ଦିନ ଆରମ୍ଭ କରିବା ପୂର୍ବରୁ ଏବେଠୁ ପଢ଼ି ନିଅନ୍ତୁ ଆଜିର ରାଶିଫଳ

ଦୈନିକ ରାଶି ଫଳ ଗ୍ରହ-ନକ୍ଷତ୍ର ଚଳନ ଉପରେ ଆଧାରିତ ଏକ ଫଳାଦେଶ। ଏଥିରେ ମେଷ ଠାରୁ ଆରମ୍ଭ କରି ମୀନ ପର୍ଯ୍ୟନ୍ତ ୧୨ଟି ଯାକ ରାଶିର ଭବିଷ୍ୟଫଳ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜି ୨୫ ସେପ୍ଟେମ୍ବର ୨୦୨୨ ଦିନଟି କେମିତି କଟିବ…

ମେଷ:

କର୍ମ କ୍ଷେତ୍ର ସହ ଜଡ଼ିତ ସମସ୍ୟାକୁ ସମାଧାନ କରିବା ପାଇଁ ଅଧିକ ପରିଶ୍ରମ କରିବେ। ସିନିୟରଙ୍କ ସହଯୋଗ ପାଇବେନି। ଫଳରେ ଦୁଃଖିତ ହେବେ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିପାରନ୍ତି। ବୈବାହିକ ଜୀବନ ସୁଖମୟ ହେବ।

ବୃଷ:

କାମ ବିଗିଡ଼ିଯିବ। ଚାକିରିଆଙ୍କୁ ଇଚ୍ଛା ମୁତାବକ ଜାଗାକୁ ଯିବାକୁ ସୁଯୋଗ ମିଳିବ। ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯିବେ। ସନ୍ତାନଙ୍କ ସହ ଜଡ଼ିତ ବଡ଼ ଖୁସି ଖବର ମିଳିବ। ସାଥୀଙ୍କ ଠାରୁ କୌଣସି ବଡ଼ ସରପ୍ରାଇଜ୍‌ ମିଳିପାରେ।

ମିଥୁନ:

ଆଗକୁ ବଢ଼ିବାକୁ ସୁଯୋଗ ମିଳିବ। କାମ ପାଇଁ ଦୂର ଯାତ୍ରା କରିପାରନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପାଇଁ ଶରୀରର ଅଧିକ ଯତ୍ନ ନିଅନ୍ତୁ। କାମ ବୋଝ ବଢ଼ିବ। ପ୍ରେମ ସମ୍ପର୍କରେ ଭାବି ଚିନ୍ତି ଆଗକୁ ବଢ଼ନ୍ତୁ। ପରିବାର ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

କର୍କଟ:

ସୌଭାଗ୍ୟ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ସିନିୟର ଓ ଜୁନିଅରଙ୍କ ସହଯୋଗ ମିଳିବ। ଭୂମି, ଭବନ ଓ ବାହନର ସୁଖ ପ୍ରାପ୍ତି ହେବ। ଆୟର ସ୍ରୋତ ବଢ଼ିବ। ବିବାହ ପାଇଁ ପ୍ରସ୍ତାବ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ସିଂହ:

ସଫଳତା ମିଳିବ। ମାନ-ସମ୍ମାନ ମିଳିବ। ବଡ଼ ଅନୁଷ୍ଠାନ ଆପଣଙ୍କୁ ସମ୍ମାନିତ କରିପାରେ। ବିଦେଶରେ ରହି ଅଧ୍ୟୟନ କରୁଥିବା ପିଲାଙ୍କ ପାଇଁ ଦିନଟି ଖୁବ୍‌ ଉତ୍ତମ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଖାଦ୍ୟପେୟ ଓ ଦିନଚର୍ଯ୍ୟା ଠିକ୍‌ ରଖନ୍ତୁ।

କନ୍ୟା:

କାମ ଚାପ ଅଧିକ ରହିବ। ଭୂମି- ଭବନ ମାମଲା ତୁଟାଇବାକୁ ସାଙ୍ଗଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ। କାମ କରିବା ପୂର୍ବରୁ ଏ ନେଇ କାହାକୁ କିଛି କୁହନ୍ତୁ ନାହିଁ। ନିଜ ଭବିଷ୍ୟତର ପ୍ଲାନ୍‌ ନିଜ ଭିତରେ ହିଁ ସୀମିତ ରଖନ୍ତୁ। ବିପରୀତ ଲିଙ୍ଗଙ୍କ ପ୍ରତି ଆକର୍ଷଣ ବଢ଼ିବ। ଜୀବନସାଥୀଙ୍କ ସହ ପ୍ରେମ ବଢ଼ିବ।

ତୁଳା:

କ୍ୟାରିୟର କିମ୍ବା ବ୍ୟବସାୟ ପାଇଁ ଦୂର ଯାତ୍ରା କରିବାକୁ ପଡ଼ିପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଫଳରେ ବଜେଟ୍‌ ଗଡ଼ବଡ଼ ହୋଇପାରେ। ବ୍ୟବହାରକୁ ନିୟନ୍ତ୍ରଣରେ ରଖନ୍ତୁ। ଜୀବନସାଥୀଙ୍କ ବ୍ୟବହାରକୁ ଅଣଦେଖା କରନ୍ତୁ ନାହିଁ।

ବିଛା:

ପରିଶ୍ରମ କଲେ ବି ଅଧିକ ସଫଳତା ମିଳିବ ନାହିଁ। ସଫଳତା ମିଳିବାରେ ବିଳମ୍ବ ହେବ। ଏଭଳି ସ୍ଥିତିରେ ପରିବାରଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ପାଠପଢ଼ା ପିଲା ପଢ଼ାରେ ମନ ଦେଇ ପାରିବେ ନାହିଁ। ପ୍ରେମ ସମ୍ପର୍କକୁ ମଜଭୁତ କରିବାକୁ ଜୀବନସାଥୀଙ୍କୁ ସମୟ ଦିଅନ୍ତୁ।

ଧନୁ:

ନୂଆ ସୁଯୋଗ ମିଳିବ। ଚାକିରିଆଙ୍କୁ ନୂଆ ଦାୟିତ୍ୱ ଦିଆଯିବ। ଫଳରେ ମାନ-ସମ୍ମାନ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ସମସ୍ତେ ପ୍ରଶଂସା କରିବେ। ଘର ପରିବାରର ବାତାବରଣ ସୁଖଦ ରହିବ। ବୈବାହିକ ଜୀବନ ସୁଖମୟ ରହିବ। ଜୀବନର ପ୍ରତିଟି ମୁହୂର୍ତ୍ତରେ ଜୀବନସାଥୀଙ୍କ ସହଯୋଗ ମିଳିବ।

ମକର:

ଆଶାଠାରୁ କମ୍‌ ସଫଳତା ମିଳିବ। ପାରିବାରିକ ସମସ୍ୟା ବଢ଼ିବ। ଘରୋଇ ମାମଲାରେ ତିକ୍ତତା ସୃଷ୍ଟି ହୋଇପାରେ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ମାଲିକ ଗାଳି କରିପାରନ୍ତି। ପ୍ରେମିକାଙ୍କ ଇଚ୍ଛା ମୁତାବକ କାମ କରନ୍ତୁ। ଦେହ ପ୍ରତି ଯତ୍ନ ନିଅନ୍ତୁ।

କୁମ୍ଭ:

ସାଙ୍ଗଙ୍କ ସାହାଯ୍ୟରେ ଅଟକି ଥିବା କାର୍ଯ୍ୟ ପୂରଣ ହେବ। ପରିବାରର ସଦସ୍ୟଙ୍କ ଦେହ ଖରାପ ଯୋଗୁ ଚିନ୍ତାରେ ରହିପାରନ୍ତି। ପ୍ରେମ ମାମଲାରେ ସତର୍କ ରୁହନ୍ତୁ। ଆପଣଙ୍କୁ ଦେଖି ଲୋକମାନେ ଈର୍ଷା କରିପାରନ୍ତି।

ମୀନ:

କ୍ୟାରିୟରକୁ ନେଇ ବଡ଼ ସଫଳତା ପାଇପାରନ୍ତି। ଦାୟିତ୍ୱ ନେବାରେ ସଫଳ ହେବେ। ପରିବାରର ପୂର୍ଣ୍ଣ ସହଯୋଗ ମିଳିବ। ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଆର୍ଥିକ ସହାୟତା ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.