ଆଜି ଭାଗ୍ୟ ସାଥୀରେ ରହିବ, ଜାଣନ୍ତୁ ଆପଣଙ୍କ ରାଶି

ମହିଳା ଅଧିକାରୀଙ୍କ ସହଯୋଗ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଭାଇ, ଭଉଣୀଙ୍କ ସହଯୋଗ ନେବେ। ଆର୍ଥିକ ପକ୍ଷ ଦୃଢ଼ ହେବ।

ମେଷ: ମହିଳା ଅଧିକାରୀଙ୍କ ସହଯୋଗ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଭାଇ, ଭଉଣୀଙ୍କ ସହଯୋଗ ନେବେ।

ବୃଷ: ଆର୍ଥିକ ପକ୍ଷ ମଜଭୁତ ହେବ। ସୁଖଦ ସମାଚାର ମିଳିବ। ଉପହାର କିମ୍ବା ସମ୍ମାନରେ ବୃଦ୍ଧି ହେବ। ରଚନାତ୍ମକ ପ୍ରୟାସ ଫଳୀଭୂତ ହେବ।

ମିଥୁନ: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି। ଅଯଥାରେ ଚିନ୍ତାଗ୍ରସ୍ତ ରହିବେ। ଆର୍ଥିକ ମାମଲାରେ ସଚେତନ ରୁହନ୍ତୁ।

କର୍କଟ: ଜୀବନସାଥୀଙ୍କ ସହଯୋଗ ମିଳିବ। ମାଙ୍ଗଳିକ କାର୍ଯ୍ୟ ଦିଗରେ ସଫଳତା ମିଳିବ। ବ୍ୟବସାୟିକ ପ୍ରୟାସ ଫଳୀଭୂତ ହେବ।

ସିଂହ: ବିରୋଧୀ ସକ୍ରିୟ ରହିବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ।

କନ୍ୟା: ସନ୍ତାନର ଦାୟିତ୍ୱ ପୂରଣ କରିବେ। ଶିକ୍ଷା, ପ୍ରତିଯୋଗିତା କ୍ଷେତ୍ରରେ ଚାଲିଥିବା ପ୍ରୟାସ ସାର୍ଥକ ହେବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।

ତୁଳା: କୌଣସି ପାରିବାରିକ ସମସ୍ୟା କାରଣରୁ ଚିନ୍ତା ବଢ଼ିପାରେ। ଅଯଥାରେ ଚିନ୍ତା କରିବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ବିଛା: ପୁରୁଷାର୍ଥ ସାର୍ଥକ ହେବ। ମହିଳା ଅଧିକାରୀଙ୍କଠାରୁ ସହଯୋଗ ମିଳିପାରେ। ଭାଇ, ଭଉଣୀଙ୍କ ସମ୍ପର୍କ ମଜଭୁତ ହେବ।

ଧନୁ: ଆର୍ଥିକ ମାମଲାରେ ସୁଧାର ହେବ। ବ୍ୟବସାୟିକ ପ୍ରତିଷ୍ଠା ବଢ଼ିବ। ଧନ, ଯଶ, କୀର୍ତ୍ତି ବଢ଼ିବ। ସାମାଜିକ କାର୍ଯ୍ୟ ପ୍ରତି ଆକୃଷ୍ଠ ହେବେ।

ମକର: ନିଜ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ସାମାଜିକ ସ୍ତରରେ ପ୍ରତିଷ୍ଠା ବଢ଼ିବ। ସମ୍ପର୍କରେ ନିବିଡ଼ିତା ଆସିବ। ଆର୍ଥିକ ପ୍ରଗତି ହେବ।

କୁମ୍ଭ: ବିରୋଧୀ ପରାସ୍ତ ହେବେ। ବହୁ ପ୍ରତୀକ୍ଷିତ କାର୍ଯ୍ୟ ସମ୍ପନ୍ନ ହେବା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ।

ମୀନ: ପାରିବାରିକ ଜୀବନ ସୁଖମୟ ହେବ। ସନ୍ତାନର ଦାୟିତ୍ୱ ପୂରଣ ହେବ। ଆର୍ଥିକ କ୍ଷେତ୍ରରେ ସଫଳତା ପାଇବେ।