ଆଜି ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଆଜି ଆର୍ଥିକ ପକ୍ଷ ପୂର୍ବାପେକ୍ଷା ମଜଭୁତ ହେବ। ଘରୋଇ କାର୍ଯ୍ୟ ପୂରା କରିବାରେ ସଫଳ ହେବେ। ଦାମ୍ପତ୍ୟ ଜୀବନ ମଧୁର ହେବ।
ମେଷ: ଆଜି ଆର୍ଥିକ ପକ୍ଷ ପୂର୍ବାପେକ୍ଷା ଦୃଢ଼ ହେବ। ଘରୋଇ କାର୍ଯ୍ୟ ପୂରା କରିବାରେ ସଫଳ ହେବେ। ଦାମ୍ପତ୍ୟ ଜୀବନ ମଧୁର ହେବ।
ବୃଷ: କୌଣସି ଜରୁରୀ କାମରେ ପରିବାରର ପୂର୍ଣ୍ଣ ସମର୍ଥନ ପାଇବେ। ଆଜି ଖୁସି ଖବର ଶୁଣିବାକୁ ମିଳିପାରେ। ମନରେ ନୂଆ ନୂଆ ବିଚାର ଆସିବ।
ମିଥୁନ: ପରିବାର ସହିତ କୌଣସି କାମରେ ବ୍ୟସ୍ତ ରହିବେ। ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। କାର୍ଯ୍ୟ ବ୍ୟସ୍ତତାରେ ଖାଇବା ପିଇବା ଭୁଲନ୍ତୁ ନାହିଁ।
କର୍କଟ: ସାଙ୍ଗମାନଙ୍କ ସହିତ ସମ୍ପର୍କ ମଧୁର ହେବ। ଭୌତିକ ସୁଖ, ସୁବିଧା ପ୍ରତି ଆକୃଷ୍ଟ ହେବେ। ତେଲ ଛଣା ଜିନିଷଠାରୁ ଦୂରେଇ ରୁହନ୍ତୁ।
ସିଂହ: ଆପଣ ନିଜ ଆଖପାଖର ଲୋକଙ୍କ ସହିତ ଉଦାର ରହିବେ। ପରିଶ୍ରମର ଫଳ ଉପରେ ସଫଳତା ମିଳିବ। ଆଜିର ଦିନ ଭଲ ରହିବ।
କନ୍ୟା: କଳା କ୍ଷେତ୍ରରେ ଆପଣଙ୍କ ରୁଚି ବଢ଼ିବ। ପରିବାରରେ ଖୁସିର ମାହୋଲ ରହିବ। ହଠାତ୍ ଧନ ଲାଭର ଯୋଗ ରହିଛି।
ତୁଳା: ଅଫିସ୍ରେ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ ହେବ। ଆଜି ସାମାଜିକ ସମାରୋହକୁ ଯାଇପାରନ୍ତି। ନୂଆ ଗାଡ଼ି ଆଣିବାକୁ ମନ ବଳାଇବେ।
ବିଛା: ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ଅନ୍ୟର ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ। ମାଆ, ବାପାଙ୍କ ସହ ସମ୍ପର୍କ ଦୃଢ଼ ହେବ।
ଧନୁ: କଳା କିମ୍ବା କୌଣସି ରଚନାତ୍ମକ କାମ ପ୍ରତି ଆକୃଷ୍ଟ ହେବେ। କିଛି ସମୟ ମନୋରଞ୍ଜନରେ ବିତାଇବେ। ଦାମ୍ପତ୍ୟ ସମ୍ପର୍କ ମଧୁରତାରେ ଭରିଯିବ।
ମକର: ଆଜି ମନରେ ନୂଆ ନୂଆ ବିଚାର ଆସିବ। ପରିବାର ସହିତ ସପିଂ କରିବାକୁ ଯିବେ। ସାଙ୍ଗମାନଙ୍କ ସହିତ ନିଜର କଥା ସେୟାର କରିବେ।
କୁମ୍ଭ: ହଠାତ୍ ଧନ ଲାଭର ଯୋଗ ରହିଛି। କାମ ମନ ମୁତାବକ ପୂରଣ ହେବା ଦ୍ୱାରା ଆପଣ ପ୍ରସନ୍ନ ରହିବେ। ଜୀବନସାଥୀଙ୍କ ସହଯୋଗ ପାଇବେ।
ମୀନ: ମାଆ, ବାପାଙ୍କ ସ୍ୱାସ୍ଥ୍ୟର ପୂରା ଧ୍ୟାନ ରଖନ୍ତୁ। ସମ୍ପତ୍ତି କିଣିବାର ଯୋଗ ରହିଛି। ଆଜି ଆଧ୍ୟାତ୍ମିକତା ପ୍ରତି ଆପଣଙ୍କର ରୁଚି ବଢ଼ିବ।