ଆଜିର ରାଶିଫଳ! ଏବେଠୁ ପଢ଼ନ୍ତୁ ଓ ସେହି ଅନୁସାରେ କାମ କରନ୍ତୁ

ରାଶିଫଳ ବ୍ୟକ୍ତିର ଭବିଷ୍ୟତ ବାବଦରେ କିଛିଟା ସୂଚନା ଦେଇଥାଏ। ଅନେକ ସମୟରେ ରାଶି ଚାଳନ ମନୁଷ୍ୟ ଉପରେ ପ୍ରଭାବ ପକେଇଥାଏ। ଜାଣନ୍ତୁ ଆପଣଙ୍କ ରାଶି ବାବଦରେ କ’ଣ ରହିଛି ସୂଚନା।

ମେଷ : ଆଜି ବୁଝି ବିଚାରି କାର୍ଯ୍ୟ କରି ସଫଳତା ପାଇବେ। ସମ୍ପର୍କରେ ନିବିଡ଼ତା ବଢ଼ିବ। ଆର୍ଥିକ ସ୍ତରରେ ଉନ୍ନତି ଦେଖାଦେବ। କର୍ମକ୍ଷେତ୍ରରେ ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ପାରିବାରିକ ସଦସ୍ୟମାନଙ୍କ ସହିତ ଖୁସିରେ ରହିବେ।

ବୃଷ : ଅନ୍ୟର ସାହାଯ୍ୟ ପାଇ ଆଗେଇ ଚାଲିବେ। ସମାଜରେ ଲୋକପ୍ରିୟତା ବଢ଼ିବ। ମହିଳାମାନେ ସଂସ୍କାରପ୍ରିୟ ହେବେ। ବ୍ୟବସାୟରେ ଲାଭ ମିଳିବ। ବିଦ୍ୟାର୍ଥୀ ଅଧ୍ୟୟନ ପ୍ରିୟ ହେବେ।

ମିଥୁନ : ବିଭିନ୍ନ ଦିଗରୁ ସଫଳତା ପାଇବେ। ଦୈନନ୍ଦିନ କାର୍ଯ୍ୟରୁ କିଛି ନୂଆ ଶିଖିବାକୁ ପାଇବେ। ଅନ୍ୟକୁ ସାହଯ୍ୟ କରି ଆତ୍ମସନ୍ତୋଷ ପାଇବେ। ପରିବାରରେ ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

କର୍କଟ : ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି ହେବେ। ବ୍ୟବସାୟରେ କ୍ଷତି ହୋଇପାରେ। ଛାତ୍ରଛାତ୍ରୀ ଭ୍ରମରେ ପଡ଼ିବେ। ପରିବାରଠାରୁ ସହଯୋଗ ପାଇବେ।

ସିଂହ : ଜଟିଳ ପରିସ୍ଥିତିକୁ ଧୈର୍ଯ୍ୟର ସହ ସମ୍ଭାଳି ନେବେ । କର୍ମକ୍ଷେତ୍ର ଉତ୍ସାହଜନକ ରହିବ। କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ମହିଳାମାନେ ଯଶକୀର୍ତ୍ତି ପାଇବେ। ବ୍ୟବସାୟ ସନ୍ତୋଷଜନକ ରହିବ।

କନ୍ୟା : ଇଚ୍ଛା ମୁତାବକ କାର୍ଯ୍ୟ କରିବେ। ପରିଶ୍ରମ ଅନୁସାରେ ଫଳ ପାଇବେ ନାହିଁ। ସାଙ୍ଗସାଥୀଙ୍କ ସହ ମତଭେଦ ଦେଖାଦେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି।

ତୁଳା : ସମୟ ପୂର୍ବରୁ କାର୍ଯ୍ୟ କରି ପ୍ରଶଂସିତ ହୋଇପାରନ୍ତି। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇପାରେ । ମହିଳାମାନେ ଆତ୍ମନିରର୍ଭରଶୀଳ ହେବେ। ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ ନାହିଁ।

ବିଛା : ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। ପୂର୍ବକଥା ଭାବି ଚିନ୍ତାଗ୍ରସ୍ତ ହେବେ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଆର୍ଥିକସ୍ଥିତି ମଜଭୁତ୍‌ ରହିବ। ଦାମ୍ପତ୍ୟ ଜୀବନରେ ବାଦବିବାଦ ସ୍ଥିତି ଉପୁଜିପାରେ।

ଧନୁ : ବାଧାବିଘ୍ନକୁ କାଟି ଆଗକୁ ବଢ଼ିବେ। ସନ୍ତାନସନ୍ତତିଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। ଜୀବନସାଥୀଙ୍କ ବ୍ୟବହାରରେ କଷ୍ଟ ପାଇପାରନ୍ତି। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ପରିବାରବର୍ଗଙ୍କ ସହ ଭ୍ରମଣଯୋଗ ରହିଛି।

ମକର : ପାରିବାରିକ ସମସ୍ୟା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ସହଯୋଗ ମିଳିବ। ଛାତ୍ରଛାତୀମାନେ ଚଳଚଞ୍ଚଳ ରହିବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧିପାଇବ। ବ୍ୟବସାୟରେ ଆଶାନୁରୂପ ଫଳ ମିଳିବ।

କୁମ୍ଭ : ଜୀବନସାଥୀଙ୍କ ସହଯୋଗ ମିଳିବ। ଆର୍ଥିକ ସମସ୍ୟା ଦେଖାଦେଇପାରେ। ପରିବାରରେ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ । କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହେବ। ମହିଳାମାନେ ହତାଦର ହେବେ।

ମୀନ : କୌଣସି କାର୍ଯ୍ୟ ବିଗିଡ଼ିଯାଇପାରେ । କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବା ସହ ବିବାଦୀୟ ପରିସ୍ଥିତି ଉପୁଜିବ । ବାଣିଜ୍ୟରେ ସାଧାରଣ ଫଳ ମିଳିବ। ଛାତ୍ରଛାତ୍ରୀ ଅସ୍ଥିରମନା ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.