ଜାଣନ୍ତୁ କେଉଁ ରାଶିଙ୍କର କିପରି କଟିବ ଦିନ, ଆଜିର ଭାଗ୍ୟଫଳ

ମେଷ : ମନ ଖୁସି ରହିବ । ଚାକିରିରେ ଉନ୍ନତି ହେବ । ରୋଜଗାର ବଢ଼ିବ । ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ । ଖର୍ଚ୍ଚ ବୃଦ୍ଧି ପାଇବ ।

ବୃଷ : ଦୌଡ଼ାଦୌଡ଼ି ଅଧିକ କରିବେ । ସାଙ୍ଗମାନଙ୍କ ସହଯୋଗ ମିଳିବ । ମନ ପ୍ରସନ୍ନ ରହିବ । କାର୍ଯ୍ୟକ୍ଷେତ୍ରରେ ସଂଘର୍ଷ କରିବାକୁ ପଡ଼ିପାରେ ।

ମିଥୁନ : ମନରେ ଶାନ୍ତି ରହିବ । ଚାକିରିରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ଚାକିରିରେ ଆୟ ବଢ଼ିବ । ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟ ପୂରା ହେବ ।

କର୍କଟ : ବାଣୀରେ ମଧୁରତା ରହିବ । ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ଧାର୍ମିକ କାର୍ଯ୍ୟରେ ବ୍ୟସ୍ତତା ବଢ଼ିପାରେ । ଧନଲାଭର ଯୋଗ ରହିଛି । ଆୟ ବଢ଼ିବ ।

ସିଂହ : କଥାବାର୍ତ୍ତାରେ ସନ୍ତୁଳନ ବଜାୟ ରଖନ୍ତୁ । ଲେଖାଲେଖି କାର୍ଯ୍ୟରେ ବ୍ୟସ୍ତ ରହିବେ । ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯିବାର ଯୋଜନା ହୋଇପାରେ ।

କନ୍ୟା : ମନରେ ଆତ୍ମବିଶ୍ୱାସ ଭରପୂର ରହିବ । ମା’ଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ମାନ ସମ୍ମାନ ପ୍ରାପ୍ତି ହେବ । ସାଙ୍ଗମାନଙ୍କ ସହ ଭେଟ ହେବ । ଖର୍ଚ୍ଚ ବୃଦ୍ଧି ପାଇବ ।

ତୁଳା : ଶୈକ୍ଷିକ କାର୍ଯ୍ୟରେ ମନ ଲାଗିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ଲାଭର ଅବସର ମିଳିବ । ସମ୍ପତ୍ତି ବିସ୍ତାର ହୋଇପାରେ ।

ବିଛା : କ୍ରୋଧରୁ ଦୂରେଇ ରୁହନ୍ତୁ । ବାହନ ସୁଖ ବଢ଼ିପାରେ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ । ସଞ୍ଚିତ ଧନ ବଢ଼ିବ ।

ଧନୁ : ବ୍ୟବସାୟ ବଢ଼ିବ । ବିଦେଶ ଯାତ୍ରାର ଯୋଗ ରହିଛି । ପରିବାରର ସାଥ୍‌ ମିଳିବ । ମନରେ ଆତ୍ମବିଶ୍ୱାସ ବଢ଼ିବ । ମିଠା ଖାଦ୍ୟ ପ୍ରତି ରୁଚି ବଢ଼ିବ ।

ମକର : ଅତି ଉତ୍ସାହିତ ହୁଅନ୍ତୁ ନାହିଁ । ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ । ସାଙ୍ଗମାନଙ୍କ ସହଯୋଗ ମିଳିବ । ଚିନ୍ତାରୁ ଦୂରେଇ ରୁହନ୍ତୁ ।

କୁମ୍ଭ : ମନ ପ୍ରସନ୍ନ ରହିବ । ପୋଷାକ ପ୍ରତି ରୁଚି ବଢ଼ିପାରେ । ପାରିବାରିକ ଜୀବନ ସୁଖମୟ ହେବ । ମା’ଙ୍କ ଆଶୀର୍ବାଦ ମିଳିବ । ଆୟ କମ୍‌, ଖର୍ଚ୍ଚ ଅଧିକ ହୋଇପାରେ ।

ମୀନ : ଅତିରିକ୍ତ କ୍ରୋଧରୁ ଦୂରେଇ ରୁହନ୍ତୁ । ବ୍ୟବସାୟରେ ପରିବର୍ତ୍ତନ ଯୋଗ ରହିଛି । ମାନ ସମ୍ମାନ ପ୍ରାପ୍ତି ହେବ । ମନରେ ଅସନ୍ତୋଷର ଭାବ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like