ଆଜିର ଭାଗ୍ୟ ! ଏସବୁ ରାଶିର ବ୍ୟକ୍ତିଙ୍କର ଆଜି ରହିଛି ଶୁଭ ଯୋଗ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ।

ମେଷ : ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରିବା ପାଇଁ ଅନୁକୂଳ ଦିନ। ଜୀବନସାଥୀ ଏବଂ ସନ୍ତାନମାନଙ୍କର ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ଉପଦେଶ। ଚର୍ଚ୍ଚା, ବାଦ-ବିବାଦ ସମୟରେ ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ। ମହିଳା ମିତ୍ରମାନଙ୍କ ପଛରେ ଧନ ଖର୍ଚ୍ଚ ହେବ।

ବୃଷ : ଆଜିର ଦିନ ଆପଣ ଶରୀରରେ ସତେଜ ଏବଂ ପ୍ରସନ୍ନତା ଅନୁଭବ କରିବେ। ମିତ୍ରମାନଙ୍କ ସହିତ ଅଧିକ ଘନିଷ୍ଠତା ଅନୁଭବ କରିବେ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଲଘୁ ପର୍ଯ୍ୟଟନ କିମ୍ବା ଯାତ୍ରା ହେବ। ଆର୍ଥିକ ଲାଭ ମିଳିବ। ପ୍ରିୟ ବ୍ୟକ୍ତିଙ୍କର ସାକ୍ଷାତକରି ମନକୁ ଆନନ୍ଦିତ କରିବେ।

ମିଥୁନ : ବ୍ୟବସାୟ କ୍ଷେତ୍ରରେ ଧନ, ମାନ ତଥା ପ୍ରତିଷ୍ଠାରେ ବୃଦ୍ଧି ହେବ। ବ୍ୟାପାର ହେତୁ ବ୍ୟସ୍ତତା ଏବଂ ଅସୂଲୀ ହେତୁ ଯାତ୍ରା ଲାଭ ହେବାର ସମ୍ଭାବନା ରହିବ। ଉଚ୍ଚ ପଦାଧିକାରୀ ଖୁସି ହେବାରୁ ପଦୋନ୍ନତିର ସଂଯୋଗ ହେବ। ସରକାର, ମିତ୍ର ତଥା ବନ୍ଧୁମାନଙ୍କଠାରୁ ଲାଭ ହେବ। ଗୃହସ୍ଥ ଜୀବନରେ ଆନନ୍ଦ ଅନୁଭବ ହେବ।

କର୍କଟ : ଆଜି ଆପଣଙ୍କ ଆକସ୍ମିକ ଧନଲାଭର ଯୋଗ ଅଛି। ମାନସିକ ତଥା ଶାରୀରିକ ଶ୍ରମ କାରଣରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ଥଣ୍ଡା, ଶ୍ୱାସର ଅସୁବିଧା, କାଶ ଏବଂ ପେଟରେ ଯନ୍ତ୍ରଣା କଷ୍ଟହେବ। ଖର୍ଚ୍ଚରେ ବୃଦ୍ଧି ହେବ। ଜଲାଶୟରୁ ଦୂରରେ ରହିବା ସୁରକ୍ଷା ପାଇଁ ଭଲ। ପୈତୃକ ସମ୍ପତ୍ତି ଲାଭ ହେବ।

ସିଂହ : କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବିଭିନ୍ନ ପ୍ରକାର ଯୋଜନା କରିବେ । ଛାତ୍ରଛାତ୍ରୀମାନଙ୍କ ମନୋବଳ ଦୃଢ଼ ରହିବ।

କନ୍ୟା : କର୍ମକ୍ଷେତ୍ରରେ ପରିସର ବୃଦ୍ଧି ପାଇବ। ମହିଳାମାନେ ନିଷ୍ଠାପର ଭାବେ କାର୍ଯ୍ୟ କରିବେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ତୁଳା : ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷତ୍ରରେ ପ୍ରଶଂସା ପାଇବେ। ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟରେ ମନ ମୁତାବକ ଫଳ ମିଳିବ। ଛାତ୍ରଛାତ୍ରୀମାନେ ଉଚ୍ଚାଭିଳାଷୀ ହେବେ।

ବିଛା : ଅନ୍ୟ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ । ଛାତ୍ରଛାତ୍ରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କର୍ମକ୍ଷେତ୍ରରେ ବେତନ ବୃଦ୍ଧି ହେବାର ସୁଯୋଗ ରହିଛି। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।

ଧନୁ : ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ପରିବାର ସଦସ୍ୟଙ୍କ ସହ ଅଧିକ ସମୟ କଟାଇବେ। ଗୋପନୀୟ କଥା ପ୍ରକାଶ କରିବାରୁ ଦୂରେଇ ରୁହନ୍ତୁ। ପଡ଼ୋଶୀଙ୍କ ସହ ମନାନ୍ତର ଦେଖାଦେଇପାରେ ।

ମକର : ନିଜ ପାଇଁ ମୂଲ୍ୟବାନ ସମୟ ବାହାର କରିବେ। ଛାତ୍ରଛାତ୍ରୀମାନେ ଅଳସୁଆ ଅନୁଭବ କରିବେ। କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି। ଅଯଥା କଥାରେ ମୁଣ୍ଡ ନପୂରାଇ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ରଖିନ୍ତୁ।

କୁମ୍ଭ : ପୁରୁଣା କଥାକୁ ମନେ ପକାଇ ଚିନ୍ତାରେ ରହିବେ। ବନ୍ଧୁବାନ୍ଧଙ୍କ ସହ ସମ୍ପର୍କରେ ସୁଧାର ଆସିବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେଇପାରେ।

ମୀନ : ଉତ୍ସାହିତ ହୋଇ ସମସ୍ତ କାର୍ଯ୍ୟକୁ କରିବେ। ପାରିବାରିକ ଭୁଲ ବୁଝାମଣା ଦୂର ହେବ। ମାନସିକ ଶାନ୍ତି ପାଇବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭା ବିସ୍ତାର କରିବେ। ଜୀବନରେ କିଛି ନୂଆ କରିବାର ସୁଯୋଗ ମିଳିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.