ଦୈନିକ ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କ୍ୟାରିୟରରେ ସଫଳତା ମିଳିବ

ମେଷ : ଆଜି ଏହି ରାଶିର ଲୋକେ ଅର୍ଥ, ସମ୍ମାନ ସହ କର୍ମକ୍ଷେତ୍ରରେ ସମ୍ମାନର ଅଧିକାରୀ ହେବେ । ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ଆନୁଷ୍ଠାନିକ କାମ, ସଭାସମିତି, ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ । ସ୍ବାସ୍ଥ୍ୟ ଭଲ ରହି ନ ପାରେ ।

 

ବୃଷ : ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିପାରିଲେ ଭଲ । ବନ୍ଧୁବର୍ଗଙ୍କ ସକାଶେ ଯେତେକଲେ ମଧ୍ୟ ଅଭିଯୋଗ ପାଇବେ । ବନ୍ଧୁଙ୍କ ସମ୍ମୁଖରେ ଦୁଃଖ ଲୁଚାଇବାର ଅପଚେଷ୍ଟା କରି ଧରାପଡ଼ି ଯାଇପାରନ୍ତି । ବ୍ୟବସାୟିକ ସମସ୍ୟା ବୃଦ୍ଧି ପାଇପାରେ ।

 

ମିଥୁନ : କିଛି ଭଲ କାମରେ ମନ ଦେବେ । ବ୍ୟବସାୟରେ ଉନ୍ନତି କରିବେ କିନ୍ତୁ ଋ଼ଣ ପରିଶୋଧର ମାର୍ଗ ଉନ୍ମୁକ୍ତ ହେବନାହିଁ । ପ୍ରଶାସନିକ ସ୍ତରରେ ସ୍ଥିତି ଅନୁକୂଳ ହୋଇପାରେ । କୌଣସି ଦୂରାଗତ ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ୍‌ ଦ୍ରବ୍ୟ ପାଇପାରନ୍ତି ।

 

କର୍କଟ : ଆଜି ଆନୁଷ୍ଠାନିକ କାମ, ବନ୍ଧୁ ସମ୍ପର୍କ, କଳା, ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ । ଭୁଲ୍‌ ବୁଝାମଣା ଓ ସନ୍ଦେହଜନିତ ପାରିବାରିକ ସମସ୍ୟା ଗୁରୁତର ହୋଇପାରେ । ଶୀଘ୍ର ଶୀଘ୍ର କାମଟିକୁ ସମ୍ପନ୍ନ କରିବା ସକାଶେ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି । ବାଣିଜ୍ୟ ଓ ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବ ।

 

ସିଂହ :  ଆଜି ଆପଣ ସ୍ଵାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ଆଜି ଯାହା କଲେ ମଧ୍ୟ ସୁଫଳ ମିଳିବ ନାହିଁ । ପିଲାମାନେ ପାଠ ପଢ଼ାରେ ମନ ଦେବେ । ପରିବାର ସହିତ ଖୁସିର ସମୟ ବିତାଇବେ ।

 

କନ୍ୟା : ଜନସମର୍ଥନ ହାସଲ କରିପାରିବେ। ପାରିବାରିକ ଜୀବନରେ ଆଶ୍ୱସ୍ତି ଅନୁଭବ କରିବେ । ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଦୂରେଇ ଯାଇପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ପାଇଁ ଚିନ୍ତା ବଢ଼ିପାରେ, ଅବଶ୍ୟ ବିଶେଷ କିଛି ଅସୁବିଧା ହେବନାହିଁ ।

 

ତୁଳା : ଆଜି ଆପଣ ଆର୍ଥିକ ଅଭିବୃଦ୍ଧି, ସାମାଜିକ ସମ୍ମାନ ସହ କାର୍ଯ୍ୟସିଦ୍ଧିର ସୂଚନା ପାଇବେ । ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି । ପାରିବାରିକ ପରିସ୍ଥିତି ପୂର୍ବପରି ରହିବ କିନ୍ତୁ ସଭାସମିତିରେ ଯୋଗଦେଇ ଲାଭବାନ୍‌ ହେବେ । ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ ।

 

ବିଛା : ଆଜି କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ। ଏଥିସହ ହାତମୁଠାରୁ କେତେକ ସୁ୍‌ଯୋଗ ଖସିଯାଇପାରେ । କେତେକ କ୍ଷେତ୍ରରେ ମନକଥା ମନରେମାରି ରହିବେ, ମୁହଁ ଖୋଲିବାର ରାସ୍ତା ପାଇବେ ନାହିଁ । ପାରିବାରିକ ତିକ୍ତତାର ସମାପ୍ତି ଘଟାଇବାରେ ସମ୍ମାନ୍‌ନୀୟ ବ୍ୟକ୍ତି ସହାୟତା କରିପାରନ୍ତି ।

 

ଧନୁ : ଆଜି କୌଣସି କାର୍ଯ୍ୟ ବିଳମ୍ବରେ ହେବ । କାର୍ଯ୍ୟକୁ ତ୍ୱରାନ୍ବିତ କରିବେ ଏବଂ ଅର୍ଥ ସଂଗ୍ରହରେ ତପତ୍ର ହୋଇ ସଫଳତା ପାଇବେ । ପାରିବାରିକ ଜଞ୍ଜାଳ ବଢ଼ିପାରେ । ଦେହ ଭଲ ରହିଲେ ମଧ୍ୟ ରକ୍ତଚାପ କିମ୍ବା ଡାଇବେଟିସ୍‌ ରୋଗରେ କଷ୍ଟ ପାଇପାରନ୍ତି ।

 

ମକର : ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ ହେବ । କିନ୍ତୁ ଆଜି ଯେତେ ସୁବିଧାରେ ଚଳିବା ପାଇଁ ଚେଷ୍ଟାକଲେ ମଧ୍ୟ ସାମାନ୍ୟ ଅସୁବିଧା ଅନୁଭବ କରିବେ । ମନୋରଞ୍ଜନ ସକାଶେ ମନ ବଳାଇବେ କିନ୍ତୁ ଆର୍ଥିକ ଦୂରବସ୍ଥା ତାହା କରାଇ ଦେବନାହିଁ ।

 

କୁମ୍ଭ : ଆଜି ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ । ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ ତଥାପି ନିକଟସ୍ଥ ବନ୍ଧୁମାନେ ଖୁସି ହେବେନାହିଁ । ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ, ଫଳତଃ ସ୍ବାସ୍ଥ୍ୟହାନିର ଆଶଙ୍କା ରହିବ । ବନ୍ଧୁମାନେ କୌଣସି ଖବର ଦେବାରେ ହେଳା କରିପାରନ୍ତି, ଯାହାକି ଅସୁବିଧାର କାରଣ ହୋଇପାରେ ।

 

ମୀନ : ଆଜି କୌଣସି କାମ ଅଟକିବ ନାହିଁ ଏବଂ ପ୍ରତ୍ୟେକ ସ୍ତରରେ ସମ୍ମାନିତ ହେବେ । ପର କଥାକୁ ପ୍ରାଧାନ୍ୟ ଦେଇ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇପାରେ । ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବ କିନ୍ତୁ ଅର୍ଥାଭାବ ଓ ପାରିବାରିକ ସମସ୍ୟା ହେତୁ ଉଦାସୀନ ରହିବେ । ଜମିଜମା କାରବାର, ସଭାସମିତି, କଳା, ସାହିତ୍ୟାଦି କ୍ଷେତ୍ରରେ ସୁଫଳ ପାଇବେ ।

You might also like