ରାଶି ଅନୁସାରେ ଜାଣନ୍ତୁ କର୍ମ କ୍ଷେତ୍ରରେ କିପରି କଟିବ ଦିନ, ଆଜିର ରାଶିଫଳ

ମେଷ : ସ୍ଥଗିତ ରହିଥିବା କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ସବୁ କାମରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ । ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । ଅବଶ୍ୟ କଚେରି ମାମଲା, ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତାରୁ ପ୍ରଶଂସିତ ହେବେ ।
ବୃଷ : ମାନସିକ ଚିନ୍ତା ଯୋଗୁ ଆନନ୍ଦ ଉପଭୋଗ କରିପାରିବେ ନାହିଁ । ଅଟକି ରହିଥିବା ବୃତ୍ତିଗତ ଧନ୍ଦାକୁ ପୂରା ଦମ୍ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ନିଜ ଲୋକଙ୍କୁ ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ । ସଭାସମିତି, ଆନୁଷ୍ଠାନିକ କାମ କିମ୍ବା କୌଣସି କର୍ମାରମ୍ଭ କରିବାରେ ବ୍ୟସ୍ତ ରହିବାକୁ ପଡ଼ିପାରେ ।
ମିଥୁନ : ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା କର୍ମକ୍ଷେତ୍ରର ସମସ୍ୟା ସମାଧାନ ଆଶାକୁ ଉଜ୍ଜ୍ୱଳ କରିବ । ବନ୍ଧୁ ସ୍ବାର୍ଥସାଧନ ଲାଗି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଘରୋଇ କଥାରେ ମତପାର୍ଥକ୍ୟ ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ଏବଂ ବ୍ୟବସାୟ, ଯାତ୍ରା, ବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ ।
କର୍କଟ : ଶାରୀରିକ ଅସୁସ୍ଥତା ସହ ପାରିବାରିକ ଜୀବନରେ ଭୁଲ୍ ବୁଝାମଣା ମାନସିକ ଅଶାନ୍ତିର କାରଣ ହେବ । ଦିନ ଭିତରେ ଯେତିକି ଅର୍ଥ ପାଇବେ, ପ୍ରତିଦାନରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ । କାହାରି କଥାରେ ପଡ଼ି କାମ କଲେ ପରେ ଅନୁତାପ କରିବାକୁ ପଡ଼ିପାରେ । ବାଣିଜ୍ୟ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଶାଜନକ ଫଳ ପାଇବେ ।
ସିଂହ : ସବୁ ଦିଗରୁ ଭଲ ହେଲେ ମଧ୍ୟ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେଇପାରେ । ନିଜର ଏକାନ୍ତ କେତେକ ବ୍ୟକ୍ତିଗତ ଅପୂର୍ଣ୍ଣତା ମନକୁ ବାରମ୍ବାର ଆଲୋଡ଼ନ କରିବ । ଆର୍ଥିକ ସ୍ଥିତି, କର୍ମକ୍ଷେତ୍ର, ବ୍ୟବସାୟିକ ସ୍ଥିତି, ପାରିବାରିକ ଜୀବନ ଗତାନୁଗତିକ ରୀତିରେ ଗଡ଼ିଚାଲିବ । କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ କ୍ଷେତ୍ର ଉନ୍ନତ ହେବ ।
କନ୍ୟା : ଅର୍ଥ ସଂକଟ ଗୁରୁତ୍ୱପୂର୍ଣ୍ଣ କାମରେ ଅନ୍ତରାୟ ସୃଷ୍ଟି କରିପାରେ । ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ପାଇବା କଷ୍ଟକର ହେବ । ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି । କେବଳ କଳା, ସାହିତ୍ୟ, ସଙ୍ଗୀତ, ବ୍ୟବସାୟ, ଯାତ୍ରା ପାଇଁ ବିଶେଷ ଅସୁବିଧା ହେବନାହିଁ ।
ତୁଳା : ଏକ ଭିନ୍ନ ପରିବେଶରେ ପରିସ୍ଥିତି ବଦଳିଯିବ, ଯାହାକି ଆପଣଙ୍କ ସକାଶେ ରୁଚିକର ହୋଇପାରେ । ଅନ୍ୟମାନଙ୍କ ମନଧରି କାମ କଲେ ମଧ୍ୟ ସମ୍ପର୍କୀୟମାନେ ଦୂରେଇ ରହୁଥିବାର ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ସମସ୍ୟା ଯୋଗୁ ବିଚଳିତ ହୋଇପାରନ୍ତି । କଳା, ସାହିତ୍ୟ ଓ ବନ୍ଧୁମିଳନ କ୍ଷେତ୍ରରେ ଆଦୃତ ହେବେ ।
ବିଛା : ବନ୍ଧୁଙ୍କ ବାଧିଲାଭଳି କଥା ଶୁଣି ସବୁ ଆଶା ଓ ଅଭିଳାଷ ମିଳାଇ ଯାଇପାରେ । ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ଫଳରେ ମନ ହାଲୁକା ହୋଇଯିବ । ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ ସାୟାହ୍ନରେ କ୍ଳାନ୍ତି ଅନୁଭବ କରିପାରନ୍ତି । ବୈଷୟିକ କ୍ଷେତ୍ରରେ ଯାହା ଆଶା କରୁଥିଲେ କିଛି ପରିମାଣରେ ଅବଶ୍ୟ ପାଇବେ ।
ଧନୁ : ଦିନଟି ସବୁ ଦିଗରୁ ଭଲରେ ଯିବ, କିନ୍ତୁ ମାନସିକ ସ୍ତରରେ ଚିନ୍ତିତ ରହିପାରନ୍ତି । କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ନିଜର ଭାବାବେଗକୁ ରୋକି ପାରିବେ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି । କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ବେଶ୍ ଆଦୃତ ହେବେ ।
ମକର : ଭାଙ୍ଗି ପଡ଼ିଥିବା ସମ୍ପର୍କକୁ ଯୋଡ଼ିବା ସକାଶେ ଚେଷ୍ଟା କରି ମଧ୍ୟ କିଛି ଲାଭ ପାଇବେ ନାହିଁ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନରେ ଉନ୍ନତି କରିବେ । ଭିତରେ ଭିତରେ କୁହୁଳୁଥିବା ପାରିବାରିକ ସମସ୍ୟାର ସମାଧାନ କେତେକାଂଶରେ ହୋଇପାରେ । ଯାନବାହନ ଚଳାଚଳ ସମୟରେ ଅନ୍ୟମନସ୍କତା ପରିହାର କରନ୍ତୁ ।
କୁମ୍ଭ : ଯେତେ ପ୍ରକାର ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିବ । କର୍ମ କ୍ଷେତ୍ରରେ ସାଧାରଣ ଘଟଣାରେ ବନ୍ଧୁଙ୍କ ସହ କଳହ ଘଟିପାରେ । ସ୍ବାସ୍ଥ୍ୟରେ ଉନ୍ନତି ଘଟିବ, କିନ୍ତୁ ସମ୍ପୂର୍ଣ୍ଣ ନିରାମୟର ଆଶା ତଥାପି ରହିବ । ତଥାପି ଗତକାଲିର ଯୋଜନା ଓ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍ ଠିକ୍ ହୋଇଯିବ ।
ମୀନ : ନିଜର ବ୍ୟବହାରରେ ସଂଯମତା ରକ୍ଷା ନକଲେ ବିବାଦ ଭିତରକୁ ଟାଣି ହୋଇ ପାରନ୍ତି । ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ । ଶାରୀରିକ ଅସୁସ୍ଥତା ମଧ୍ୟ ଏହାର ଏକ କାରଣ ହେଇପାରେ । କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି ।