ଆଜିର ରାଶିଫଳ: ଧାର୍ମିକ ଯାତ୍ରାରେ ଯାଇପାରନ୍ତି, ରୋଜଗାର ବଢ଼ିପାରେ
ଆଜି ଆପଣ ମା’, ବାପାଙ୍କ ସହ କୌଣସି ଧାର୍ମିକ ସ୍ଥଳକୁ ଯାଇପାରନ୍ତି। ସାଙ୍ଗଙ୍କ ସହ ଫିଲ୍ମ ଦେଖିବାର ପ୍ଲାନ୍ କରିବେ। ଚାକିରିଆମାନେ ମିଟିଂରେ ଭାଗ ନେବେ। ବରିଷ୍ଠମାନଙ୍କ ସହଯୋଗ ମିଳିବ।
ମେଷ: ଆଜି ଆପଣ ନିଜ ମା’, ବାପାଙ୍କ ସହ କୌଣସି ଧାର୍ମିକ ସ୍ଥଳକୁ ଯାଇପାରନ୍ତି। ସାଙ୍ଗଙ୍କ ସହ ଫିଲ୍ମ ଦେଖିବାର ପ୍ଲାନ୍ କରିବେ।
ବୃଷ: ଚାକିରିଆମାନେ ମିଟିଂରେ ଭାଗ ନେବେ। ବରିଷ୍ଠମାନଙ୍କର ସହଯୋଗ ମିଳିବ। ଆପଣଙ୍କ ଭଲ ବ୍ୟବହାର ଅନ୍ୟକୁ ପ୍ରଭାବିତ କରିବ।
ମିଥୁନ: ଆଜି ଆପଣ ନିଜର ଶକ୍ତି ଭଲ କାମରେ ଲଗାଇବେ। ସାମାଜିକ କାର୍ଯ୍ୟରେ ଭାଗ ନେଇପାରନ୍ତି। ପରିଶ୍ରମ ସଫଳ ହେବ।
କର୍କଟ: ବ୍ୟବସାୟିକ ଉଦ୍ୟମ ଲାଭ ଆଣିପାରେ। ବେପାରରେ ସଫଳତା ପାଇବେ। ଆପଣଙ୍କ ଅସୁବିଧାରେ ଲୋକେ ସାହାଯ୍ୟ କରିବେ।
ସିଂହ: ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କୁ ଧନ କମାଇବାରେ ସାହାଯ୍ୟ କରିବ। ସାଙ୍ଗଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ।
କନ୍ୟା: ନୂଆ କୌଶଳ ବିକଶିତ କରିବେ। ବିଦ୍ୟାର୍ଥୀମାନଙ୍କର ପ୍ରଦର୍ଶନ ସନ୍ତୋଷଜନକ ରହିବ। ମା’, ବାପା ପିଲାଙ୍କ ଉପରେ ଖୁସି ରହିବେ।
ତୁଳା: ସାଙ୍ଗଙ୍କଠାରୁ ଭଲ ପରାମର୍ଶ ମିଳିବ। ଆପଣ ସେହି ପରାମର୍ଶକୁ ନିଜ ଜୀବନରେ ଲାଗୁ କରିବାକୁ ପ୍ରୟାସ କରିବେ।
ବିଛା: ଆଜି ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ଅନୁକୂଳ ରହିବ। କାମ ସହ ଜଡ଼ିତ ଯାତ୍ରାରେ ଯାଇପାରନ୍ତି।
ଧନୁ: ଚାକିରିଆମାନଙ୍କ ପାଇଁ ଆଜିର ଦିନ ଲାଭକାରୀ। ସେମାନଙ୍କୁ କାମ ସହ ଜଡ଼ିତ କୌଣସି ଭଲ ଖବର ଶୁଣିବାକୁ ମିଳିପାରେ।
ମକର: କିଛି ନୂଆ ଆରମ୍ଭ ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କିନ୍ତୁ ଆଗାମୀ ସମୟରେ ଆର୍ଥିକ ଲାଭର ଯୋଗ ରହିଛି।
କୁମ୍ଭ: ଆଜି ଆପଣଙ୍କୁ କୌଣସି ସାଙ୍ଗଙ୍କଠାରୁ ଉପହାର ମିଳିବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନରେ ପାରସ୍ପରିକ ବୁଝାମଣା ଭଲ ରହିବ।
ମୀନ: ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ ଏବଂ ଆପଣ ସାହସୀ ହେବେ। ଆପଣ ନିଜ ବରିଷ୍ଠମାନଙ୍କର ଧ୍ୟାନ ଆକର୍ଷଣ କରିବେ।