ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ କେମିତି ରହିବ ଦିନ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ।

ମେଷ : ଆଜି ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ଗୃହସ୍ଥ ଜୀବନରେ ଆନନ୍ଦ ଏବଂ ସନ୍ତୋଷ ଅନୁଭବ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ସମାଜରେ ମାନ-ସମ୍ମାନ ମିଳିବ। ଉଚ୍ଚ ପଦାଧିକାରିମାନଙ୍କ ଏବଂ ବୃଦ୍ଧମାନଙ୍କର କୃପା ଦୃଷ୍ଟି ରହିବ। ସନ୍ତାନମାନଙ୍କ ସନ୍ତୋଷଜନକ ପ୍ରଗତିରେ ଆନନ୍ଦ ଅନୁଭବ ହେବ।

ବୃଷ : ଗୃହସ୍ଥ ଜୀବନରେ ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ। ଆୟ ବୃଦ୍ଧିର ଯୋଗ ଅଛି। ଅଫିସ୍, ବ୍ୟବସାୟ କ୍ଷେତ୍ରରେ ଅନୁକୂଳ ବାତାବରଣ ରହିବ। ପ୍ରମୋସନ ମିଳିବାର ସମ୍ଭାବନା ଅଛି। ପାରିବାରିକ ସଦସ୍ୟମାନଙ୍କ ସହିତ ଖୁସିରେ ରହିବେ।

ମିଥୁନ : ଆଜି ଆପଣ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା ଲଢ଼ାଇ ଝଗଡ଼ାର ଆଶଂକା ଅଛି। ଖର୍ଚ୍ଚ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବା ଅତି ଆବଶ୍ୟକ ଅଟେ। ଧନ ସମ୍ବନ୍ଧିତ ଦେବା-ନେବାରେ ସାବଧାନ ରୁହନ୍ତୁ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଖରାପ ହୋଇପାରେ।

କର୍କଟ : ଆଜି ଆପଣଙ୍କ ଦିନ ଆମୋଦ-ପ୍ରମୋଦରେ ବିତିବ। ପ୍ରଣୟ ପାଇଁ ଆଜିର ଦିନ ଭଲ ଅଟେ। ମିତ୍ର ଏବଂ ପ୍ରିୟଜନ ଆପଣଙ୍କ ଯାତ୍ରାକୁ ଆନନ୍ଦରେ ଭରି ଦେବେ। ନୂଆ ବସ୍ତ୍ର କ୍ରୟ କରିବାର ଯୋଗ ଅଛି। ମନ ପ୍ରଫୁଲ୍ଲିତ ରହିବ।

ସିଂହ : ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ପୂର୍ବ ନିର୍ଦ୍ଧାରିତ କାମ ଆଡ଼କୁ ଆପଣଙ୍କ ପ୍ରୟାସ ରହିବ। ଆପଣଙ୍କ ବ୍ୟବହାର ନ୍ୟାୟପୂର୍ଣ୍ଣ ରହିବ। ଆଜି ଆପଣ ଧାର୍ମିକ ଏବଂ ମାଙ୍ଗଲିକ କାର୍ଯ୍ୟରେ ବ୍ୟସ୍ତ ରହିବାର ସଂଭାବନା ଅଛି। ଆଜି କ୍ରୋଧର ମାତ୍ରା ଅଧିକ ରହିବ, ଏଥିପାଇଁ ସାବଧାନ ରୁହନ୍ତୁ, ବାଣୀ ଉପରେ ନିୟନ୍ତ୍ରଣ ରଖିବେ।

କନ୍ୟା : ଆପଣ ଆଜି ପ୍ରତ୍ୟେକ କାମ ସରଳତାରେ ସଂପନ୍ନ କରି ପାରିବେ। ଚାକିରିରେ ଆପଣଙ୍କ ଉଚ୍ଚ ପଦାଧିକାରୀ ଖୁସି ରହିବେ। ଆପଣଙ୍କ ପ୍ରମୋଶନ ଯୋଗ ଅଛି। ଉଚ୍ଚ ଅଧିକାରୀମାନଙ୍କ ସହିତ ମହତ୍ଵ କଥାଗୁଡ଼ିକ ଉପରେ ଚର୍ଚ୍ଚା ହେବ। ପରିଜନମାନଙ୍କ ସହିତ ମୁକ୍ତ ମନରେ କଥାବାର୍ତ୍ତା ହେବ। ମାତାଙ୍କ ସହିତ ସମ୍ବନ୍ଧ ଭଲ ରହିବ, ସରକାରୀ ଲାଭ ହେବ ଏବଂ ସ୍ଵାସ୍ଥ୍ୟ ଭଲ ରହିବ।

ତୁଳା : ଆପଣଙ୍କ ଆଜିର ଦିନ ମଧ୍ୟମ ଫଳଦାୟୀ ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ବାଣୀରେ ନିୟନ୍ତ୍ରଣ ରଖିବେ। ଯାହାଫଳରେ ସଂଘର୍ଷ ଟାଳି ପାରିବେ। ଦୈନିକ କାର୍ଯ୍ୟରେ ବିଘ୍ନ ଆସିପାରେ। ସେଥିପାଇଁ କାର୍ଯ୍ୟ ସଂପନ୍ନ ହେବାରେ ସହାୟତା

ବିଛା : ଆପଣଙ୍କପାଇଁ ସମୟ ଶୁଭ ଅଟେ। ମନରେ ସମ୍ବେଦନଶୀଳତାର ମାତ୍ରା ଅଧିକ ରହିବ। ଶାରୀରିକ ଫୂର୍ତ୍ତିର ଅଭାବ ରହିବ। ମାନସିକ ବ୍ୟଗ୍ରତା ମଧ୍ୟ ରହିବ। ଧନ ଏବଂ କୀର୍ତ୍ତିର ହାନି ହେବ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ରହିବ।

ଧନୁ : ଆଜି ଆପଣ ପାରିବାରିକ ତଥା ସାମାଜିକ କଥାଗୁଡ଼ିକରେ ବିଶେଷ ଲିପ୍ତ ରହିବେ। ମିତ୍ରମାନଙ୍କସହ ଭେଟ ହେବ ଏବଂ ତାଙ୍କ ଖର୍ଚ୍ଚ କରିବାକୁ ପଡ଼ିବ। ରମଣୀୟ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ।

ମକର : ନୂଆ କାର୍ଯ୍ୟର ପ୍ରେରଣା ମିଳିବ ଏବଂ ଆପଣ ତାଙ୍କୁ ପ୍ରାରମ୍ଭ କରିପାରିବେ। କୌଣସି ଧାର୍ମିକ ସ୍ଥଳ ଯାତ୍ରାକରି ଆପଣଙ୍କ ମନ ଭକ୍ତିମୟ ହୋଇଯିବ। ଲମ୍ବା ଯାତ୍ରାର ଯୋଗ ଅଛି। ଦୂର ସ୍ଥିତ ସ୍ନେହୀଜନ କିମ୍ବା ମିତ୍ରମାନଙ୍କର ଶୁଭ ସମାଚାର ମିଳିବ।

କୁମ୍ଭ : ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗର ସହିତ ହେବ, ସ୍ଵାସ୍ଥ୍ୟରେ ଅଭିଯୋଗ ମଧ୍ୟ ରହିବ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନ ଭଲ ନୁହେଁ। ଆକସ୍ମିକ ଧନ ଖର୍ଚ୍ଚ ହେବ। ଆଜି ବାଦ-ବିବାଦ ହେବାରେ ମନମାଳିନ୍ୟ ହୋଇପାରେ। ଅତ୍ୟଧିକ କାମୁକତା ଆପଣଙ୍କ ମାନଭଂଗର କାରଣ ନବନୁ ଏହାର ଧ୍ୟାନ ରଖିବେ।

ମୀନ : ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ଆପଣଙ୍କ ମନକୁ ପ୍ରସନ୍ନ ରଖିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ।ଅଫିସରେ ମନମାଳିନ୍ୟର ଅବସର ଆସିପାରେ। ଏହା ପ୍ରତି ସାବଧାନ ରହିବା ଆବଶ୍ୟକ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.