ଏହି ରାଶିର ଲୋକଙ୍କର ଭାଗ୍ୟ ସୁନା ଭଳି ଚମକିବ, ଜାଣନ୍ତୁ କ’ଣ କହୁଛି ଆଜିର ଭାଗ୍ୟଫଳ

ମେଷ : ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ଦିନ ଭଲ ରହିବ । ଚାକିରିରେ ପ୍ରମୋସନ ହୋଇପାରେ । ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ସଂଗଠନ ଓ ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ । ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ ।

ବୃଷ : ପରିବାରରେ ଏକତା ଓ ପ୍ରେମ ବଢ଼ିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ । ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ । ମହିଳାମାନେ ଧର୍ମକାର୍ଯ୍ୟ ପାଇଁ ମନ ବଳାଇପାରନ୍ତି ।

ମିଥୁନ : ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସମ୍ପୂର୍ଣ ହେବ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିବ । ଜମିଜମା ବିବାଦ ଦେଖାଦେଇପାରେ ।

କର୍କଟ : ରାସ୍ତାରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପଡିପାରନ୍ତି । ବଜାରରେ ସଉଦା କିଣିବା ସମୟରେ ସର୍ତକ ନହେଲେ ଠକାମିର ଶିକାର ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ଲାଗିରହୁଥିବା କାରଣରୁ ମନ ଅଶାନ୍ତ ରହିପାରେ । ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିପାରେ ।

ସିଂହ : ଆଥିର୍କ ପରିସ୍ଥିତି ଭଲ ହୋଇପାରେ । ନୂଆଯାନ କିଣିପାରନ୍ତି । ପାରିବାରିକ ଜୀବନରେ ଭାଇ ଓ ଭଉଣୀମାନଙ୍କଠାରୁ ସହଯୋଗ ପାଇପାରନ୍ତି । କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ମିଳିପାରେ ।

କନ୍ୟା : ଆଜି ଆପଣ ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ଦେଖାଦେଇପାରେ। ସାଙ୍ଗଙ୍କ ସହ ବୁଲିବାକୁ ଯିବା ପାଇଁ ଯୋଜନା କରିପାରନ୍ତି । ପାରିବାରିକ ଜୀବନ ସୁଖମୟ ରହିବ ।

ତୁଳା : ଛାତ୍ରଛାତ୍ରୀଙ୍କ କ୍ୟାରିଅରରେ ନୂଆ ମୋଡ଼ ଆସିପାରେ । ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ । ଉତ୍ତମ ଭୋଜନ ପ୍ରାପ୍ତି ହୋଇପାରେ । ଅଫିସରେ କୌଣସି ଖୁସି ଖବର ମିଳିବାର ସମ୍ଭାବନା ରହିଛି ।

ବିଛା : ଦିନଟି ଆପଣଙ୍କ ପାଇଁ ଠିକ୍‌ଠାକ୍‌ ରହିବ । ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିପାରନ୍ତି। ସନ୍ତାନଙ୍କ ପାଖରୁ ଭଲ ଖବର ପାଇପାରନ୍ତି । ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହୋଇପାରେ ।

ଧନୁ : ବାଣିଜ୍ୟ କାରବାର ଲାଗି ଦିନଟି ବିଶେଷ ଶୁଭ । ଦେହ ଭଲ ରହିବା ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ଆଶା କରିଥିବା ଜିନିଷ ବିଳମ୍ବରେ ମିଳିବ । ବିଦେଶରେ ଥିବା ବନ୍ଧୁଙ୍କ ଠାରୁ ଖୁସି ଖବର ପାଇପାରନ୍ତି ।

ମକର : ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତି ସହ ଚୁକ୍ତି କରିପାରନ୍ତି । ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି । କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ିପାରେ ।

କୁମ୍ଭ : ଆଜି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ବାହାରକୁ ଯାଇପାରନ୍ତି । ଅଫିସରେ ସହକର୍ମୀଙ୍କ ସହିତ ବାଦ ବିବାଦ ହୋଇପାରେ । ପିଲାମାନଙ୍କୁ ପରିଶ୍ରମର ଉତ୍ତମ ଫଳ ମିଳିବ । ବ୍ୟବସାୟରେ ଲାଭ କମ ହେବ । ଶାରୀରିକ ଅସୁସ୍ଥତା ଦେଖାଦେଇପାରେ ।

ମୀନ : ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ନବ ବିବାହିତଙ୍କ ପାଇଁ ଦିନଟି ଭଲ ରହିପାରେ । ଘରେ ଧାର୍ମିକ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like