ଆଜି ଏହି ରାଶିର ଲୋକେ ଶୁଭ ସମାଚାର ପାଇ ଖୁସି ରହିବେ, ଦୈନିକ ରାଶିଫଳ

ମେଷ : ସହକର୍ମୀଙ୍କ ସକ୍ରିୟ ସହଯୋଗରୁ କୌଣସି କାମ ଅଟକିବ ନାହିଁ । ଅଭାବ ପୂରଣ ଦିଗରେ କୌଣସି ଭଦ୍ର ମହିଳାଙ୍କ ସାହାଯ୍ୟ ଅର୍ଥାଭାବ ଜନିତ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବ । ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଶିକ୍ଷା, ପରୀକ୍ଷା, ସମ୍ପର୍କ ସ୍ଥାପନ, ଯୋଗାଯୋଗ କ୍ଷେତ୍ରରେ ସୁଫଳ ପାଇବେ ।

ବୃଷ : ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିପାରିବା ଯୋଗୁ ମାନସିକ ଶାନ୍ତି ଲଭିବେ । ପୂର୍ବ ଯୋଜନା ଅନୂଯାୟୀ ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କଲେ ଉପକୃତ ହେବେ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ । ଆପୋସ ଆଲୋଚନା ଦ୍ୱାରା ପାରିବାରିକ ସମସ୍ୟାର ସମାଧାନ ହୋଇପାରିବ ।

ମିଥୁନ : ଆଜି ନୂତନ କର୍ମାରମ୍ଭ,ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଦୂରଯାତ୍ରା ଓ ବନ୍ଧୁମିଳନ ଜନିତ ମନ ଏକପ୍ରକାର ଖୁସି ରହିବ । ପାରିବାରିକ ସ୍ଥିରତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ଅର୍ଥାଭାବ ଦୂରେଇଯିବ । କିନ୍ତୁ କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ । ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି ।

କର୍କଟ : ସ୍ବାସ୍ଥ୍ୟରେ ଉନ୍ନତି, ଗୃହ ନିର୍ମାଣ ଏବଂ ଜମିଜମା କାରବାରରେ ଅଗ୍ରଗତି ଘଟିବ । ଆନୁଷ୍ଠାନିକ କାର୍ଯ୍ୟକ୍ରମ, ସଭାସମିତି ଓ ପାରିବାରିକ ଦିଗରୁ ଅନୁକୂଳ ଫଳ ପାଇବେ । ଗବେଷଣା, ପ୍ରେସ୍‌ ପବ୍ଲିକେଶନ, ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରିବେ । ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି ।

ସିଂହ : ସାମାଜିକ ସ୍ତରରେ ସୁସମ୍ପର୍କ ହ୍ରାସ ଏବଂ ପରିବାରରେ ମତାନ୍ତରର ଆଶଙ୍କା ଦେଖାଦେଇପାରେ । ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ କିମ୍ବା ଜମିଜମା ସମ୍ବନ୍ଧୀୟ ସମସ୍ୟାର ସମାଧାନ ଆଶା କରାଯାଇପାରେ । ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ମାନସିକ ଅସ୍ଥିରତା ସୃଷ୍ଟିହେବ । ବ୍ୟବସାୟିକ ସ୍ଥିତି ଓ କଚେରି ମାମଲା ସମସ୍ୟା ନିୟନ୍ତ୍ରଣାଧୀନ ରହିବ ।

କନ୍ୟା : ଆଜି ସାହିତ୍ୟ,ସଙ୍ଗୀତ,ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ଖୁସି ମନାଇବେ । ସକାଳ ସମୟଟି ପ୍ରାୟତଃ ଭଲ ରହିବ ତଥାପି ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ । ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ । ସାମୟିକ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରି ରଖିପାରେ ।

ତୁଳା : ଭୁଲ୍‌ ବୁଝାମଣାଜନିତ ପାରିବାରିକ ବିଶୃଙ୍ଖଳା ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ । କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ବେଶି ସମୟ ସ୍ଥିର ଭାବରେ ରହିପାରିବେ ନାହିଁ । ଅବଶ୍ୟ ପ୍ରତିଯୋଗିତାରେ ସଫଳତା, ମାଲିମକଦ୍ଦମାରେ ବିଜୟ ଯୋଗୁ ମନ ଖୁସି ରହିବ । ବହୁତ ଦିନହେଲା ପାଇ ନଥିବା ଜିନିଷକୁ ବନ୍ଧୁଙ୍କ ସାହାଯ୍ୟରେ ପାଇପାରନ୍ତି ।

ବିଛା : ବନ୍ଧୁଙ୍କ ସହାୟତା ପାଇ ଚେଷ୍ଟା କରୁଥିବା କାମକୁ ସାକାର କରିପାରିବେ । ଭଲ ସମ୍ପର୍କ ନ ଥିବା ବ୍ୟକ୍ତି ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ । କର୍ମକ୍ଷେତ୍ରରେ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବେ । ସଭାସମିତିରେ ନିଷ୍ପତ୍ତି ବଦଳାଇବା ଫଳରେ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ ।

ଧନୁ : ଆପଣଙ୍କ କଥା ଓ କାମରେ ତାଳମେଳର ଅଭାବ ସମସ୍ୟା ସୃଷ୍ଟି କରିପାରେ । ବିବାଦୀୟ ଘଟଣା, ଗୃହ ନିର୍ମାଣ ଓ ପରିବହନରେ ସମସ୍ୟା ସମାଧାନରେ ସଫଳ ହେବେ । ନିଜସ୍ବ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ପଡ଼ିପାରେ । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଜୀବନରେ ତିକ୍ତତା ବୃଦ୍ଧିପାଇବ ।

ମକର : ସକାଳୁ କର୍ମାରମ୍ଭ ପାଇଁ ସଂକଟର ସମ୍ମୁଖୀନ ହୋଇପାରନ୍ତି । ରଚନାତ୍ମକ କାର୍ଯ୍ୟ, ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ । ଆର୍ଥିକ ଓ ପାରିବାରିକ ସ୍ଥିତି ପୂର୍ବବତ୍‌ ରହିବ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ଲୋକସମ୍ପର୍କ ଧିମାଗତିରେ ଚାଲିପାରେ ।

କୁମ୍ଭ : ଦିନଟିରେ ଅର୍ଥଲାଭ, ସ୍ବାଦିଷ୍ଟ ଭୋଜନ, ବନ୍ଧୁଙ୍କ ଆଦରସୋହାଗ ମନକୁ ପ୍ରଫୁଲ୍ଲିତ କରି ରଖିବ । ଯୁକ୍ତିଯୁକ୍ତ କଥା କହି ଅସ୍ବାଭାବିକ ପରିସ୍ଥିତିକୁ ସ୍ବାଭାବିକ କରିବାରେ ସମର୍ଥ ହେବେ । ରାଜନୀତି ତଥା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ । ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହୋଇପାରନ୍ତି ।

ମୀନ : ବିଭିନ୍ନ ସୁଖ ସମ୍ଭୋଗ ଓ ବିଳାସବ୍ୟସନର ସୁଯୋଗ ପାଇଲେ ମଧ୍ୟ ତାହା ଉପଭୋଗ୍ୟ ହୋଇ ନ ପାରେ । ଗୃହ, ଯାନ, ଯାନ୍ତ୍ରିକ ଜିନିଷ, ଅଳଙ୍କାର କିଣିବାକୁ ମନ ବଳାଇପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବଢ଼ିବ ଓ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହେବ । ଆର୍ଥିକ ସମସ୍ୟା ଓ ପିଲାମାନଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ଚିନ୍ତିତ ରହିବେ ।

You might also like