ଆଜିର ଭାଗ୍ୟ ! ଏସବୁ ରାଶିର ବ୍ୟକ୍ତିଙ୍କର ଆଜି ରହିଛି ଶୁଭ ଯୋଗ

ମେଷ : ପାରିବାରିକ ଜୀବନରେ ସୁଖ ଶାନ୍ତି ଆସିବ। ବେପାରରେ ଲାଭ ହେବା ଯୋଗୁ ପ୍ରସନ୍ନ ରହିବେ। ଛାତ୍ରଛାତ୍ରୀ ପଢ଼ାରେ ଅଧିକ ଧ୍ୟାନ ଦେବେ। ପ୍ରତିଯୋଗିତାରେ ଭାଗ ନେବେ। ସ୍ତ୍ରୀଙ୍କୁ ଉପହାର ଦିଅନ୍ତୁ।

ବୃଷ : ମାନ ସମ୍ମାନ ବଢ଼ିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ସାଙ୍ଗମାନଙ୍କ ସହ ବୁଲାବୁଲି କରିପାରନ୍ତି। ପ୍ରେମ ମାମଲାରେ ସଫଳତା ମିଳିବ। ବାପାଙ୍କ ଠାରୁ ସାହାଯ୍ୟ ମାଗିପାରନ୍ତି।

ମିଥୁନ : ଆଜିର ଦିନ ଅତ୍ୟନ୍ତ ଶୁଭ ରହିବ। ସାମାଜିକ କ୍ଷେତ୍ରରେ ସମ୍ମାନ ବଢ଼ିବ। ଛାତ୍ରଛାତ୍ରୀ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ପରିବାରର କେହି ଏମିତି କାମ କରିବେ, ଯାହା ଘରର ସମ୍ମାନ ବଢ଼ାଇବ।

କର୍କଟ : ସାବଧାନ ରୁହନ୍ତୁ। ପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଆପଣଙ୍କ କଥାରେ କେହି ବିରକ୍ତ ହୋଇପାରେ।

ସିଂହ : ଦିନ ସାରା ମାନ୍ଦା ରହିବେ। ପରିବାରରେ କାହାର ବିବାହ ସ୍ଥିର ହେବ। ବେପାରରେ ଅଳ୍ପ ଉନ୍ନତି ହେବ। ଶ୍ୱଶୁର ଘର ଯାତ୍ରା କରିବେ। ଚାକିରି କରୁଥିବା ଲୋକଙ୍କ ଉପରେ କାମ ଚାପ ବଢ଼ିବ।

କନ୍ୟା : ନେଣଦେଣ କରୁଥିଲେ ସାବଧାନ ରୁହନ୍ତୁ। ନଚେତ ଲୋକ ଠକି ଦେଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଥିବା ସମସ୍ୟାର ଆଜି ସମାଧାନ ହୋଇଯିବ। ପରିଜନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଅଫିସରେ କେହି ମିଛ ଆରୋପ ଲଗାଇପାରେ।

ତୁଳା : ନୂଆ ବେପାର ଆରମ୍ଭ କରିବେ। ଏନେଇ କୌଣସି ଅନୁଭୂତି ସମ୍ପନ୍ନ ବ୍ୟକ୍ତିଙ୍କ ସାହାଯ୍ୟ ନିଅନ୍ତୁ। ଚାକିରିରେ କିଛିଟା ପରିବର୍ତ୍ତନ କରିପାରନ୍ତି। ବିଦ୍ୟାର୍ଥୀ ପରୀକ୍ଷାରେ ସଫଳ ହେବେ।

ବିଛା : ଆଜି ଦିନ ସାରା ପ୍ରସନ୍ନ ରହିବେ। ପୁରୁଣା ଝଗଡ଼ାରୁ ମୁକ୍ତି ମିଳିବ। କରଜ ଦେଇଥିଲେ ଆଜି ହିଁ ଫେରି ପାଇବେ। ସ୍ୱାସ୍ଥ୍ୟ ଭଲ ରହିବା କାରଣରୁ ସବୁ କାମ ସହଜରେ ହୋଇଯିବ। ପ୍ରମୋସନ ମିଳିପାରେ।

ଧନୁ : ଭାଗ୍ୟ ଦୃଷ୍ଟିକୋଣରୁ ଦିନଟି ଖୁବ ଭଲ। ଭାଗ୍ୟ ସାଥ ଦେବା ଯୋଗୁ ଅଟକିଥିବା କାମ ହୋଇପାରିବ। ସବୁ କାମ ଆଜି ଶୀଘ୍ର ହେବ। ପ୍ରେମ ଜୀବନରେ କୌଣସି ସମସ୍ୟା ଥିଲେ ଆଜି ସମାଧାନ ହୋଇଯିବ।

ମକର : ଆଜିର ଦିନ ଆପଣଙ୍କ ପାଇଁ ଖୁସି ନେଇ ଆସିବ। ଯାତ୍ରା କରୁଥିଲେ ସାବଧାନ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଅତିଥି ଘରକୁ ଆସିବେ। କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ।

କୁମ୍ଭ : ଆଜିର ଦିନ ମଧ୍ୟମ ଧରଣର ରହିବ। ବାପା- ମା’ଙ୍କୁ କୌଣସି ଧାର୍ମିକ ଯାତ୍ରାରେ ନେବେ। ସନ୍ତାନଙ୍କ ଭବିଷ୍ୟତ ପାଇଁ ଧନ ସଞ୍ଚୟ କରିବେ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଘର ଲୋକ ଓ ଜୀବନ ସାଥୀଙ୍କ ସହ ଆଲୋଚନା କରନ୍ତୁ।

ମୀନ : ଆଜିର ଦିନଟି ମଧ୍ୟମ ରହିବ। କାମ ପାଇଁ ଘରୁ ଦୂରକୁ ଯିବାକୁ ପଡ଼ି ପାରେ। ବାପା- ମା’ଙ୍କ ଆଶୀର୍ବାଦ ଯୋଗୁ ନୂଆ ନିବେଶ କରିବେ। ନୂଆ ଗାଡ଼ି କିଣିପାରନ୍ତି। ଦାୟିତ୍ୱ ବଢ଼ିବା ଯୋଗୁ ଚିନ୍ତାରେ ରହିବେ। ସାଙ୍ଗଙ୍କ ସହ ସମୟ ବିତାଇବେ।

Leave A Reply

Your email address will not be published.