ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କ୍ୟାରିୟରରେ ସଫଳତା ମିଳିବ

ମେଷ : ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୁରା କରିବା ପାଇଁ ବିଳମ୍ବ ଘଟିବ । ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ନିଜ ଉପରକୁ ଝମେଲା ଆସିପାରେ । କର୍ମକ୍ଷେତ୍ରରେ ସମୟାନ୍ତରରେ ଟେନସନ୍ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । ଶତ୍ରୁତା କରୁଥିବା ବ୍ୟକ୍ତିଟି ପ୍ରତି ସତର୍କ ରହିବା ଭଲ ।
ବୃଷ : ଆଜି ମନ ବନ୍ଧୁ ପରିଜନଙ୍କୁ ଦେଖିବା ପାଇଁ ବ୍ୟାକୁଳ ହୋଇପାରେ । ଛୋଟ କଥାକୁ କେନ୍ଦ୍ରକରି ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ । କର୍ମକ୍ଷେତ୍ରରେ ସତର୍କ ରୁହନ୍ତୁ, ଅନ୍ୟଥା ସାଧାରଣ ଘଟଣା ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବ । ଶିଳ୍ପ, ବ୍ୟବସାୟରେ ସମସ୍ୟା ସମାଧାନ ସକାଶେ କିଛି ନୂଆ କାମ କରିପାରନ୍ତି ।
ମିଥୁନ : ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ । କିନ୍ତୁ ବଳହୀନ କାରଣରୁ ସାଧାରଣ ପ୍ରତିବନ୍ଧକଜନିତ ଅସୁବିଧା ମଧ୍ୟରେ ଗତି କରିପାରନ୍ତି । ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଆନୁଷ୍ଠାନିକ କାମ ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ ।
କର୍କଟ : ଯେଉଁ କାମରେ ହାତ ଦେବେ ସଫଳତା ଅର୍ଜିବେ । ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଲକ୍ଷ୍ୟ ହାସଲର ଆଶା ରହିଛି । ନିଜ ଲୋକମାନେ ଗୋଟିଏ କଥା କହି ତାହାର ଓଲଟା କରିପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ପ୍ରଗତିର ପଥରୋଧ କରିବ ।
ସିଂହ : ମନ ଅନୁଯାୟୀ କାମ ହାସଲ କରିବାରେ ବିଫଳ ହେବେ । ସାହାଯ୍ୟ କରିବାକୁ କଥା ଦେଇଥିବା ଲୋକଟି ପରକ୍ଷଣରେ ନାସ୍ତିବାଣୀ ଶୁଣାଇପାରେ । ପାରିବାରିକ କ୍ଷେତ୍ର ଏବଂ ବ୍ୟବସାୟ, ବାଣିଜ୍ୟାଦିରେ ତର୍କବିତର୍କର ସମ୍ମୁଖୀନ ହୋଇପାରନ୍ତି ।
କନ୍ୟା : କେତେକ ଅଧୁରା କାମକୁ ସୁଧାରି ନେବାର ଚେଷ୍ଟା କରିବେ । ସାମାଜିକ ସ୍ତରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ହେବେ । ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ ।
ତୁଳା : ଅପୂରଣୀୟ ଅଭିଳାଷ, ଅଭିମାନିଆ ବନ୍ଧୁ, ଅତୀତ ଦୁଶ୍ଚିନ୍ତାଜନିତ ଅସ୍ଥିରତା ସୃଷ୍ଟି ହେବ । ଆଜିର ବ୍ୟବସାୟ, ପରିବହନ, ଯାତ୍ରାର ଲକ୍ଷ୍ୟ, ଅର୍ଥପ୍ରାପ୍ତିର ଆଲୋଚନା ସନ୍ତୋଷଜନକ ନ ହୋଇପାରେ । ସାହିତ୍ୟ, ସଙ୍ଗୀତ ସମାରୋହ, ସଭାସମିତି, କଚେରି ମାମଲାର ଫଳଫଳରେ ଆମତ୍ତୃପ୍ତି ଲାଭ କରିବେ ।
ବିଛା : କର୍ମକ୍ଷେତ୍ରରେ ବିଭିନ୍ନ କାମ ହାତକୁ ନେଇପାରନ୍ତି । ଆର୍ଥିକ ସ୍ଥିତି, ପାରିବାରିକ କ୍ଷେତ୍ର, ସ୍ବାସ୍ଥ୍ୟ ସମସ୍ୟା, ସନ୍ତାନଙ୍କ ଶିକ୍ଷା, ପରୀକ୍ଷାଦି ବିଷୟରେ ସଫଳତା ପାଇବେ । ଆନୁଷ୍ଠାନିକ କାମ, ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ । ଅବିବାହିତ ପୁତ୍ରକନ୍ୟାଙ୍କ ବିବାହ ବିଷୟକୁ କେନ୍ଦ୍ରକରି ସମସ୍ୟା ଲାଗି ରହିବ ।
ଧନୁ : ସାମଗ୍ରିକ ସୁଖସାଧନରେ ସହାୟକ ହେବେ । ରାଜନୈତିକ ପରିସ୍ଥିତି, ଅର୍ଥନୈତିକ ସମସ୍ୟା, ସରକାରୀ ସ୍ତରର ତାଗିଦା, ଟେନସନ ରହିବ । ସଭାସମିତି, କଳା ସାହିତ୍ୟ, ଆନୁଷ୍ଠାନିକ କାମରେ ମନୋରଞ୍ଜନ ପ୍ରୀତିପ୍ରଦ ହେବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ନ ହେଲେ ମଧ୍ୟ ବିଶେଷ ଲାଭ ନ ହୋଇପାରେ ।
ମକର : ଦୀର୍ଘଦିନଧରି ଲାଗି ରହିଥିବା ରୋଗରେ କଷ୍ଟ ପାଇବେ । କେତେକ ଅବହେଳା ଯୋଗୁ ଅସମ୍ପୂର୍ଣ୍ଣ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି । ବ୍ୟବସାୟିକ ସ୍ଥିତି ଭଲ ରହିବ । ଋଣ ପରିଶୋଧର ଦୁଶ୍ଚିନ୍ତାରୁ ମୁକୁଳି ପାରିବେ ନାହିଁ । ସାମୟିକ ପାରିବାରିକ ଅଶାନ୍ତି ଅନୁଭବ କରିବେ ।
କୁମ୍ଭ : ଖାମଖିଆଲ ମନୋଭାବ ଓ ବିଳାସପୂର୍ଣ୍ଣ ଜୀବନଯାତ୍ରାରେ ଦିନଟି ଅତିବାହିତ ହେବ । ବ୍ୟବହାରରେ କଠୋରତା କାରଣରୁ ବନ୍ଧୁଙ୍କ ସହ କଳହର ସୂଚନା ରହିଛି । ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବାପୂର୍ବରୁ ସମସ୍ୟା ଆସିପାରେ । କର୍ମକ୍ଷେତ୍ର, ପରିବାର, ବ୍ୟବସାୟ, କଳା, ସାହିତ୍ୟ, ଯାତ୍ରା, ପରୀକ୍ଷା ପ୍ରଭୃତି ପାଇଁ ଦିନଟି ମନ୍ଦ ହେବନି ।
ମୀନ : ଦୁଃଖକୁ ମନରେ ମାରି କର୍ମକ୍ଷେତ୍ରରେ ନିଜକୁ ମଜ୍ଜାଇ ରଖିବାକୁ ବାଧ୍ୟ ହେବେ । ଘରର ଗୁରୁତ୍ୱପୂର୍ଣ୍ଣ କାମ ଅବହେଳାରେ ରହିଯାଇଥିବା ହେତୁ ଯୁକ୍ତିତର୍କର ଆଶଙ୍କା ରହିଛି । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବନ୍ଧୁମାନଙ୍କ ସହ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ।