ରାଶିଫଳ

ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ ଲୋକଙ୍କ ଆର୍ଥିକ ସ୍ଥିତି କିପରି ରହିବ

ମେଷ: ନୂଆ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଆର୍ଥିକ ପକ୍ଷ ଦୃଢ଼ ହେବ । ଆଜି ଆପଣ ଯେଉଁ କାମ ପୂରା କରିବାକୁ ଚାହିଁବେ, ତାହା ପୂରା ହେବ । ସୋସିଆଲ ମିଡିଆ ଜରିଆରେ ପୁରୁଣା ସାଙ୍ଗ ସହିତ କଥା ହେବେ ।

ବୃଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ ବ୍ୟବସାୟରେ ପଇସା ବିନିଯୋଗ କରନ୍ତୁ ନାହିଁ । ଅଯଥା ଖର୍ଚ୍ଚ କମାଇଲେ ଭବିଷ୍ୟତ ପାଇଁ ପଇସା ସଞ୍ଚୟ କରିବାରେ ସହଜ ହେବ ।

ମିଥୁନ: ଆଜି କୌଣସି ସାଙ୍ଗଙ୍କୁ ସାହାଯ୍ୟ କରିପାରନ୍ତି । ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାଙ୍ଗଠାରୁ ସାହାଯ୍ୟ ପାଇବେ । ଅଟକି ରହିଥିବା ଟଙ୍କା ଫେରିପାଇବେ ।

କର୍କଟ: ଛାତ୍ରମାନେ ପାଠପଢ଼ାରେ ପରିଶ୍ରମ କରିବେ । ଅଫିସରେ ଆପଣଙ୍କ କାମ ପ୍ରଶଂସିତ ହେବ । ପରିବାରରେ ଭଲ ତାଳମେଳ ରହିବ । ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ । ଆର୍ଥିକ କ୍ଷେତ୍ରରେ ସ୍ଥିରତା ରହିବ ।

ସିଂହ: ଆଜିର ଦିନ ପୂର୍ବାପେକ୍ଷା ଅଧିକ ଭଲ ହେବ । ଅବିବାହିତଙ୍କୁ ବିବାହର ଅଫର୍‌ ଆସିପାରେ । ପାରିବାରିକ କାର୍ଯ୍ୟ ପୂରା କରିବାରେ ଘର ଲୋକେ ସାହାଯ୍ୟ କରିବେ । ଛାତ୍ରମାନଙ୍କ ପାଇଁ ଦିନଟି ଭଲ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।

କନ୍ୟା: ପିଲାମାନଙ୍କ ସହିତ ପିକ୍‌ନିକ ଯାଇପାରନ୍ତି । ସନ୍ଧ୍ୟା ସୁଦ୍ଧା କିଛି ଭଲ ଖବର ପାଇବେ । ଘରର ପରିବେଶ ସୁଖଦ ହେବ । ସମାଜର ଲୋକେ ଆପଣଙ୍କ ବ୍ୟକ୍ତିତ୍ୱରେ ସନ୍ତୁଷ୍ଟ ହେବେ ।

ତୁଳା: ଆଜି ଆପଣ କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି । ନୂଆ ବସ୍ତ୍ର କିଣିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ । କାର୍ଯ୍ୟରେ ସଫଳତା ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ । ପୁରୁଣା ସାଙ୍ଗଙ୍କୁ ଭେଟିବାର ସୁଯୋଗ ପାଇବେ ।

ବିଛା: ଜୀବନସାଥୀଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ପ୍ରିୟ ବନ୍ଧୁଙ୍କ ସହ ଫୋନ୍‌ରେ ଏକ ଲମ୍ବା କଥାବାର୍ତ୍ତା ହେବ । ଆଜି ମା’, ବାପାଙ୍କର ପୂର୍ଣ୍ଣ ସହଯୋଗ ପାଇବେ । ଜୀବନରେ ଆଗକୁ ବଢ଼ିବେ ।

ଧନୁ: ଦିନଟି ଲାଭଦାୟକ ରହିବ । ନିଜ ଲୋକଠାରୁ ଖୁସି ଖବର ମିଳିପାରେ । ସାମାଜିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଆର୍ଥିକ ଲାଭ ପାଇଁ ପରିଶ୍ରମ କରିବେ । ଛାତ୍ରମାନଙ୍କୁ ସଫଳତା ମିଳିବାର ଅବସର ପ୍ରାପ୍ତ ହେବ ।

ମକର: ଆଜି ଆପଣଙ୍କ ମନକୁ ନୂଆ ବିଚାର ଆସିବ । କୌଣସି କାମ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ । ବିଚକ୍ଷଣ ବୁଦ୍ଧି ଯୋଗୁ ଆପଣଙ୍କୁ ପୁରସ୍କାର ମିଳିବାର ଯୋଗ ରହିଛି । ଝଗଡ଼ା ଠାରୁ ଦୂରେଇ ରହିବାକୁ ହେବ ।

କୁମ୍ଭ: ଆଜି ଆପଣ ରିଲାକ୍ସ ଅନୁଭବ କରିବେ । କୌଣସି ମାମଲାରେ ବଡ଼ ନିର୍ଣ୍ଣୟ ନେବାକୁ ପଡ଼ିପାରେ । ଦିନଟି ବହୁତ ଭଲ । ସମସ୍ତେ ଆପଣଙ୍କ କଥାକୁ ଯତ୍ନର ସହ ଶୁଣିବେ । ସ୍ୱାସ୍ଥ୍ୟ ମାମଲାରେ ନିଜକୁ ସତେଜ ଅନୁଭବ କରିବେ ।

ମୀନ: ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ । ସାଥୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଲେଖକମାନଙ୍କ ପାଇଁ ଦିନଟି ବହୁତ ଭଲ ରହିବ ।

D Sonali

Recent Posts

ମହାନତା ଦେଖାଇଲେ ନୟାପଲ୍ଲୀ ଥାନା ଅଧିକାରୀ, ଗୁରୁତର ମହିଳାଙ୍କୁ ପହଁଚାଇଲେ ଡାକ୍ତରଖାନା

ଭୁବନେଶ୍ୱର (କେନ୍ୟୁଜ): ଆମେ ଥାଉ ଖବର ସଂଗ୍ରହ ଅନ୍ୱେଷଣରେ । ସେଦିନର ସଂଧ୍ୟା ସମୟର କଥା ମନରୁ ଲିଭିନୁ। ଘଟଣାଟି…

10 mins ago

ହୋମିଓପାର୍ଥିକ ଫାର୍ମାସିଷ୍ଟ ପଦବୀରେ ଚାକିରି ସୁଯୋଗ, ମାସକୁ ଦରମା ୧ ଲକ୍ଷ ଟଙ୍କା

ଯୁବପିଢି ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଚ୍ଛୁକ ପ୍ରାର୍ଥୀ ହୋମିଓପାଥିକ ଫାର୍ମାସିଷ୍ଟ ପଦବୀରେ ଯୋଗ୍ୟ…

11 mins ago

ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ, ନେଦରଲ୍ୟାଣ୍ଡରେ କଲେ ବିବାହ

ଭୁବନେଶ୍ୱର (କେନ୍ୟୁଜ): ବାହା ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ।  ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ…

16 mins ago

କର୍ଣ୍ଣାଟକରେ ବିଜେପି ନେତାଙ୍କ ହୃଦ୍‌ଘାତରେ ମୃତ୍ୟୁ, ପେଟ୍ରୋଲ ଓ ଡିଜେଲ୍‌ ଦରବୃଦ୍ଧିକୁ ନେଇ ଦେଇଥିଲେ ଧାରଣା

କର୍ଣ୍ଣାଟକରେ ଜଣେ ବିଜେପି ନେତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ଏଠାରେ ସେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହଠାତ୍‌…

21 mins ago

ନିଟ୍‌ ମାମଲାରେ ଏନଟିଏକୁ ଜବାବ ମାଗିଲେ ସୁପ୍ରିମକୋର୍ଟ, ହେରଫେର ହୋଇଥିଲେ ସମୟ ପୂର୍ବରୁ ସୁଧାରନ୍ତୁ

ନିଟ୍‌ ପରୀକ୍ଷାକୁ ନେଇ ଉଠିଥିବା ବିବାଦ ଥମିବାରେ ନାଁ ଧରୁନି । ଆଜି ପୁଣି NEET ମାମଲାକୁ ନେଇ ସୁପ୍ରିମକୋର୍ଟରେ…

47 mins ago

ଶ୍ରୀମନ୍ଦିରରେ ରୁକ୍ମିଣୀହରଣ ଏକାଦଶୀ, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ (କେନ୍ୟୁଜ); ଆଜି ରୁକ୍ମଣୀ ହରଣ ଏକାଦଶୀ । ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ। ଶ୍ରୀ ମନ୍ଦିର ସିଂହ…

54 mins ago