ଭାଗ୍ୟଫଳ : ଜାଣନ୍ତୁ ଆଜି ଆପଣଙ୍କ ଦିନ କିପରି ଯିବ, କାହାକୁ ମିଳିବ ଶୁଭଫଳ
ମେଷ : ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ଯୋଗୁ ଆଶ୍ୱସ୍ତି ଲାଭ କରିବେ । କାମକୁ ପୁରା କରିବାରେ ଜଣେ ପ୍ରିୟବ୍ୟକ୍ତି ସାହାଯ୍ୟ କରିବେ । ଈର୍ଷା ପରାୟଣ ବ୍ୟକ୍ତି ଆପଣଙ୍କ ପ୍ରଶଂସାକୁ ସହି ନ ପାରି ସମାଲୋଚନା କରିବେ । ବନ୍ଧୁମାନଙ୍କ ସହାୟତା ଲାଭକରି କର୍ମକ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ ।
ବୃଷ : ଆଜି ଆର୍ଥିକ ସ୍ବଚ୍ଛଳତା ଓ ବନ୍ଧୁଙ୍କ ସାନ୍ନିଧ୍ୟରୁ ଖୁସି ହେବେ । ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ନିଜର କାମଗୁଡିକୁ ସ୍ଥଗିତ ରଖି ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି ।
ମିଥୁନ : ମାନସିକ ଓ ଶାରୀରିକ ସୁସ୍ଥତା ରହିଲେ ମଧ୍ୟ ସାମାଜିକ ସ୍ତରରେ ସଙ୍ଗଦୋଷ ପାଇଁ ସମାଲୋଚିତ ହୋଇପାରନ୍ତି । ଆଜି ଯେଉଁ ଜିନିଷ ପାଇବାକୁ ଅପେକ୍ଷା କରିଛନ୍ତି ତାହା ବିଳମ୍ବରେ ପାଇବେ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ବିଭିନ୍ନ ସମସ୍ୟା ଭିତରେ ଚଳୁଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ ।
କର୍କଟ : ସମସ୍ୟା ରହିଥିଲେ ମଧ୍ୟ ହାତକୁ ନେଇଥିବା ଗୁରୁତ୍ୱପୂର୍ଣ୍ଣ କାମଟି ବାଧାପ୍ରାପ୍ତ ହେବ ନାହିଁ । ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରତୀକ୍ଷା କରିଥିବା ଲୋକଟିକୁ ନ ପାଇ ବ୍ୟସ୍ତ ହୋଇପଡିବେ । ପଡୋଶୀଙ୍କ ହସ୍ତକ୍ଷେପ ଫଳରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ । ନିଜ ଲୋକଙ୍କ ସହୃଦୟତାରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ ।
ସିଂହ : ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । ବ୍ୟବସାୟ କାର୍ଯ୍ୟରେ ବ୍ୟସ୍ତତା ବୃଦ୍ଧି ସହ ଋଣଭାର ପରିଶୋଧ ଜନିତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି । ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍ ପ୍ରକାଶ କରନ୍ତୁ ନାହିଁ ।
କନ୍ୟା : ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହି ନ ପାରେ । ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି । ଅଧିକାଂଶ ସମୟ ବିଚଳିତ ରହିବା କାରଣରୁ ଅସାବଧାନତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ବନ୍ଧୁଙ୍କ ଜରିଆରେ ଅପରାହ୍ନେ ଶୁଭ ଖବର ପାଇପାରନ୍ତି ।
ତୁଳା : ମନରେ ବହୁତ କଥା ଭରି ରହିଥିଲେ ମଧ୍ୟ ନୀରବତାକୁ ପସନ୍ଦ କରିପାରନ୍ତି । ଗୁରୁତ୍ୱପୂର୍ଣ୍ଣ କାମ ପଛକୁ ପକାଇ ଅନ୍ୟମାନଙ୍କ କାମରେ ଅନୁପ୍ରବେଶ କାରଣରୁ ମନ ସର୍ବଦା ବିଚଳିତ ରହିବ । ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ । ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବା କଷ୍ଟକର ହୋଇପଡିବ ।
ବିଛା : ବିଶେଷ ଅସୁବିଧା ନ ଥିଲେ ମଧ୍ୟ ନିଜ ଲୋକଙ୍କ ଆଚରଣ ଓ ବ୍ୟବହାରର ବିଷମତାକୁ ନେଇ ଚିନ୍ତିତ ରହିପାରନ୍ତି । ଅଯଥା ଅପବ୍ୟୟଜନିତ କ୍ଷୋଭ ପ୍ରକାଶ କରିପାରନ୍ତି । କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ । ପରୋକ୍ଷ ଶତ୍ରୁତାଜନିତ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ ।
ଧନୁ : କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ଲାଭ କରି ମନୋବଳ ବୃଦ୍ଧି ପାଇବ । ଶିକ୍ଷା, ଆଲୋଚନା, ଗଠନମୂଳକ କାମ ଓ ଲେଖାପଢା କ୍ଷେତ୍ରରୁ ଶୁଭଫଳ ପାଇବେ । ପରିବାରରେ ହଠାତ୍ ପ୍ରତିକ୍ରିୟା ପ୍ରକାଶ କଲେ ଅନର୍ଥ ହୋଇପାରେ । ଅର୍ଥସଂକଟ ହେତୁ କେତେକ କାମ ଅଟକି ରହିଯିବାର ସୂଚନା ରହିଛି ।
ମକର : ପ୍ରତ୍ୟେକ କାମରେ ସମସ୍ୟା ଓ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିପାରେ । ଜଣେ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କରିପାରନ୍ତି । କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କଷ୍ଟ ହେବ । ସମୟ ଓ ପରିସ୍ଥିତିର ତାଡନାରେ ଆଜି କଠୋର ପରିଶ୍ରମଜନିତ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ ।
କୁମ୍ଭ : ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଓ ବନ୍ଧୁବର୍ଗଙ୍କ ସମାଦର ଦିନଟିକୁ ରୁଚିପୂର୍ଣ୍ଣ କରାଇବ । ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ପରିବାରରେ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ଲାଭ କରି କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବେ । ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ ।
ମୀନ : ସମସ୍ୟା ରହିଥିଲେ ମଧ୍ୟ କାମ ଅଟକିବ ନାହିଁ ଏବଂ ଯାହା ଚାହୁଁଛନ୍ତି ତାହା ପାଇବେ । ଆଲୋଚନା, ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ଦୁଃଶ୍ଚିନ୍ତା ଆସିପାରେ । ପ୍ରତ୍ୟେକ କ୍ଷେତ୍ରରେ ଜିଦ୍ଖୋର ପ୍ରବୃତ୍ତି ତ୍ୟାଗ କଲେ କେତେକାଂଶରେ ଉପକୃତ ହେବେ । ଆଜି ସକାଳୁ ସକାଳୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଯିବାରେ ବିଳମ୍ବ ଘଟିବ ।