ଆଜିର ରାଶିଫଳ, ବୃଷ ରାଶିର ବ୍ୟକ୍ତି ଭୂସମ୍ପତ୍ତି କ୍ରୟ କରିବା ସହିତ ପଦୋନ୍ନତି ପାଇବେ

ମେଷ: ଶାରୀରିକ ଏବଂ ମାନସିକ, ଆର୍ଥିକ ସ୍ଥିତି ଅତ୍ୟନ୍ତ ସୁଦୃଢ ରହିବ। ଆଜିର ଦିନଟି ପ୍ରତ୍ୟେକ ଦୃଷ୍ଟିକୋଣରୁ ଭଲ ରହିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ ସଂପାଦନ କରିବେ।

ବୃଷ: ଅସଂପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ କରିବେ। କମ୍‌ ପରିଶ୍ରମ କରିବେ । ଆଧିକ ଉପାର୍ଜନକ୍ଷମ ହେବେ। ଭୂସଂପତ୍ତି କ୍ରୟ କରିବେ। ସାହସିକ ପଦକ୍ଷେପ ନେବେ। ଆର୍ଥିକ ମେରୁଦଣ୍ଡ ସୁଦୃଢ ରହିବ। ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବେ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ପଦୋନ୍ନତି ହେବ।

ମିଥୁନ : ନିଷ୍ଠା ପ୍ରଚେଷ୍ଟା ଯୋଗୁଁ ପୂର୍ବରୁ ନଷ୍ଟ ହୋଇଥିବା ମାନ ସମ୍ମାନ ମିଳିବ। ଆଶା ବାସ୍ତବତାରେ ପରିଣତ ହେବ। ଏକାଧିକ ଉପାୟରେ ଅର୍ଥ ଉପାର୍ଜନ କରିବେ। ବେସରକାରୀ ସ୍ତରରେ ନିଯୁକ୍ତି ମିଳିବ। ଦେହ ମନ ସୁସ୍ଥ ରହିବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।

କର୍କଟ: ବହୁତ ଦିନର ଅସଂପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବ। କାର୍ଯ୍ୟ ହାସଲ କରିବା କ୍ଷେତ୍ରରେ ସଫଳ ହେବେ। ଆର୍ଥିକ ମେରୁଦଣ୍ଡ ସୁଦୃଢ ହେବ। ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ଦେହ ମନ ସୁସ୍ଥ ରହିବ। ନୂତନ କାମକୁ କାର୍ଯ୍ୟକାରୀ କରିବେ। ନିଜ ଶକ୍ତିକୁ ଠିକ ରୂପେ ବ୍ୟବହାର କରିବେ।

ସିଂହ: ଦୁଃସାହାସିକ ପଦକ୍ଷେପ ନେବେ। ଭୂସଂପତ୍ତି କ୍ରୟ କରିବେ। ବିଭିନ୍ନ ଦିଗରୁ ଅର୍ଥର ଝଡ ବୋହିବ। ଶୃଙ୍ଖଳତା ପ୍ରତିପାଦନ କରିବେ। ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁପ୍ତ ବୈଠକ କରିବେ। ବିବାହ ପାଇଁ ନିର୍ବନ୍ଧ ତାରିଖ ଧାର୍ଯ୍ୟ ହେବ। କୌଣସି ଭଲ ଖବର ମିଳିବାର ସମ୍ଭାବନା ରହିଛି। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ।

କନ୍ୟା: ଜନପ୍ରିୟତା ବଢାଇବା ପାଇଁ କିଛି ବି କରିବେ। ବହୁତ ଦିନ ଖରାପ ରହିଛି। ବେକାରୀମାନେ ଚାକିରି ପାଇବେ। ଆର୍ଥିକ, ବୃତ୍ତିଗତ କ୍ଷେତ୍ରରେ ଆଶାଠାରୁ ସଫଳତା ମିଳିବ। ଦେହ ମନ ସୁସ୍ଥ ରହିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ତୁଳା: ତୁଳନାତ୍ମକ ନିଷ୍ପତ୍ତି ନେବେ। ଆଶା ବାସ୍ତବତାରେ ପରିଣତ ହେବ। ଖେଳକୁଦରେ ମୁଖ୍ୟ ଭାବେ ଅଂଶ ଗ୍ରହଣ କରିବେ। ରୋଗମୁକ୍ତ ହେବେ। ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।

ବିଛା : ଜନପ୍ରିୟତା ହ୍ରାସ ହେବ। ଆଶା ଆଶଙ୍କାରେ ପରିଣତ ହେବ। ହାତେ ମାପି ଚାଖଣ୍ଡେ ଚାଲନ୍ତୁ। ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ହେବେ। ମିଥ୍ୟା ଅପବାଦରେ ଅପମାନିତ ହେବେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟ ପାଇଁ ଉତ୍ତରଦାୟୀ ହେବେ।

ଧନୁ: ଧନୁ ପରି ନମ୍ରତା ଆଣିରେ ପଦୋନ୍ନତି ମିଳିବ। ରାଜନୀତି କ୍ଷେତ୍ରରେ ଆଗକୁ ବଢିବେ। ଦେହ ମନ ସୁସ୍ଥ ରହିବ। ଆର୍ଥିକ ସ୍ଥିତି ବୃଦ୍ଧି ହେବ। ଋଣମୁକ୍ତ ହେବେ। ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।

ମକର: ଆର୍ଥିକ ବୃତ୍ତିଗତ, ସାମାଜିକ କ୍ଷେତ୍ରରେ ଆଶା ଠାରୁ ଅଧିକ ସଫଳତା ମିଳିବ। କାର୍ଯ୍ୟକୁ ହାସଲ କରିବେ। ସମସ୍ତଙ୍କ ପାଇଁ ଉଦାହରଣ ହେବେ। ଦେହ ମନ ସୁସ୍ଥ ରହିବ। ଉଦ୍ୟମରେ ସଫଳତା ମିଳିବ। ଅସଂପୂର୍ଣ୍ଣ କାମକୁ ସଂପୂର୍ଣ୍ଣ କରିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। ମନ ଖୁସିରେ ରହିବେ।

କୁମ୍ଭ: ଅସଂପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବେ। ଦେହ ସୁସ୍ଥ ରହିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ନିଷ୍ଠା ଓ ଚେଷ୍ଟା ଯୋଗୁଁ ବାଣିଜ୍ୟ ବ୍ୟବସାୟକୁ ସଂପ୍ରସାରଣ କରିବେ। ଋଣ ପରିଶୋଧ କରିବେ। ନୂଆ ଯାନ କିଣିବେ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ମାନ ସମ୍ମାନ ମିଳିବ। ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଜରୁରୀ କାର୍ଯ୍ୟରେ ବନ୍ଧୁ ସାହାଯ୍ୟ କରିବେ। ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

ମୀନ: ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଆଶା ବାସ୍ତବତାରେ ପରିଣତ ହେବ। ସମସ୍ତଙ୍କୁ ସାହାଯ୍ୟ କରିବେ। ତ୍ୟାଗକୁ ଜଳାଞ୍ଜଳି ଦେବେ। ଶିଳ୍ପ, ବାଣିଜ୍ୟ କାରବାର କ୍ଷେତ୍ରରେ କ୍ଷତି ସହିବେ। ରାଜନୀତିରେ ଓ ସାଙ୍ଗଠନିକ ବିଭିନ୍ନ କାମ ହାତକୁ ନେଇ ନିନ୍ଦିତ ହୋଇପାରନ୍ତି।

Leave A Reply

Your email address will not be published.