଥିକ ସାହାଯ୍ୟ ମିଳିବ ।

ବିଛା: ଅଧିକ ଖର୍ଚ୍ଚ ଯୋଗୁ ଚିନ୍ତିତ ରହିବେ । ମାଆବାପାଙ୍କ ସାହାଯ୍ୟ ମିଳିବ । ସାଙ୍ଗ ସହ ବାହାରକୁ ଯାଇ ପାରନ୍ତି । ନିଜ ଉପରେ ଆତ୍ମବିଶ୍ୱାସ ରହିବ । ମନ ଅଶାନ୍ତ ରହିବ । ପୁରୁଣ ସାଙ୍ଗ ସହ ଭେଟ ହୋଇପାରେ । ଚାକିରିରେ ପରିବର୍ତ୍ତନ ଆସିପାରେ ।

ଧନୁ: ମନ ଅଶାନ୍ତି ରହିବ । ଚାକିରି ପାଇଁ ପରୀକ୍ଷା ଥିଲେ ସଫଳତା ମିଳିବ । ମାଆଙ୍କ ସ୍ୱାସ୍ଥ୍ୟରେ ଧ୍ୟାନ ଦେବାକୁ ପଡିବ, ନଚେତ ଖରାପ ହୋଇପାରେ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ରହିଛି । ଘରେ ମାଙ୍ଗଳିକ କାମ ହୋଇପାରେ । ଭାଇ ଓ ଭଉଣୀ ସହ ଝଗଡା ହୋଇପାରେ ।

ମକର: ଲୋକଙ୍କ ସହ କଥାବାର୍ତ୍ତା ଠିକ୍‌ ରଖିବା ଉଚିତ୍‌ । କଳାତ୍ମକ କାର୍ଯ୍ୟରେ ରୁଚି ବଢିପରେ । ଚାକିରି ମଳିବାର ସମ୍ଭାବନା ରହିଛି । ଅଳ୍ପ ଚିଡିଚିଡା ରହିବେ । ଚକିରି ପାଇଁ ଚିନ୍ତିତ ରହିବେ । ମାନସିକ ଶାନ୍ତି ରହିବ । ଭଉଣୀ ସହ ସମୟ କାଟିବେ ।

କୁମ୍ଭ: ପାଠପଢାରେ ରୁଚି ବଢିବ । ବ୍ୟବସାୟରେ ଭାଇ କିମ୍ବା ଭଉଣୀଙ୍କର ସାହାଯ୍ୟ ମିଳିପାରେ । ମନ ପ୍ରସନ୍ନ ରହିବ । କୌଣସି କାରଣରୁ ମନ ଦୁଃଖ ରହିପାରେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଠିକ୍‌ ହୋଇଯିବ । ସାଙ୍ଗର ସାହାଯ୍ୟ ମଳିପାରେ ।

ମୀନ: ମନରେ ଆଶା- ନିରାଶା ଭାବନା ଆସିପାରେ । ପରିବାରର ସମସ୍ୟା ଯୋଗୁ ଚିନ୍ତିତ ରହିବେ । ଅଧିକ ଖର୍ଚ୍ଚ ହୋଇପାରେ । ବ୍ୟବସାୟରେ କିଛି କ୍ଷତି ହୋଇପାରେ । ଆଜି ଅଧିକ କ୍ରୋଧିତ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

D Sonali

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

24 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

39 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

54 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago