ଆଜିର ରାଶିଫଳ: ଖର୍ଚ୍ଚ ବଢ଼ିବ, ସଞ୍ଚୟ କମିବ; ଜାଣନ୍ତୁ ଆଜି କେଉଁ ରାଶି କ’ଣ କହୁଛି

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଉତ୍ତମ ରହିବ । ସୃଜନଶୀଳ କାର୍ଯ୍ୟରେ ଭଲ ପ୍ରଦର୍ଶନ କରିବେ । ନିଜ ଖର୍ଚ୍ଚକୁ ସୀମିତ କରିବାକୁ ପଡ଼ିବ ।

ବୃଷ: ନିଜର ପାରିବାରିକ ସମସ୍ୟା ପ୍ରତି ଦୃଷ୍ଟି ଦେବେ । ଅଧା ପଡ଼ିଥିବା କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । କିଛି ପୁରୁଣା ଭୁଲରୁ ଶିକ୍ଷା ମିଳିବ ।

ମିଥୁନ: ପ୍ରତିକୂଳ ପରିସ୍ଥିତିରେ ଧୌର୍ଯ୍ୟ ଧରିବାକୁ ପଡ଼ିବ । ନିଜ ରୋଜଗାରର କିଛି ଅଂଶ ଗରିବଙ୍କୁ ଦାନ କରନ୍ତୁ । ଜଣେ ପୁରୁଣା ବନ୍ଧୁଙ୍କୁ ଭେଟିବେ ।

କର୍କଟ: ବ୍ୟବସାୟ ଦୃଷ୍ଟିରୁ ଦିନଟି ଭଲ ହେବାକୁ ଯାଉଛି । ଆପଣଙ୍କ ଖୁସିର ସୀମା ରହିବ ନାହିଁ । ଘରୋଇ ଜୀବନରେ ଖର୍ଚ୍ଚ କମାଇବାକୁ ପଡ଼ିବ ।

ସିଂହ: ଆଜିର ଦିନଟି ପ୍ରେମମୟ ହେବ । ନିଜ ବୁଦ୍ଧି ସହିତ କିଛି ହାସଲ କରିପାରନ୍ତି । ସହଯୋଗର ଭାବନା ଆପଣଙ୍କ ମନରେ ରହିବ ।

କନ୍ୟା: ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ । ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ଭଲ ହେବ । କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।

ତୁଳା: ଆଜି କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଆପଣଙ୍କ ଭିତରେ ସ୍ଥିରତାର ଭାବନା ରହିବ । କିଛି ସରକାରୀ କାର୍ଯ୍ୟରେ ଆଗ୍ରହ ଦେଖାଇବେ ।

ବିଛା: ବ୍ୟବସାୟ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିପାରନ୍ତି । ବାହାର ଲୋକଙ୍କଠାରୁ କୌଣସି ପରାମର୍ଶ ନିଅନ୍ତୁ ନାହିଁ । ଲାଭ ମିଳିବ ।

ଧନୁ: କିଛି ବିଳାସପୂର୍ଣ୍ଣ ଜିନିଷ କିଣାକିଣି କରିପାରନ୍ତି । ଛାତ୍ରମାନଙ୍କୁ ନିଜ ଶିକ୍ଷା ବିଷୟରେ ବରିଷ୍ଠ ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ପଡ଼ିବ ।

ମକର: ଦିନଟି ଏକ ଖୁସିର ଦିନ ହେବାକୁ ଯାଉଛି । ଘର ପାଇଁ ନୂତନ ଜିନିଷ କିଣିପାରନ୍ତି । ଅବିବାହିତମାନେ ସେମାନଙ୍କ ସାଥୀଙ୍କୁ ଭେଟିବେ ।

କୁମ୍ଭ: ଘରୋଇ ଜୀବନରେ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ । ନିଜର କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ । ନିଜ ଲକ୍ଷ୍ୟ ହାସଲ କରିବେ ।

ମୀନ: ଆଜି ଆପଣ କଠିନ ପରିଶ୍ରମ କରିବେ । କର୍ମକ୍ଷେତ୍ରରେ ଅନ୍ୟଠାରୁ ସହଯୋଗ ମିଳିବ । ସୃଜନଶୀଳ କାର୍ଯ୍ୟରେ ବହୁତ ବ୍ୟସ୍ତ ରହିବେ ।

You might also like