ରାଶିଫଳ: ଆଜି ଏହି ସବୁ ରାଶିଙ୍କର ଦିନ ଭଲରେ କଟିବ; ଏହି ସବୁ ରାଶି ପାଇବେ ଆର୍ଥିକ ଲାଭ
ଆଜି ଆପଣଙ୍କ ବ୍ୟବହାର ଆପଣଙ୍କ ଆଖପାଖର ଲୋକଙ୍କୁ ଖୁସି କରିବ। ଆପଣଙ୍କ ପ୍ରିୟ ଲୋକଙ୍କର ମନୋଭାବ ଆପଣଙ୍କୁ ସମସ୍ୟାରେ ପକାଇପାରେ।
ମେଷ: ଆଜି ଆପଣଙ୍କ ବ୍ୟବହାର ଆପଣଙ୍କ ଆଖପାଖର ଲୋକଙ୍କୁ ଖୁସି କରିବ। ଆପଣଙ୍କ ପ୍ରିୟ ଲୋକଙ୍କର ମନୋଭାବ ଆପଣଙ୍କୁ ସମସ୍ୟାରେ ପକାଇପାରେ।
ବୃଷ: ଆଜି ଆପଣଙ୍କୁ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିବ। କିନ୍ତୁ ଦ୍ୱିପ୍ରହର ପରେ ସ୍ଥିତି ବଦଳିବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ଭଲ ଭୋଜନର ଆନନ୍ଦ ନେବେ।
ମିଥୁନ: ଆଜି ଆପଣଙ୍କୁ ନୂଆ ଲୋକଙ୍କ ସହିତ ସାବଧାନ ରହିବାକୁ ପଡ଼ିବ। କୌଣସି ବି କାର୍ଯ୍ୟରେ ଘରର ବଡ଼ମାନଙ୍କ ପରାମର୍ଶ ନେବା ଭଲ ହେବ।
କର୍କଟ: ଆଜି କୌଣସି ଅପ୍ରତ୍ୟାଶିତ ସ୍ରୋତରୁ ଆମଦାନୀ ହେବାର ସଙ୍କେତ ରହିଛି। ଯଦି କୌଣସି ପୁରୁଣା ରୋଗ ରହିଛି, ସେଥିରୁ ମୁକ୍ତି ମିଳିପାରେ। ଆପଣ କୌଣସି ନୂଆ କାମ ଆରମ୍ଭ କରିପାରନ୍ତି।
ସିଂହ: ଅଧିକ ପରିମାଣର କୋଲେଷ୍ଟ୍ରଲ ଥିବା ଖାଦ୍ୟପେୟରୁ ଆପଣଙ୍କୁ ଦୂରେଇ ରହିବାକୁ ହେବ। ଟଙ୍କା ହଠାତ୍ ଆପଣଙ୍କ ପାଖକୁ ଆସିବ। ଅନ୍ୟର ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ।
କନ୍ୟା: ଆପଣଙ୍କ ପାଇଁ ଆଜିର ଦିନ ବହୁତ ଭଲ ରହିବ। କାରଣ, ବହୁତ ଧନ ଲାଭ ହେବାର ଯୋଗ ରହୁଛି। ଆପଣଙ୍କ ଆୟ ବଢ଼ିବ ଏବଂ କେଉଁଠି ଅଟକି ରହିଥିବା ଟଙ୍କା ମଧ୍ୟ ଫେରି ଆସିବ।
ତୁଳା: ଆଜିର ଦିନ ସ୍ୱାଭାବିକ ରହିବ। ଆପଣଙ୍କୁ କିଛି କାମରେ ସଫଳତା ମିଳିପାରେ। କିନ୍ତୁ ଆଜି ଆପଣଙ୍କୁ କୌଣସି ଅପରିଚିତ ଲୋକଙ୍କୁ ବିଶ୍ୱାସ କରିବାଠାରୁ ଦୂରେଇ ରହିବା ଉଚିତ୍।
ବିଛା: ଲମ୍ବା ସମୟରୁ ଚାଲିଆସୁଥିବା କୌଣସି ଏକ ବଡ଼ ଦ୍ୱନ୍ଦ୍ୱରୁ ଆପଣଙ୍କୁ ଶୀଘ୍ର ଛୁଟକାରା ମିଳିପାରେ। ସମ୍ପତ୍ତି ସମ୍ବନ୍ଧୀୟ ନିଷ୍ପତ୍ତି ନେବା ବେଳେ ଚାପ ଅନୁଭବ କରିପାରନ୍ତି।
ଧନୁ: ଆଜି ଆପଣଙ୍କ ଆଖପାଖର ଲୋକଙ୍କ ଆଚରଣ ହେତୁ ଆପଣ ବିରକ୍ତ ଅନୁଭବ କରିବେ। ଜଣାଶୁଣା ଲୋକଙ୍କ ସହ ମିଳାମିଶା ଦ୍ୱାରା ଆପଣଙ୍କ ମୁଣ୍ଡକୁ ନୂଆ ଆଇଡିଆ ଆସିପାରେ। ଘରେ ପୂଜାପାଠ ଇତ୍ୟାଦିର ଆୟୋଜନ ହୋଇପାରେ।
ମକର: ଆଜି ଆପଣଙ୍କୁ ନିଜ ପରିଶ୍ରମର ଫଳ ମିଳିବ। କାର୍ଯ୍ୟରେ ସଫଳତା ମିଳିବା ଆରମ୍ଭ ହୋଇଯିବ। ଦ୍ୱିପ୍ରହର ପରେ ଆପଣଙ୍କ ନକ୍ଷତ୍ର ଅଧିକ ଶକ୍ତିଶାଳୀ ହେବ। ଦାମ୍ପତ୍ୟ ଜୀବନର ଚାପରୁ ମୁକ୍ତି ମିଳିପାରେ।
କୁମ୍ଭ: ଆଜି ଆପଣଙ୍କ ଦିନ ଅନୁକୂଳ ରହିବ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ପର୍କ ମଧୁର ହେବ। କର୍ମକ୍ଷେତ୍ରରେ ଆପଣଙ୍କୁ କିଛି ଲୋକଙ୍କଠାରୁ ପୂରା ସହଯୋଗ ମିଳିବ। ଆୟର ନୂଆ ରାସ୍ତା ଖୋଲିବ।
ମୀନ: ଆଜି ଆପଣ ନିଜ ଟଙ୍କାକୁ ସଞ୍ଚୟ କରିବା ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ପରିବାରରେ ସମସ୍ତଙ୍କର ପୂର୍ଣ୍ଣ ସମର୍ଥନ ମିଳିବ। ଭାଇ ଏବଂ ବନ୍ଧୁମାନଙ୍କୁ ସାହାଯ୍ୟ କରିବାର ଅବସର ମିଳିବ।