ଆଜି କେମିତି କଟିବ ପୂରା ଦିନ, କାହା ପ୍ରତି ସତର୍କ ରହିବେ ସବୁ ଜାଣନ୍ତୁ ରାଶିଫଳରୁ

ମେଷ : ଆଜିର ଦିନ ଆପଣଙ୍କ ଆୟରେ ବୃଦ୍ଧି ଏବଂ ଲାଭ ହେବାର ସୂଚନା ମିଳିବ। ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାରେ ମନ ପ୍ରସନ୍ନ ରହିବ। ମାନ-ସମ୍ମାନ ଏବଂ ଆୟରେ ବୃଦ୍ଧି ହେବ। ବ୍ୟାପାରରେ ଲାଭ ହେବାର ସମ୍ଭାବନା ଅଛି। ସ୍ଵାସ୍ଥ୍ୟ ନ ବିଗଡ଼ୁ, ଏହାର ଧ୍ୟାନ ରଖିବେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ।

ବୃଷ : ଆଜି ରାସ୍ତାରେ ଯିବା ଆସିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ପାରିବାରିକ ସମ୍ପର୍କରେ ତିକ୍ତତା ଦେଖା ଦେଇପାରେ। ଆଜି ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ନହେଲେ କାହା ସହିତ ମନମାଳିନ୍ୟର ପ୍ରସଂଗ ବନିପାରେ। ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ମଧ୍ୟମ ଧରଣର ରହିବ, କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ସ୍ଥିତିରେ ପରିବର୍ତ୍ତନ ଆସିବ।

ମିଥୁନ : କୌଣସି ସ୍ଥାନରୁ ଶୁଭ ସମାଚାର ପାଇବେ। ନୂତନ ଆର୍ଥିକ ଯୋଜନାରେ ନିବେଶ କରିବାରୁ ବିରତ ରୁହନ୍ତୁ। ଆପଣଙ୍କ ବ୍ୟବହାରରେ ଅନ୍ୟମାନେ ଖୁସି ହେବେ। ବରିଷ୍ଠ ଅଧିକାରୀଙ୍କ ସହ ମିଳାମିଶା ବଢ଼ିବ।

କର୍କଟ : ଦିନଟି ବ୍ୟସ୍ତତା ଭିତରେ କଟିବ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ଅନଟନ ଦେଖାଦେବ। ଜୀବନସାଥୀଙ୍କ ସହ ନିବିଡ଼ତା ବଢ଼ିବ।

ସିଂହ : ପରିବାରରେ ସୁଖସମୃଦ୍ଧି ପାପ୍ତ କରିବେ। ଜରୁରୀ କାର୍ଯ୍ୟରେ ସାଙ୍ଗସାଥୀଙ୍କ ସାହାଯ୍ୟ ଲୋଡ଼ିବେ। ଏକ ନୂତନ ଆରମ୍ଭ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଛାତ୍ରଛାତ୍ରୀ ପ୍ରିତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ।

କନ୍ୟା : ସମ୍ପତ୍ତି କିମ୍ବା ଯାନର କ୍ରୟ ବିକ୍ରୟ ସମ୍ଭବ । ମନରେ ସକାରାତ୍ମକ ଭାବନା ରଖିବେ। ପାରିବାରିକ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଅବିବାହିତମାନେ ବିବାହ କରିବାକୁ ନିଷ୍ପତ୍ତି ନେଇପାରନ୍ତି।

ତୁଳା : ଗୋପନୀୟ କଥା ପ୍ରକାଶ କରିବାରୁ ଦୂରେଇ ରୁହନ୍ତୁ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଆପଣଙ୍କୁ ଚାପରେ ରଖିପାରେ । ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇପାରେ। ଆର୍ଥିକକ୍ଷେତ୍ରରେ ସୁଦୃଢ଼ ରହିବ। ବ୍ୟବସାୟୀମାନେ ଦୂରଯାତ୍ରା କରିପାରନ୍ତି।

ବିଛା : ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ସମୟ ପୂର୍ବରୁ କାର୍ଯ୍ୟକୁ ସୁଚାରୁ ରୂପରେ ସମାପନ କରିବେ। ବ୍ୟବସାୟରେ ସ୍ବଳ୍ପ ଲାଭ ମିଳିବ। ସାଙ୍ଗସାଥୀଙ୍କ ସହ ଦୂରଯାତ୍ରା ଯୋଗ ରହିଛି।

ଧନୁ : କୋର୍ଟକଚେରି ମାମଲାରେ ଫଳ ଆପଣଙ୍କ ସପକ୍ଷରେ ରହିବ। ବ୍ୟବସାୟରେ କ୍ଷତି ହୋଇପାରେ। କୌଣସି କାର୍ଯ୍ୟ କରିବା ପୂର୍ବରୁ ସତର୍କ ରୁହନ୍ତୁ। ଜୀବନସାଥୀଙ୍କ ସହ କୌଣସି ଧାର୍ମିକସ୍ଥଳ ଭ୍ରମଣ କରିବାକୁ ଯାଇପାରନ୍ତି।

ମକର : ଆଜି ସ୍ଵାସ୍ଥ୍ୟ ପ୍ରତି ବିଶେଷ ସାବଧାନ ରୁହନ୍ତୁ। ଆପଣଙ୍କୁ କୌଣସି ଭାବରେ ମାନସିକ ଚିନ୍ତା ଘେରି ପାରେ, ଏହାକୁ ନିଜ ଉପରେ ହାବୀ ହେବାକୁ ଦିଅନ୍ତୁ ନାହିଁ। ଆଜି ହେବାକୁ ଥିବା ଘଟଣାରେ ଆପଣ ଚିନ୍ତିତ ହୋଇପାରନ୍ତି। ସ୍ଵାସ୍ଥ୍ୟ ଖରାପ ହେବା ଏବଂ ଆଖିରେ କଷ୍ଟ କିମ୍ବା ଯନ୍ତ୍ରଣା ହେବାର ଆଶଂକା ଅଛି।

କୁମ୍ଭ : ଆଜି ଯାତ୍ରା ନ କରିବା ହିଁ ଭଲ। ସନ୍ତାନମାନଙ୍କ ତରଫରୁ କିଛି ଚିନ୍ତା ହୋଇପାରେ। ସଫଳତା ନ ମିଳିବାରୁ ନିରାଶ ଦୁଅନ୍ତୁ ନାହିଁ, ଶିଘ୍ର ସବୁ ଠିକ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଜି ସାହିତ୍ୟ ଏବଂ କଳାରେ ଆପଣଙ୍କ ରୁଚି ରହିବ ଏବଂ ମନରେ କଳ୍ପନାର ତରଙ୍ଗ ଉଠିବ।

ମୀନ : ମାଙ୍ଗଳିକ କାର୍ଯ୍ୟ ଏବଂ ନୂଆ କାର୍ଯ୍ୟଗୁଡ଼ିକର ଆୟୋଜନ କରିବା ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ। ଅବିବାହିତମାନଙ୍କର ବିବାହର ପ୍ରସଙ୍ଗ ବନିବ। ଜୀବନସାଥୀ ଏବଂ ସନ୍ତାନମାନଙ୍କଠାରୁ ଶୁଭ ସମାଚାର ପ୍ରାପ୍ତ ହେବ। ଗୃହସ୍ଥ ଜୀବନ ଏବଂ ଦାମ୍ପତ୍ୟ ଜୀବନରେ ସୁଖ ଏବଂ ସନ୍ତୋଷର ଭାବନାର ଅନୁଭବ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.