ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ

ମେଷ : ନିଃସହାୟ ଲୋକଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ । ପରିବାରରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ କିନ୍ତୁ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା କାରଣରୁ ଚାକିରିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ ।

 

ବୃଷ : କୌଣସି ସନ୍ଦେହଜନକ ସ୍ଥିତିରେ ନୀରବତା ଅବଲମ୍ବନ କରି କଥାର ସତ୍ୟତାକୁ ଉପଲବ୍‌ଧି କରିବେ । ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ ଓ ବିଜୟୀ ମଧ୍ୟ ହେବେ । କୌଣସି ରୋଗପୀଡ଼ା କାରଣରୁ ବାରମ୍ବାର ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡ଼ିବାକୁ ପଡ଼ିପାରେ । ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି ।

 

ମିଥୁନ : ବନ୍ଧୁଙ୍କୁ ନ୍ୟାୟୋଚିତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆଜିର ଯାତ୍ରାରୁ ସୁଫଳ ପାଇବେ ଏବଂ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ । ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମରେ କିମ୍ବା ପ୍ରତିଯୋଗିତାରେ ଭାଗନେଲେ ସଫଳତା ପାଇବା ସହ ପ୍ରଶଂସିତ ହେବେ ।

 

କର୍କଟ : ବନ୍ଧୁମାନେ ନିଜର ଫାଇଦା ହାସଲ କରିପରାନ୍ତି । ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିପାରନ୍ତି । ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ଲାଭକରି ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।

 

ସିଂହ : ଆଜି ନକାରାତ୍ମକ ଚିନ୍ତାଧାରା ମନକୁ ବେଶି ବିବ୍ରତ କରିପାରିବ ନାହିଁ । ଆର୍ଥିକ ଅନଟନ ଯୋଗୁ କାମଗୁଡ଼ିକ ସାମୟିକ ବାଧାପ୍ରାପ୍ତ ହୋଇପାରେ । ଆତ୍ମୀୟସ୍ବଜନମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ । କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ ।

 

କନ୍ୟା : ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ, ଏଣୁ ସତର୍କ ରହିବା ଭଲ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । ପରିବାରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଭ୍ରମଣ ସୁଯୋଗ ଲାଭ କରିବା ସହିତ ଅଭିଳଷିତ ଜିନିଷ ପାଇପାରିବେ ।

 

ତୁଳା : ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିପାରିଲେ ଯାହା ଚିନ୍ତା କରୁଛନ୍ତି ତାହା ପାଇବେ । ଜମିଜମା କ୍ରୟବିକ୍ରୟ କଥା ଅଗ୍ରଗତି କରିଥିଲେ ଅବହେଳା ଯୋଗୁ ତାହା ହାତଛଡ଼ା ହୋଇପାରେ । ସାମାଜିକ ସ୍ତରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ । କୋର୍ଟ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇ ଖୁସି ହେବେ ।

ବିଛା : ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତାର ସହ ତୁଲାଇ ପ୍ରଶଂସା ପାଇବେ । ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ସହ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହେବେ । ନିର୍ମାଣାଧୀନ କାମରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ଆର୍ଥିକ ସ୍ଥିତି ଭଲ ରହିଥିଲେ ମଧ୍ୟ କେତେକ କାରଣକୁ ନେଇ ଅନୁରାଧାର ମାନସିକ ସ୍ଥିତି ଭଲ ରହି ନ ପାରେ ।

ଧନୁ : ବନ୍ଧୁଙ୍କ ସହାୟତାରେ ଅଟକି ରହିଥିବା କାମ ଗୁଡ଼ିକ ତ୍ୱରାନ୍ବିତ ହୋଇପାରିବ । ସାମାଜିକ ସ୍ତରରେ କୌଣସି କାର୍ଯ୍ଯ ଯୋଗୁ ସମାଲୋଚିତ ହୋଇପାରନ୍ତି । ସକାଳ ସମୟଟି ପ୍ରାୟତଃ ଭଲ ରହିବ ଓ ଆର୍ଥିକ ଦିଗରୁ ଉପକୃତ ହେବେ । କୌଣସି ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ ।

ମକର : ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ କିନ୍ତୁ ମାନସିକ ସ୍ତରରେ ବ୍ୟସ୍ତତା ଲାଗିର ରହିବ । ଈର୍ଷା ପରାୟଣ ବ୍ୟକ୍ତି ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି କଟୁ ମନ୍ତବ୍ୟ ଦେଇ ପାରନ୍ତି । ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ କିନ୍ତୁ ଏଥିପାଇଁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ । ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇପାରନ୍ତି ।

 

କୁମ୍ଭ : ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷା କରି ଚଳିବା କାରଣରୁ ସାଂସାରିକ ଜୀବନ ସୁଖମୟ ହୋଇପାରେ । ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ବହୁତ ଦିନରୁ ହେଉନଥିବା ଜିନିଷ ହୋଇଯିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାଧାରଣ ବଚସାରୁ ମନୋମାଳିନ୍ୟ ଘଟିପାରେ ।

 

ମୀନ : ଶାରୀରିକ ଅବସ୍ଥାରେ ଉନ୍ନତି କାରଣରୁ ମାନସିକ ଆଶ୍ୱସ୍ତି ଲଭିବେ । ଘରର କିଛି ନୂଆ କାମ ଆରମ୍ଭ କରିବେ । ଆଜି ସୌଖୀନ ଦ୍ରବ୍ୟ କ୍ରୟକରି ପାରନ୍ତି । ପରିବାରର ସମର୍ଥନ ଲାଭ କରି ଅଭିଳଷିତ କାମକୁ ଅଗ୍ରଗାମୀ କରାଇପାରିବେ । କ୍ରୀଡ଼ା, ଚଳଚିତ୍ର ଓ ସଙ୍ଗୀତାଦି କ୍ଷେତ୍ରରୁ ସୁନାମ ଅର୍ଜନ କରିବାର ସୁଯୋଗ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like