ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିପରେ, ଆଜିର ରାଶିଫଳ

ମେଷ : ଆଜି ନୂଆ କାମ ଆରମ୍ଭ କରିବା ସହ ବାହାରକୁ ଯାତ୍ରା କରିବେ । ଋଣ ପରିଶୋଧ, ବ୍ୟବସାୟରେ ଅର୍ଥ ଲଗାଣ କିମ୍ବା ବିବାଦୀୟ ଘଟଣାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଜଣେ ବନ୍ଧୁଙ୍କ ପ୍ରରୋଚନାରେ ପଡ଼ି ଭୁଲ୍‌ ନିଷ୍ପତ୍ତି ଗ୍ରହଣ କରି ଅନୁତାପକରିବେ । ଗୁଡ଼ାଏ କାମ ହାତକୁ ନେଇ ବ୍ୟସ୍ତତା ବୃଦ୍ଧି ପାଇବ ।

ବୃଷ : ଆଜି ସୁସ୍ଥ ମାନସିକତା, ପାରିବାରିକ ଶାନ୍ତି , ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହେବେ । ଆନୁଷ୍ଠାନିକ କାମ, ଧାର୍ମିକ ଅନୁଷ୍ଠାନ ପ୍ରତି ଅନୁରାଗୀ ହେବେ । ସମସ୍ୟା ସମାଧାନ ସହ ଆର୍ଥିକ ଅଭିବୃଦ୍ଧି ଦିନଟିକୁ ସରସ କରାଇବ । ସଭାସମିତିକୁ ଆହୂତହେବା ସହ ଦୂରେଇଯାଇଥିବା ବନ୍ଧୁମାନେ ପାଖେଇଆସିବେ ।

ମିଥୁନ : ପାରିବାରିକ ସୌଖ୍ୟ, ଦୈହିକ ସୁସ୍ଥତା, ଯାତ୍ରା ଯୋଜନା, ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ । ଅଫିସିଆଲି କାମ, ପ୍ରଶାସନିକ କ୍ଷେତ୍ର ତଥା ପାରିପାର୍ଶ୍ୱିକ ପରିସ୍ଥିତି ମନ୍ଦ ହେବନି । ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଜମିଜମା ଓ ମାଲିମକଦ୍ଦମାରେ ଆଶାନୁରୂପ ଫଳ ପାଇବେ । ସନ୍ତାନହେତୁକ ଅପ୍ରୀତିକର ପରିସ୍ଥିତି ସୃଷ୍ଟିହୋଇପାରେ ।

କର୍କଟ : ଜମିଜମା କ୍ରୟ, ନୂତନ ଗୃହାଦି ସଜ୍ଜୀକରଣ ପାଇଁ ମନ ବଳାଇବେ । ସ୍ଥଗିତକାମକୁ ଶେଷକରିବା ସକାଶେ ବ୍ୟସ୍ତହୋଇ ପଡ଼ିପାରନ୍ତି । ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କାକୁ ଏଡ଼ିହେବ ନାହିଁ । ଅପରାହ୍ନରେ ପରିସ୍ଥିତି ବଦଳିଯିବ ଓ କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆସ୍ଥାଭାଜନ ହୋଇପାରନ୍ତି ।

ସିଂହ : ପାରିବାରିକ କ୍ଷେତ୍ରରେ ଅଶାନ୍ତିକର ପରିସ୍ଥିତି ଉପୁଜିପାରେ । ଦିନଟିରେ ଖର୍ଚ୍ଚାନ୍ତ ହେଲେ ମଧ୍ୟ ଅଭିଳଷିତ କାମ ସମ୍ପନ୍ନ କରିବାରେ ବିହିତ ପଦକ୍ଷେପ ନେବେ । ପାରିବାରିକ ସ୍ଥିତି, ଆର୍ଥିକ ପରିସ୍ଥିତି ଓ ବ୍ୟବସାୟ, ବାଣିଜ୍ୟ ପୂର୍ବଭଳି ଅକ୍ଷୁଣ୍ଣ ରହିବ ।

କନ୍ୟା : ପରିବର୍ତ୍ତିତ ପରିସ୍ଥିତିକୁ ନେଇ ଚିନ୍ତିତ ରହିବେ । ପରିବାର ସମ୍ବନ୍ଧୀୟ ଦୁଶ୍ଚିନ୍ତା, ଋଣ ପରିଶୋଧ ଚିନ୍ତା, ଆତ୍ମୀୟଙ୍କ ବେଖାତିର ମନୋଭାବ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟିକରିବ । ସନ୍ତାନଙ୍କ ପରସ୍ପର ବିରୋଧ ଭାବାମତ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି ।

ତୁଳା : ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଆର୍ଥିକ ଅଭିବୃଦ୍ଧି ଘଟିବ । ଆଜି ଯେଉଁ କାମରେ ହାତ ଦେବେ ତାହା ସମ୍ପନ୍ନ ନ ହୋଇ ରହିବ ନାହିଁ । ଅନୁରାଧା ସକାଶେ ପାରିପାର୍ଶ୍ୱିକ ସ୍ଥିତି ସେତେଟା ଭଲ ନ ଥିବାରୁ ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ ।

ବିଛା : ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡ଼ିପାରେ । ଶାରୀରିକ ସୁସ୍ଥତା, ବ୍ୟବସାୟିକ ବନ୍ଧୁଙ୍କ ସହ ସୁସମ୍ପର୍କ ମନକୁ ଖୁସି ରଖିବ । ଯେତେ ଭଲ କଥା କହିଲେ ମଧ୍ୟ ନିଜ ସଂସ୍ଫର୍ଶରେ ଆସୁଥିବା ବ୍ୟକ୍ତିବିଶେଷ ଓଲଟା ବୁଝିବେ । ବନ୍ଧୁଙ୍କ ଗହଣରେ ପ୍ରବଚନ, ସତ୍‌ସଙ୍ଗ ଓ ମନୋରଞ୍ଜନ କାମରୁ ପ୍ରଶଂସିତ ହେବେ ।

ଧନୁ : ଆଜି ପାରିବାରିକ ସ୍ଥିତି ଭଲ ରହିବ । କିନ୍ତୁ କିଛି ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଦ୍ୱନ୍ଦ୍ୱ ମନକୁ ବିଚଳିତ କରାଇପାରେ । ଆପଣଙ୍କ ସକାଶେ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଖୁବ୍‌ ଆଶାବାଦୀ ହେବେ ଓ କାମଗୁଡ଼ିକ ସୁବିଧାରେ ହୋଇଯିବ ।

ମକର : କର୍ମକ୍ଷେତ୍ରରେ କେତେକ ନୂତନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ପ୍ରତ୍ୟେକ କାମରେ ସମୟ ଗଡ଼ି ଗଡ଼ି ଯାଉଥିବାରୁ ମନରେ ବିରକ୍ତିଭାବ ଜାଗ୍ରତ ହେବ । ଭଲ ସମ୍ପର୍କ ରହିଥିବା ବାନ୍ଧବୀଟି ସାଧାରଣ କଥାରେ ମୁହଁ ଫେରାଇନେଇପାରନ୍ତି । ଗବେଷଣା,ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ ।

କୁମ୍ଭ : ଲକ୍ଷ୍ୟ ସାଧନ ଦିଗରେ ଅଗ୍ରଗତି ବାଧାପ୍ରାପ୍ତ ହେବନାହିଁ । ଭଲ ସମ୍ପର୍କ ନ ଥିବା ବ୍ୟକ୍ତିବିଶେଷ ଦେଖେଇ ଶିଖେଇ ବାରକଥା କହି ମନକୁ ବିଚଳିତ କରାଇପାରନ୍ତି । ମୂଲ୍ୟବାନ୍‌ ଜିନିଷ କ୍ରୟକରିବାଜନିତ ଅର୍ଥ ସଙ୍କଟ ଦେଖାଦେଇପାରେ । ସଭାସମିତି, ରାଜନୀତି, ମାଲିମକଦ୍ଦମା ତଥା ଆନୁଷ୍ଠାନିକ କାମରେ ଖଟଣି ବଢ଼ିଯିବ ।

ମୀନ : ଘରୋଇ ସମସ୍ୟା,ଆର୍ଥିକ ଦୁଃସ୍ଥିତି,କାର୍ଯ୍ୟରେ ବିଳମ୍ବ ଘଟିପାରେ । ଶିଳ୍ପ,ବାଣିଜ୍ୟ,ପରିବହନ, ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି । ସଭାସମିତି, କଳା, ସାହିତ୍ୟ ପ୍ରଭୃତିରେ ଭାଗନେଲେ ପ୍ରଶଂସିତ ହେବେ । ସ୍ବାସ୍ଥ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ ।