ଆପଣଙ୍କ ରାଶି ଆଜି କ’ଣ କହୁଛି, ଜାଣନ୍ତୁ ଆଜି ଦିନର ରାଶିଫଳ

ଆଜି ଆର୍ଥିକ ସ୍ଥିତି ଏବଂ ଏହାସହ ଜଡିତ ସମସ୍ୟା ଚିନ୍ତାର କାରଣ ହୋଇପାରେ। ଆଜି ଜୀବନସାଥୀଙ୍କର ପୂର୍ଣ୍ଣ ସମର୍ଥନ ପାଇବେ। ଦ୍ୱିପ୍ରହର ପର୍ଯ୍ୟନ୍ତ ଖର୍ଚ୍ଚ ବୃଦ୍ଧି ପାଇବ, କିନ୍ତୁ ଏହା ପରେ ସ୍ଥିତି ବଦଳିବ ଏବଂ ଖର୍ଚ୍ଚ ହ୍ରାସ ପାଇବ।

ମେଷ: ଆଜି ଆର୍ଥିକ ସ୍ଥିତି ଏବଂ ଏହାସହ ଜଡିତ ସମସ୍ୟା ଚିନ୍ତାର କାରଣ ହୋଇପାରେ। ଆଜି ଜୀବନସାଥୀଙ୍କର ପୂର୍ଣ୍ଣ ସମର୍ଥନ ପାଇବେ।

ବୃଷ: ଆଜିର ଦିନ ଆପଣଙ୍କ ପାଇଁ ଉତ୍ଥାନ-ପତନରେ ଭରି ରହିବ। ଦ୍ୱିପ୍ରହର ପର୍ଯ୍ୟନ୍ତ ଖର୍ଚ୍ଚ ବୃଦ୍ଧି ପାଇବ, କିନ୍ତୁ ଏହା ପରେ ସ୍ଥିତି ବଦଳିବ ଏବଂ ଖର୍ଚ୍ଚ ହ୍ରାସ ପାଇବ।

ମିଥୁନ: ଆଜି ଆପଣ ପୂଜାପାଠରେ ଧ୍ୟାନ ଦେବେ। ଟଙ୍କା ଲେଣଦେଣରେ ଆପଣଙ୍କୁ ସାବଧାନ ରହିବା ଉଚିତ୍। କର୍ମକ୍ଷେତ୍ରରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

କର୍କଟ: ଆଜି ଆପଣଙ୍କୁ କିଛି ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିପାରେ। ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହିତ ନୂତନ ସମ୍ପର୍କ ସ୍ଥାପନ ହେବ। ବ୍ୟକ୍ତିଗତ ସମ୍ପର୍କରେ ମଧୁରତା ଆସିବ।

ସିଂହ: ଆଜିର ଆପଣଙ୍କ ପାଇଁ ଟିକିଏ ଦୁର୍ବଳ ରହିବ। ଆଜି ଆପଣଙ୍କୁ ଜ୍ୱର ଆସିବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ ମଧ୍ୟ ଖୁସିର ମୁହୂର୍ତ୍ତ ଆସିବ।

କନ୍ୟା: ଆଜି ଆପଣଙ୍କୁ କ୍ୟାରିଅରରେ ଆଗକୁ ବଢ଼ିବାର ମଉକା ମିଳିବ। ଯଦି ଆପଣ କିଛି ଖାସ୍‌ କାମ କରିବାକୁ ଭାବୁଛନ୍ତି, ତା’ ହେଲେ ଆଜିର ଦିନ ଶୁଭ ହେବ।

ତୁଳା: ଆଜି ଆପଣଙ୍କ ପାଇଁ ସ୍ଥିତି ସକାରାତ୍ମକ ରହିବ ନାହିଁ। ଶକ୍ତିର ଅଭାବ ରହିବ। ପ୍ରେମ ସମ୍ବନ୍ଧରେ ଆପଣ ଭାଗ୍ୟବାନ ହେବେ। ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ।

ବିଛା: ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ଆଜି ଆପଣଙ୍କ ଆୟ ଖୁବ୍‌ ହେବ। ଖର୍ଚ୍ଚ କମିବ। ଏହା ସତ୍ତ୍ୱେ ଆପଣଙ୍କୁ ନିଜ ଶତ୍ରୁମାନଙ୍କଠାରୁ ସାବଧାନ ରହିବାକୁ ହେବ।

ଧନୁ: ଆଜି ଆପଣ ପୂରା ଦିନ ସତେଜ ଅନୁଭବ କରିବେ। ଆପଣଙ୍କ ଆଖପାଖରେ ସକାରାତ୍ମକ ଶକ୍ତି ରହିବ। ଲୋକମାନେ ଆପଣଙ୍କୁ ନେଇ ପ୍ରସନ୍ନ ରହିବେ।

ମକର: ଜଟିଳ ସମସ୍ୟାର ସମାଧାନ ପାଇବେ। ମନରେ କିଛି ଚିନ୍ତା ରହିବ। ସନ୍ତାନର ଦାବି ଦ୍ୱାରା ସମସ୍ୟାରେ ପଡ଼ିବେ। ନିଜର ଆତ୍ମବିଶ୍ୱାସକୁ କମ୍‌ ହେବାକୁ ଦିଅନ୍ତୁ ନାହିଁ।

କୁମ୍ଭ: ଆଜିର ଦିନ ଆପଣଙ୍କ ପାଇଁ ସ୍ୱାଭାବିକ ହେବ। ଆଜି ଆପଣ ନିଜର ଅନେକ କାର୍ଯ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ସ୍ୱାସ୍ଥ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ।

ମୀନ: ଆଜି ଆପଣ ନିଜର କିଛି କଥା ଖୋଲାଖୋଲି ଭାବେ ଅନ୍ୟମାନଙ୍କ ସାମ୍ନାରେ ରଖିବାକୁ ସକ୍ଷମ ହେବେ। ଆପଣ ନିଜ ଜୀବନରେ ଉନ୍ନତି କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.