ଆଜି କେମିତି ରହିବ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କେଉଁ ରାଶିଙ୍କର ହେବ ମନୋକାମନା ପୂରଣ

ମେଷ: ଆଜି ଆପଣ ବହୁତ ଭଲ ମୁଡ୍‌ରେ ରହିବେ। ତାଜା ରହିବା ପାଇଁ ଭଲ ଭାବରେ ବିଶ୍ରାମ ନିଅନ୍ତୁ। ଆତ୍ମସଂଯମ ରଖନ୍ତୁ। ବାପାଙ୍କ ସହ ମତଭେଦ ହୋଇପାରେ। ଘର ସୁଖ ବଢ଼ିବ। ସାଙ୍ଗମାନଙ୍କର ସହଯୋଗ ମିଳିବ। ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବାର ପ୍ରବଳ ସମ୍ଭାବନା ରହିଛି।

ବୃଷ: ଆଜିର ଦିନ ଉତ୍‌ଥାନ-ପତ୍ତନରେ ଭରି ରହିବ। ଆପଣଙ୍କର ଖର୍ଚ୍ଚରେ ଯେଉଁ ବୃଦ୍ଧି ଚାଲିଥିଲା, ସନ୍ଧ୍ୟା ସୁଦ୍ଧା ତାହା ହ୍ରାସ ପାଇବ। ଆଜି ଆପଣ ଦାମ୍ପତ୍ୟ ଜୀବନ ଭଲ ଭାବରେ ବିତାଇବେ ଏବଂ ସନ୍ଧ୍ୟା ସମୟରେ ନିଜ ଜୀବନସାଥୀଙ୍କୁ ଧରି କେଉଁଆଡ଼େ ରାତ୍ରି ଭୋଜନ ପାଇଁ ଯାଇପାରନ୍ତି।

ମିଥୁନ: ଆଜି ଆପଣଙ୍କ ଦିନ ଭଲ ରହିବ। ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାଙ୍ଗମାନଙ୍କଠାରୁ ସାହାଯ୍ୟ ମିଳିପାରେ। କିଛି ଦିନରୁ ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିପାରେ। ଛାତ୍ରମାନଙ୍କ ପାଇଁ ଆଜିର ଦିନ ଭଲ ପରିଣାମ ନେଇ ଆସିପାରେ।

କର୍କଟ: ଆଜି ଆପଣ କୌଣସି ଧାର୍ମିକ ସ୍ଥାନ ପରିଦର୍ଶନ କରିବାକୁ ଯାଇପାରନ୍ତି। ତଥାପି ସ୍ୱାସ୍ଥ୍ୟର ଯତ୍ନ ନେବେ। ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ଆଜିର କାର୍ଯ୍ୟଭାର ଆପଣଙ୍କ ପାଇଁ ଅଧିକ ରହିବ। ପରିବାର ସଦସ୍ୟଙ୍କ ସହ ବିବାଦରୁ ଦୂରେଇ ରୁହନ୍ତୁ। ନୂଆ ବନ୍ଧୁ ସୃଷ୍ଟି ହେବେ।

ସିଂହ: ଆଜି ଆପଣ ନିଜ ଦମ୍‌ରେ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିବେ, ଯେଉଁ କାରଣରୁ ଆପଣଙ୍କ ମନୋବଳ ଦୃଢ଼ ହେବ। ଆଜି କରିଥିବା ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଆପଣଙ୍କୁ ପରିବାରର ସାନ ସଦସ୍ୟଙ୍କଠାରୁ ଅନେକ ସହଯୋଗ ଏବଂ ସମର୍ଥନ ମିଳିବ।

କନ୍ୟା: ଆଜି ଆପଣ ଦିନ ଭଲ ରହିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଆପଣଙ୍କର ଆତ୍ମବିଶ୍ୱାସ ସ୍ତର ମଧ୍ୟ ବୃଦ୍ଧି ପାଇବ। ପରିବାରର ସମସ୍ତଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ହେବ। ରିସର୍ଚ୍ଚ କାର୍ଯ୍ୟରେ ଆପଣଙ୍କ ରୁଚି ବଢ଼ିବ।

ତୁଳା: ଆଜି ଆପଣଙ୍କ ବିରୋଧ ମଧ୍ୟ ବନ୍ଧୁତ୍ୱର ହାତ ବଢ଼ାଇବେ। ଆଜି କୌଣସି ପଡ଼ୋଶୀଙ୍କ ବ୍ୟବହାର ଆପଣଙ୍କୁ ଆଘାତ ଦେଇପାରେ। ଆପଣ ତାଙ୍କ କଥାକୁ ଅଣଦେଖା କରିବାକୁ ଚେଷ୍ଟା କରନ୍ତୁ। ସମୟ ସହିତ ବ୍ୟବହାର ବଦଳିବ। ଆଜି ଆପଣ ସମୟର ଭଲ ଉପଯୋଗ କରିବେ।

ବିଛା: ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ଆଣିବ। ଖରା, ଛାଇର ସ୍ଥିତି ନିର୍ମାଣ କରିବ। ସନ୍ଧ୍ୟା ହେବା କ୍ଷଣି ସ୍ଥିତି ବଦଳିଯିବ। ସ୍ୱାସ୍ଥ୍ୟରେ ସୁଧାର ହେବ ଏବଂ ଖର୍ଚ୍ଚ ହ୍ରାସ ପାଇବ।

ଧନୁ: ଆଜି ଆପଣଙ୍କ ପାଇଁ ଦିନଟି ଉତ୍ତମ ରହିବ। ଆପଣ କୌଣସି କାମରେ ବେଷ୍ଟ୍‍ ପରଫର୍ମାନ୍ସ ଦେବା ପାଇଁ କିଛି ନୂଆ କରିବେ। କ୍ୟାରିୟରରେ ଉନ୍ନତିର ଯୋଗ ରହିବ। କୌଣସି କାମ ପୂରଣ ହେବା ଦ୍ୱାରା ଆପଣଙ୍କୁ ଖୁସି ଲାଗିବ। ଏଥି ସହିତ ସମସ୍ତେ ଆପଣଙ୍କ କଥାକୁ ଧ୍ୟାନର ସହ ଶୁଣିବେ।

ମକର: ଆପଣ ଯଦି ଚାକିରି ଖୋଜୁଛନ୍ତି, ତା’ ହେଲେ ଆପଣଙ୍କୁ ସଫଳତା ମିଳିବାର ଭଲ ଅବସର ରହିବ। କିନ୍ତୁ ସ୍ଥିରତା ଆସିବାରେ ଆହୁରି ସମୟ ଲାଗିବ। ଗୁଜବଠାରୁ ଦୂରରେ ରୁହନ୍ତୁ। ଆଜି ଆପଣ ଶକ୍ତିରେ ଭରପୂର ରହିବେ। କମ୍ ସମୟ ମଧ୍ୟରେ କାମକୁ ପୂରା କରିବେ।

କୁମ୍ଭ: ଭାଗ୍ୟ ଆପଣଙ୍କ ସହିତ ରହିବ। ଯେଉଁ କାମକୁ ଆପଣ ହାତକୁ ନେବେ, ତାହାକୁ ପୂରା କରିବାରେ ଆପଣଙ୍କୁ ସଫଳତା ମିଳିବ। ଏହାସତ୍ତ୍ୱେ ଆପଣଙ୍କୁ ନିଜ କାମ ପ୍ରତି ବହୁତ ଧ୍ୟାନ ଦେବାକୁ ପଡ଼ିବ। କାହିଁକି ନା, ସାମାନ୍ୟ ଭୁଲ୍ ବି ଆପଣଙ୍କ କାମକୁ ବିଗାଡ଼ି ଦେଇପାରେ। ଆଜି ଆପଣଙ୍କ ବସ୍‌ ଆପଣଙ୍କ ଉପରେ ରାଗି ପାରନ୍ତି।

ମୀନ: ଆଜି ଆପଣଙ୍କ ଦିନ ବଢ଼ିଆ ରହିବ। ଆପଣ କୌଣସି ମନ୍ଦିର ଦର୍ଶନ ପାଇଁ ଯାଇପାରନ୍ତି। ଆପଣଙ୍କର କୌଣସି ଇଚ୍ଛା ଆଜି ପୂରଣ ହୋଇପାରେ। କିଛି ଲୋକଙ୍କଠାରୁ ଆପଣଙ୍କୁ ଶୁଭ କାମରେ ସାହାଯ୍ୟ ମିଳିପାରେ। ସମ୍ପର୍କରେ ବିଶ୍ୱାସ ବଜାୟ ରଖନ୍ତୁ। ଜୀବନସାଥୀଙ୍କଠାରୁ ଆପଣଙ୍କୁ ପୂରା ସହଯୋଗ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.