ଆଜି ଏହି ରାଶିର ଲୋକେ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଭଲ ଲାଭ ପାଇବେ, ଜାଣନ୍ତୁ ଆଜିର ରାଶିଫଳ

ମେଷ : ଆଜି ଯାହା ପାଇବା ପାଇଁ ଆଶା ରଖିଛନ୍ତି ତାହା ପାଇପାରନ୍ତି । ପରିବହନରେ ଲାଭ ହୋଇପାରେ । ନୂତନ ଗୃହ, ଗାଡ଼ି, ମୋଟର, କିଣିବା  ପାଇଁ ମନ ବଳାଇପାରନ୍ତି । ପ୍ରିୟ ବନ୍ଧୁଙ୍କ ସହ ବୁଲିବାର ସୁଯୋଗ ପାଇବେ ।

ବୃଷ : ପାରିବାରିକ କଥାକୁ କେନ୍ଦ୍ରକରି ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ । ଅଫିସରେ ମିଥ୍ୟା ଅଭିଯୋଗକୁ ନେଇ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି । ଶିଳ୍ପ, ବାଣିଜ୍ୟ,ବ୍ୟବସାୟ,ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ।

ମିଥୁନ : ବିବାଦୀୟ ପରିସ୍ଥିତିକୁ ନେଇ ଟେନ୍‌ସନ୍‌ ଲାଗିରହିବ । ଫେରନ୍ତା ରାସ୍ତାରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟ ମିଳିପାରେ । ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇପାରନ୍ତି । ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ ।

କର୍କଟ : ଦିନଟି ଆପଣଙ୍କ ପାଇଁ ଠିକ୍‌ଠାକ୍‌ ରହିବ । ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ । ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ । ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି ।

ସିଂହ : ସକାଳୁ ସକାଳୁ ଶୁଭ ଖବର ପାଇ ମନ ଖୁସି ହୋଇଯିବ । କର୍ମକ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି । ସହକର୍ମୀଙ୍କ ସାହାଯ୍ୟରେ ଅଟକିଥିବା କାମକୁ ପୁରା କରିପାରନ୍ତି । ସରକାରୀ ସ୍ତରରୁ ଅର୍ଥ ଲାଭ ହୋଇପାରେ ।

କନ୍ୟା : କାର୍ଯ୍ୟ ସଫଳ ପାଇଁ ଆଜିର ଦିନଟି ଭଲ ରହିବ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସୁଭଫଳ ମିଳିପାରେ । ଶତ୍ରୁତା କରିଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।

ତୁଳା : ଆଜି ଜୀବନରେ କିଛି ନୂଆ କରିବା ପାଇଁ ଯୋଜନା କରିପାରନ୍ତି । ବ୍ୟବସାୟରେ ଲାଗିରହିଥିବା ବାଧା ଦୂର ହୋଇପାରେ । ବିଦେଶରେ ଚାକିରି କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ କିଛି ଭଲ ଖବର ମିଳିବାର ସମ୍ଭାବନା ରହିଛି ।

ବିଛା : ଆଜି ଯାତାୟତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଆୟ ଠାରୁ ବ୍ୟୟ ଅଧିକ ହେବ । ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ ।

ଧନୁ : ଆର୍ଥିକ ଲାଭ ପାଇଁ ଦିନଟି ବେଶ୍‌ ଭଲ  । କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ । ମହିଳାମାନେ ଜରୁରୀ ଜିନିଷ କିଣିବା ଲାଗି ବଜାରକୁ ଯାଇପାରନ୍ତି । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି ।

ମକର : ପିତାମାତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ । ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତି ଆଜି କିଛି ବଡ଼ ଡିଲ୍‌ କରିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍‌ ହୋଇପାରେ ।

କୁମ୍ଭ : ଆଜିର ଦିନଟି ଶରୀରିକ ଓ ମାନସିକ ଅସୁସ୍ଥତା ସହିତ କଟିପାରେ । କୌଣସି ସ୍ଥାନକୁ ଯିବା ସମୟରେ ନିଜ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ । ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି ।

ମୀନ : ଦିନଟିରେ କର୍ମଚଞ୍ଚଳ ରହିବେ । ଘରେ ପୂଜାପାଠର ଆୟୋଜନ କରିବେ । ନକାରାତ୍ମକ ଚିନ୍ତା ଦୂର ହେବ । ଛାତ୍ରଛାତ୍ରୀମାନେ କ୍ୟାରିୟର ପାଇଁ ନୂଆ ଯୋଜନା କରିପାରନ୍ତି । ପରିବାର କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like