ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ, ଆଜିର ରାଶିଫଳ

ମେଷ : ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ବନ୍ଧୁଙ୍କ ସହ କଥା ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟବସାୟ, ପରିବହନ, ଲେଖାପଢ଼ା, ଯାତ୍ରା ଓ ଆଲୋଚନା କ୍ଷେତ୍ର ପାଇଁ ଦିନଟି ବହୁତ ଭଲ ।
ବୃଷ : ଆଜି କର୍ମକ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ । ଗୁରୁଙ୍କ କୃପାରୁ ସାମୂହିକ କାମରେ କିମ୍ବା ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ । ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ କାର୍ଯ୍ୟଦକ୍ଷତା ଓ କଥନଶୈଳୀରୁ ସଭାସମିତିରେ ପ୍ରଶଂସିତ ହେବେ । ଶତ୍ରୁତା କରୁଥିବା ବ୍ୟକ୍ତି ନାନାଦି କଥା କହିପାରନ୍ତି ।
ମିଥୁନ : ଦୈନନ୍ଦିନର ଜୀବନଚର୍ଯ୍ୟାରେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି । ବୈବାହିକ କର୍ମ ସମ୍ପାଦନ ପାଇଁ ବନ୍ଧୁପ୍ରସ୍ତାବ ସମ୍ପର୍କୀୟ ଆଲୋଚନାର ମଉକା ମିଳିବ । କର୍ମକ୍ଷେତ୍ରରେ ପ୍ରତିବନ୍ଧକ ହେତୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ଆଜି ଦୀର୍ଘଦିନ ପରେ ଶାରୀରିକ ସୁସ୍ଥତା ଫେରିପାଇବେ ।
କର୍କଟ : ଆଜି ମାନସିକ ଅସ୍ଥିରତା କାରଣରୁ ଯାହା ଭାବୁଥିବେ ତାହାର ଠିକ୍ ଓଲଟା ହୋଇଯିବ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । କଳା ସାହିତ୍ୟ, କ୍ରୀଡ଼ାରେ କୌଣସି ପ୍ରକରର ସମସ୍ୟା ଥିଲେ ସମାଧାନ ହୋଇଯିବ । ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଓ ସାହାଯ୍ୟ ମଧ୍ୟ କରିବେ ।
ସି˚ହ : ଆଜି ଏହି ରାଶିର ଲୋକେ କିଛି ବଡ଼ କାର୍ଯ୍ଯରେ ଯୋଗ ଦେବେ । ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ । ଆଜିର ଯାତ୍ରା ଶୁଭପ୍ରଦ ହେବ । ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବେ । ଜମିଜମା ସମସ୍ୟା ସମାଧାନ ଦିଗକୁ ମୁହାଁଇପାରେ ।
କନ୍ୟା : ଅନ୍ୟମନସ୍କ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କିଛିନା କିଛି ସମସ୍ୟା ସୃଷ୍ଟିହେବ । ଅଭିମାନକରି ରହିଥିବା ବନ୍ଧୁଙ୍କୁ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସମ୍ଭାଳିନେବେ । ସରକାରୀ କ୍ଷେତ୍ରରୁ ଆଶା କରିଥିବା କୌଣସି କାଗଜପତ୍ର ସମ୍ପର୍କିତ ଶୁଭ ସୂଚନା ପାଇବେ । ବାକି ପଡ଼ିଥିବା ଟଙ୍କା ଆଜି ଚେଷ୍ଟାକଲେ ଫେରିପାରିବେ ।
ତୁଳା : ଆଜି ମାନସିକ ଅସ୍ଥିରତାଜନିତ ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ସବୁ କିଛି ସମୟ ସହିତ ଠିକ୍ ହୋଇଯିବ । ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ରାଜନୈତିକ କିମ୍ବା ପ୍ରଶାସନିକ ସ୍ତରରେ ପରିସ୍ଥିତି ଭଲ ରହି ନ ପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନ ଦୁଃଖ ରହିବ ।
ବିଛା : ଆଜି ବନ୍ଧୁଙ୍କ ସାହାଯ୍ୟ ମିଳିବ । ଏହା ବ୍ୟତୀତ ଅର୍ଥଲାଭର ସୁବିଧା ରହିଛି । ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ, କିନ୍ତୁ କିଛି କରିବାର ଉପାୟ ପାଇବେ ନାହିଁ । ସ୍ବାସ୍ଥ୍ୟ ସମସ୍ୟା, ସନ୍ତାନ, ପଡ଼ୋଶୀଙ୍କ ଯୋଗୁ ଅଧିକ ଚିନ୍ତା ବଢିପରେ । ବ୍ୟବସାୟ ଓ ପରିବହନ ସମସ୍ୟା ଦୂରହେବ ।
ଧନୁ : ଆଜି କର୍ମକ୍ଷେତ୍ରରେ ଜିଦ୍ରେ ଅଟଳ ରହିବା ଯୋଗୁ କଳହ ଲାଗିପାରେ । ଆଜି ଅର୍ଥ ସମ୍ବନ୍ଧୀୟ କଥା, ଚୁକ୍ତିପତ୍ର, ଜମିଜମା କାରବାର ସକାଶେ ଦିନଟି ଭଲ । ଆନୁଷ୍ଠାନିକ କାମରେ ଯୋଗ ଦେଇପରାନ୍ତି । ମାନସିକ ଆଘାତ ଲାଗିପାରେ। ସମ୍ପର୍କୀୟ ଜଣେ ସାହାଯ୍ୟ ପାଇଁ ଅନୁରୋଧ କରିପାରନ୍ତି ।
ମକର : ଅନେକ ସମୟ ଧରି ଚିନ୍ତା କରୁଥିବା କାମକୁ ହାସଲ କରିବେ । ସ୍ତ୍ରୀଙ୍କ ସହ ମତାନ୍ତର ଆଶଙ୍କା ରହିଛି । ସମ୍ପର୍କ ଭଲ ଥିଲେ ମଧ୍ୟ ବନ୍ଧୁଙ୍କ ଅଶୋଭନୀୟ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହେଲେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ସବୁ ଠିକ୍ ହୋଇଯିବ ।
କୁମ୍ଭ : ପାରିବାରିକ ଅଶାନ୍ତି ଓ ଅର୍ଥ ଅଭାବ ପରିସ୍ଥିତିର ସାମ୍ନା କରିବେ । ବନ୍ଧୁମାନେ ସାମୟିକ ସୁଯୋଗକୁ ସ୍ବାର୍ଥ ସାଧନ ଚିନ୍ତା କରିପାରନ୍ତି । ଭୁଲ୍ ବୁଝାମଣାରୁ ଭାଇ କିମ୍ବା ଭଉଣୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ । ଯାତ୍ରା, ପ୍ରକାଶନ, ବ୍ୟବସାୟ, ଆଇନ, କଳା, ସାହିତ୍ୟ କ୍ଷେତ୍ର ଭଲ ରହିବ ।
ମୀନ : ଆଜିର ଏହି ରାଶିର ପିଲାମାନେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ । ବିଭିନ୍ନ ସ୍ଥାନକୁ ସାଙ୍ଗଙ୍କ ସହ ଯାଇପାରନ୍ତି । ମାନସିକ ସ୍ଥିତି ଅସ୍ଥିର ରହିବ । ଶତ୍ରୁତା କରୁଥିବା ବ୍ୟକ୍ତି ଅସୁବିଧାରେ ପକାଇବାକୁ ଚେଷ୍ଟାକରି ବିଫଳ ହେବେ । ରଚନାମତ୍କ କାମ, ଆନୁଷ୍ଠାନିକ କାର୍ଯ୍ୟାରମ୍ଭରୁ ଆଶ୍ୱସ୍ତି ଲାଭ କରିବେ ।