ଗୋଟିଏ କ୍ଲିକ୍‌ରେ ପଢ଼ନ୍ତୁ ଆପଣଙ୍କ ରାଶିଫଳ, ଦିନଟି ସୁରୁଖୁରୁରେ କଟିବ

ମେଷ: ଉଦ୍ୟମରେ ସଫଳତା ପାଇବେ। ବିଭିନ୍ନ ଦିଗରୁ ଅର୍ଥ ଆସିବ। ନିଜର ଚେଷ୍ଟା, ପ୍ରଚେଷ୍ଟା ଯୋଗୁ ମର୍ଯ୍ୟାଦାର ସହ ପ୍ରତିଷ୍ଠା ଲାଭ କରିବେ। ଆଶା ବାସ୍ତବତାରେ ପରିଣତ ହେବ। ନିର୍ବାଚନରେ ବିଜୟ ଲାଭ କରିବେ। ଦେହ, ମନ ସୁସ୍ଥ ରହିବ।

ବୃଷ: ଦୁଃସାହସିକ ପଦକ୍ଷେପ ନେବେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବେ। ଆଶା ବାସ୍ତବତାରେ ପରିଣତ ହେବ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ନିଜ କାର୍ଯ୍ୟଦକ୍ଷତା ବଳରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପାଦନା କରିବେ। ଉପରିସ୍ଥ କର୍ମଚାରୀଙ୍କ ସହଯୋଗରେ ପଦୋନ୍ନତି ମିଳିବ। ଦେହ ଓ ମନ ସୁସ୍ଥ ରହିବ।

ମିଥୁନ: ଦୂର ଦୃଷ୍ଟି ସମ୍ପନ୍ନ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପରୀକ୍ଷା ନିରୀକ୍ଷା କରି ମତ ପୋଷଣ କରିବେ। ଆଶା ବାସ୍ତବିକ ରୂପ ନେବ। ଦେହ, ମନ ସୁସ୍ଥ ରହିବ।

କର୍କଟ: ପୂର୍ବରୁ ଆପଣଙ୍କ ଗ୍ରହ ଖରାପ ଥିଲା। କର୍ମ କ୍ଷେତ୍ରରେ ଅସ୍ଥିରତା ଦେଖା ଦେଇଥିଲା। ଯେହେତୁ ଏବେ ବୃହସ୍ପତି ବକ୍ରି ହୋଇଗଲେ, ଏଣୁ ପୂର୍ବରୁ ନଷ୍ଟ ହୋଇଥିବା ମାନ, ସମ୍ମାନ, ପ୍ରତିଷ୍ଠା, ସୁଖ ନିଦ୍ରା ଆଦି ପୁଣି ଫେରିବ। ନିଜର ଚେଷ୍ଟା, ପ୍ରଚେଷ୍ଟା ଯୋଗୁ ମର୍ଯ୍ୟାଦାର ସହ ପ୍ରତିଷ୍ଠା ଲାଭ କରିବେ। ଦେହ, ମନ ସୁସ୍ଥ ରହିବ। ଆଶା ବାସ୍ତବତାରେ ପରିଣତ ହେବ। ପରିବାରରେ ସବୁ କାର୍ଯ୍ୟ ସୁଚାରୁରୂପେ କରିବେ।

ସିଂହ: ଦୁଃସାହସିକ ପଦକ୍ଷେପ ନେବେ। ଖେଳକୁଦରେ ନିଜକୁ ନିୟୋଜିତ କରିବେ। ଏପରିକି ଅଗ୍ରଣୀ ଭୂମିକା ଗ୍ରହଣ କରି ସମସ୍ତ ଦୃଷ୍ଟି ଆକର୍ଷଣ କରିବେ। ଆଶା ବାସ୍ତବିକ ରୂପ ନେବ। ବେକାରମାନେ ସବୁ ପରୀକ୍ଷାରେ ଦକ୍ଷତା ପ୍ରତିପାଦନ କରି କର୍ମ କ୍ଷେତ୍ରରେ ଅବସ୍ଥାନ ହେବେ।

କନ୍ୟା: ଯାହା କହିବେ ତାହା କରିବେ ନାହିଁ, ଯାହା କରିବେ ତାହା କହିବେ ନାହିଁ। ଶନି ଓ ବୃହସ୍ପତି ବକ୍ରିରେ ଥିବାରୁ ନିଶ୍ଚିତ ଭାବେ ବିଳମ୍ବରେ ହେଲେ ମଧ୍ୟ ଲିଖିତ ପରୀକ୍ଷା, ମୌଖିକ ପରୀକ୍ଷା ଓ ଅନ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ତୁଳା: ତୁଳନାତ୍ମକ ନିଷ୍ପତ୍ତି ନେବେ। ଆଶା ବାସ୍ତବତାରେ ପରିଣତ ହେବ। କୌଣସି ଅନୁଭୂତିଶୀଳ ବ୍ୟକ୍ତିଙ୍କ ପରାମର୍ଶକ୍ରମେ ସ୍ଥାୟୀ ଉପାର୍ଜନର ପନ୍ଥା ପାଇବେ। ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରିବେ। ପୁରୁଣା ଗାଡ଼ି ବିକି ନୂଆ କିଣିବେ। ଭଲ ସମ୍ପତ୍ତି କ୍ରୟ କରିବେ।

ବିଛା: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଅଶୁଭ। ଶାରୀରିକ ଅସୁସ୍ଥ ଅନୁଭବ କରିବେ। ସମସ୍ତ କାର୍ଯ୍ୟକଳାପ ସନ୍ଦେହଜନକ ହେବ। ଫଳରେ ଉତ୍ତରଦାୟୀ ହେବେ। ଆଶା ଆଶଙ୍କାରେ ପରିଣତ ହେବ। ସମସ୍ତ ଚେଷ୍ଟା ସତ୍ତ୍ୱେ ଆଶାନୁରୂପ ଶୁଭ ଫଳ ମିଳିବ ନାହିଁ। ରକ୍ତ ସମ୍ପର୍କୀୟ, ଦୂର ସମ୍ପର୍କୀୟ, ସାଙ୍ଗ ସାଥୀ ଦୂରେଇ ଯିବେ। ଏଣୁ ସ୍ୱଭାବରେ ପରିବର୍ତ୍ତନ ଆଣନ୍ତୁ। ଦିନ ସାରା ଚୁପ୍‌ ରହିବା ଭଲ ହେବ।

ଧନୁ: ଆଶା ବାସ୍ତବତାରେ ପରିଣତ ହେବ। ବହୁ ଦିନର ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ଚିନ୍ତା ଧାରାରେ ପରିବର୍ତ୍ତନ ଆସିବ। ଧନୁ ପରି ନମ୍ରତା, ନିରବତା ରକ୍ଷା କରନ୍ତୁ। ଦେହ ଓ ମନ ସୁସ୍ଥ ରହିବ।

ମକର: ଏହି ବ୍ୟକ୍ତି ବିଶେଷ ଅତି ଚତୁରତାର ସହ ପରିବାରରେ ଶାନ୍ତି ରକ୍ଷା କରିବା ପାଇଁ ସହାୟକ ହେବେ। ଉତ୍ତରାଧିକାରୀ ପରିବାର ଲୋକଙ୍କୁ ମାର୍ଗଦର୍ଶନ ଦେବେ। ରାଜନୀତି କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ। ଦେହ ମନ ସୁସ୍ଥ ରହିବ।

କୁମ୍ଭ: ପୂର୍ବ କାର୍ଯ୍ୟକଳାପ ପାଇଁ ଅନୁତାପ କରିବେ। ସ୍ଥିତି ସୁଦୃଢ଼ ରହିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ମାନସିକ ବଳ ସୁଦୃଢ଼ ଥିବାରୁ ବ୍ୟବସାୟକୁ ସମ୍ପ୍ରସାରଣ କରିବେ।

ମୀନ: ନିଜ ଘରକୁ ଆଜି ଆଧୁନିକୀକରଣ କରିବେ। ସମସ୍ତଙ୍କୁ ସହଯୋଗ କରିବେ। ପରିବାରରେ ଶାନ୍ତି ପାଇଁ ମାର୍ଗ ଦର୍ଶକ ହେବେ। ଦେହ ମନ ସୁସ୍ଥ ରହିବ।

Leave A Reply

Your email address will not be published.