ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ ବ୍ୟବସାୟରେ ପଇସା ବିନିଯୋଗ କରନ୍ତୁ ନାହିଁ । ସୋସିଆଲ ମିଡିଆ ଜରିଆରେ ପୁରୁଣା ସାଙ୍ଗ ସହିତ କଥା ହେବେ ।

ବୃଷ: ନୂଆ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଆର୍ଥିକ ପକ୍ଷ ଦୃଢ଼ ହେବ । ଆଜି ଆପଣ ଯେଉଁ କାମ ପୂରା କରିବାକୁ ଚାହିଁବେ, ତାହା ପୂରା ହେବ । ଅଯଥା ଖର୍ଚ୍ଚ କମାଇଲେ ଭବିଷ୍ୟତ ପାଇଁ ପଇସା ସଞ୍ଚୟ କରିବାରେ ସହଜ ହେବ ।

ମିଥୁନ: ଆଜି କୌଣସି ସାଙ୍ଗଙ୍କୁ ସାହାଯ୍ୟ କରିପାରନ୍ତି । ଅଫିସରେ ଆପଣଙ୍କ କାମ ପ୍ରଶଂସିତ ହେବ । ପରିବାରରେ ଭଲ ତାଳମେଳ ରହିବ । ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ ।

କର୍କଟ: ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାଙ୍ଗଠାରୁ ସାହାଯ୍ୟ ପାଇବେ । ଅଟକି ରହିଥିବା ଟଙ୍କା ଫେରିପାଇବେ । ଛାତ୍ରମାନେ ପାଠପଢ଼ାରେ ପରିଶ୍ରମ କରିବେ । ଆର୍ଥିକ କ୍ଷେତ୍ରରେ ସ୍ଥିରତା ରହିବ ।

ସିଂହ: ପିଲାମାନଙ୍କ ସହିତ ପିକ୍‌ନିକ ଯାଇପାରନ୍ତି । ସନ୍ଧ୍ୟା ସୁଦ୍ଧା କିଛି ଭଲ ଖବର ପାଇବେ । ଘରର ପରିବେଶ ସୁଖଦ ହେବ । ଆଜିର ଦିନ ପୂର୍ବାପେକ୍ଷା ଅଧିକ ଭଲ ହେବ । ଛାତ୍ରମାନଙ୍କ ପାଇଁ ଦିନଟି ଭଲ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।

କନ୍ୟା: ଅବିବାହିତଙ୍କୁ ବିବାହର ଅଫର୍‌ ଆସିପାରେ । ପାରିବାରିକ କାର୍ଯ୍ୟ ପୂରା କରିବାରେ ଘର ଲୋକେ ସାହାଯ୍ୟ କରିବେ । ସମାଜର ଲୋକେ ଆପଣଙ୍କ ବ୍ୟକ୍ତିତ୍ୱରେ ସନ୍ତୁଷ୍ଟ ହେବେ ।

ତୁଳା: ଜୀବନସାଥୀଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ପ୍ରିୟ ବନ୍ଧୁଙ୍କ ସହ ଫୋନ୍‌ରେ ଏକ ଲମ୍ବା କଥାବାର୍ତ୍ତା ହେବ । କାର୍ଯ୍ୟରେ ସଫଳତା ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ । ପୁରୁଣା ସାଙ୍ଗଙ୍କୁ ଭେଟିବାର ସୁଯୋଗ ପାଇବେ ।

ବିଛା: ଆଜି ଆପଣ କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି । ନୂଆ ବସ୍ତ୍ର କିଣିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆଜି ମା’, ବାପାଙ୍କର ପୂର୍ଣ୍ଣ ସହଯୋଗ ପାଇବେ । ଜୀବନରେ ଆଗକୁ ବଢ଼ିବେ ।

ଧନୁ: ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ । ସାଥୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଦିନଟି ଲାଭଦାୟକ ରହିବ । ଛାତ୍ରମାନଙ୍କୁ ସଫଳତା ମିଳିବାର ଅବସର ପ୍ରାପ୍ତ ହେବ ।

ମକର: ଆଜି ଆପଣ ରିଲାକ୍ସ ଅନୁଭବ କରିବେ । କୌଣସି ମାମଲାରେ ବଡ଼ ନିର୍ଣ୍ଣୟ ନେବାକୁ ପଡ଼ିପାରେ । ଦିନଟି ବହୁତ ଭଲ । ଆଜି ଆପଣଙ୍କ ମନକୁ ନୂଆ ବିଚାର ଆସିବ ଝଗଡ଼ା ଠାରୁ ଦୂରେଇ ରହିବାକୁ ହେବ ।

କୁମ୍ଭ: ସମସ୍ତେ ଆପଣଙ୍କ କଥାକୁ ଯତ୍ନର ସହ ଶୁଣିବେ । ସ୍ୱାସ୍ଥ୍ୟ ମାମଲାରେ ନିଜକୁ ସତେଜ ଅନୁଭବ କରିବେ । କୌଣସି କାମ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ । ବିଚକ୍ଷଣ ବୁଦ୍ଧି ଯୋଗୁ ଆପଣଙ୍କୁ ପୁରସ୍କାର ମିଳିବାର ଯୋଗ ରହିଛି ।

ମୀନ: ନିଜ ଲୋକଠାରୁ ଖୁସି ଖବର ମିଳିପାରେ । ସାମାଜିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଆର୍ଥିକ ଲାଭ ପାଇଁ ପରିଶ୍ରମ କରିବେ । ଲେଖକମାନଙ୍କ ପାଇଁ ଦିନଟି ବହୁତ ଭଲ ରହିବ ।

Leave A Reply

Your email address will not be published.