ମେଷ : ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ । ବ୍ୟବସାୟ, ପରିବହନ, ନିର୍ମାଣ ଓ ସଭାସମିତିରେ ସଫଳତା ହାସଲ କରିବେ । ପରୋକ୍ଷ ଶତ୍ରୁତା ମନକୁ ବିଚଳିତ କରିପାରେ ତଥାପି ଅନ୍ୟମାନଙ୍କର ସେବାରେ ମନ ଦେଇ ଖୁସି ରହିବେ ।
ବୃଷ : ସକାଳୁ ସ୍ବାସ୍ଥ୍ୟ ଓ ପୂର୍ବ ଶତ୍ରୁତା ସମ୍ପର୍କୀୟ ଚିନ୍ତା କରିବେ । ଆନୁଷ୍ଠାନିକ କାମରେ ସଫଳତା ପାଇବାରେ ଅସୁବିଧା ହେବ ନାହିଁ । କାମ ହାସଲରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିପାରନ୍ତି କିନ୍ତୁ କରଜକୁ କେନ୍ଦ୍ରକରି କଳହ ଲାଗିପାରେ । ସାଧାରଣ କଥାରେ ଭ୍ରାତୃ ସମ୍ପର୍କ, ବନ୍ଧୁପ୍ରୀତି, ଅର୍ଥପ୍ରାପ୍ତି , ଯାତ୍ରା ଓ ଆଲୋଚନା ବାଧାପ୍ରାପ୍ତ ହେବ । ଆଜିର ଦିନରେ ଜନ୍ମ ହୋଇଥିବା ଲୋକମାନେ ବହୁତ ସରଳ ମନଭାବର ହୋଇଥାନ୍ତି ।
ମିଥୁନ : ଆପଣ ଅନ୍ୟମାନଙ୍କୁ ମନେଇ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ଅପ୍ରିୟସତ୍ୟ କଥା ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଭଲ ଲାଭ ପାଇବେ । ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି ।
କର୍କଟ : ଆଜି ଯେମିତି ଆଶା କରୁଛନ୍ତି ସେମିତି ପାଇବାରେ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅଟକି ରହିଥିବା କାମ ସକାଶେ ଅନୁତାପ କରିବାକୁ ପଡ଼ିପାରେ । ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢ଼ା, ଯାତ୍ରା ପାଇଁ ଦିନଟି ଭଲ । ଅସମର୍ଥିତ ସୂତ୍ରରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ।
ସିଂହ : କର୍ମକ୍ଷେତ୍ରରେ ସାଧାରଣ କଥାରୁ କଳହ କିମ୍ବା ମନାନ୍ତର ଘଟିବାର ଆଶଙ୍କା ଉତ୍ପର୍ଣ୍ଣ ହେବ । ଭୁଲ୍ ବୁଝାମଣା ପାରିବାରିକ ସମସ୍ୟାକୁ ବଢ଼ାଇ ଦେଇପାରେ । ବନ୍ଧୁଙ୍କ ନିକଟରୁ କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି । ଆନୁଷ୍ଠାନିକ କାମରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇବେ ।
କନ୍ୟା : ଯେତେ ଯାହା କଲେ ମଧ୍ୟ ଆତ୍ମୀୟ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ । ବିଳମ୍ବରେ କାମ ସମ୍ପନ୍ନ ହେବାରୁ ମନସ୍ତାପ କରିପାରନ୍ତି । କର୍ମକ୍ଷେତ୍ରରେ ନୂତନ ଯୋଜନା କିମ୍ବା ଚୁକ୍ତିପତ୍ର ସ୍ବାକ୍ଷରିତ ହେବ । ଆଶା କରୁଥିବା ଦିଗରୁ କିଛି ପାଇବା ପଛରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ରହିବ ।
ତୁଳା : ଦିନଟି ବହୁତ ଭଲ, ମାତ୍ର କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ । ସାମାଜିକ କ୍ଷେତ୍ରରେ ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ ଓ ସାହାଯ୍ୟ ସହଯୋଗ ମିଳିବ । ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ଆଶଙ୍କା ରହିଛି । ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ କ୍ରୟ କରିବା ସକାଶେ ପରିବାରରୁ ବରାଦ ପାଇପାରନ୍ତି ।
ବିଛା : ଆଜି ମନ ଚାହୁଁ ନ କାମ ସମୟ ଓ ପରିସ୍ଥିତିକୁ ନେଇ କରିବାକୁ ବାଧ୍ୟ ହେବେ । ଆଲୋଚନା ପରିସରରେ ସହକର୍ମୀ କିମ୍ବା ବନ୍ଧୁଙ୍କ ସହ ବିତର୍କ ସୃଷ୍ଟି ହୋଇପାରେ । ଅତ୍ୟଧିକ ପରିଶ୍ରମଜନିତ ସାମୟିକ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଲେଖାପଢ଼ା, ନିର୍ମାଣ, ଗବେଷଣାରୁ ପ୍ରଶଂସିତ ହେବେ ।
ଧନୁ : କର୍ମକ୍ଷେତ୍ରରେ ବନ୍ଧୁଙ୍କ ଦ୍ୱାରା ଅର୍ଥ ଓ ସମ୍ମାନ ଲାଭ କରିବେ । ଅଟକି ରହିଥିବା କାମରେ ଅଳ୍ପ ସମୟ ଅପେକ୍ଷା କରନ୍ତୁ, ଦେଖିବେ ସବୁ ଠିକ୍ ହୋଇଯିବ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ସକାଳୁ ବନ୍ଧୁଙ୍କ ସହ କିଛି ଆଲୋଚନାରୁ ମନ ଖୁସି ହୋଇଯିବାର ସୂଚନା ରହିଛି ।
ମକର : ଆଜିର ପ୍ରତ୍ୟୁଷ ଯାତ୍ରାରେ ବନ୍ଧୁମିଳନ ସଙ୍ଗକୁ ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହୋଇପାରେ । ଜଣେ ବନ୍ଧୁଙ୍କ ସହ ମିଶି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ଦ୍ୱାରା ସୁଫଳ ମିଳିବ । ଭ୍ରମଣ କ୍ଲାନ୍ତି ସହ ସ୍ବାସ୍ଥ୍ୟହାନି ଘଟିପାରେ । ଭାବପ୍ରବଣତାର ବଶବର୍ତ୍ତୀ ହୋଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲାଭଳି କାମ କରିବା ଠିକ୍ ହେବ ।
କୁମ୍ଭ : କର୍ମକ୍ଷେତ୍ରରେ ଅପରିଚିତ ବ୍ୟକ୍ତି ଦ୍ୱାରା କାମ ହାସଲ କରିବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଯୁକ୍ତିତର୍କ କାରଣରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ । ଅନ୍ୟମାନଙ୍କର ସହଯୋଗ ଅଭାବରୁ ଅଫିସରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ ।
ମୀନ : ମାନସିକ ଅସ୍ଥିରତା ବୃଦ୍ଧି ପଛରେ ପାରିବାରିକ ଅଶାନ୍ତି ମୁଖ୍ୟ କାରଣ ହେବ । ପଡ଼ୋଶୀଙ୍କ ପାଇଁ ତ୍ୟାଗ ସ୍ବୀକାର କଲେ ମଧ୍ୟ ସେମାନଙ୍କ ଭୁଲ୍ ଧାରଣାକୁ ବଦଳାଇ ପାରିବେ ନାହିଁ । ପାରିବାରିକ, ବ୍ୟବସାୟିକ, ନୂତନ ପ୍ରକଳ୍ପ, ସମ୍ପର୍କୀୟ ଯୋଜନାକୁ କାର୍ଯ୍ୟକାରୀ କରାଇବେ । ପୂର୍ବଭାଦ୍ର ନକ୍ଷତ୍ର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧା ଭୋଗିବେ ।