ଆଜିର ଭାଗ୍ୟ ! ଏସବୁ ରାଶିର ବ୍ୟକ୍ତିଙ୍କର ଆଜି ରହିଛି ଶୁଭ ଯୋଗ

ମେଷ : କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ। ଆର୍ଥିକ ସଙ୍କଟ ଦେଇ ଗତି କରିପାରନ୍ତି। କାହାଠାରୁ ଧନ ଉଧାର ନେଇ ପାରନ୍ତି। ପ୍ରେମ ସମ୍ପର୍କ ପାଇଁ ଦିନଟି ଭଲ।

ବୃଷ : ବୃଷ ରାଶିର ବ୍ୟକ୍ତି ବାକ୍‌ ସଂଯମତା ରକ୍ଷା କରନ୍ତୁ। ପରିବାରରେ ତର୍କ ବିତର୍କ ହୋଇପାରେ। ଅଫିସରେ ସତର୍କ ରୁହନ୍ତୁ। ବ୍ୟବସାୟରେ ସାବଧାନତାର ସହ ନେଣ ଦେଣ କରନ୍ତୁ। ପରୀକ୍ଷାର୍ଥୀଙ୍କୁ ମନ ମୁତାବକ ସଫଳତା ମିଳିବ। ସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ମିଥୁନ : ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବେ। ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ। ଭୂମି, ବାହନ ସୁଖ ପ୍ରାପ୍ତ ହେବ। ପୈତୃକ ସମ୍ପତ୍ତି ସହ ଜଡ଼ିତ ବିବାଦ ଆଜି ତୁଟିବ। ପ୍ରେମୀଯୁଗଳଙ୍କ ପାଇଁ ସପ୍ତାହଟି ଖୁବ୍‌ ଉତ୍ତମ।

କର୍କଟ : ସିନିୟରଙ୍କ ଠାରୁ ପ୍ରଶଂସା ପାଇପାରନ୍ତି। ଯେଉଁ କାମରେ ହାତ ଦେବେ ସଫଳତା ନିଶ୍ଚୟ ପାଇବେ। ତୀର୍ଥ ସ୍ଥାନକୁ ଯାତ୍ରା କରିପାରନ୍ତି। ଲଭ ପାର୍ଟନରଙ୍କ ତରଫରୁ ସରପ୍ରାଇଜ୍‌ ଗିଫ୍ଟ ପାଇପାରନ୍ତି। ବୈବାହିକ ଜୀବନ ସୁଖମୟ ହେବ।

ସିଂହ : ପ୍ରିୟ ବ୍ୟକ୍ତିଙ୍କ ବ୍ୟବହାର ଯୋଗୁ ଦୁଃଖିତ ରହିବେ। ବ୍ୟବସାୟ ପାଇଁ ଦୂର ଯାତ୍ରା କରିପାରନ୍ତି। ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ। ପୁରୁଣା ରୋଗ ଯୋଗୁ ହସ୍ପିଟାଲ ଯିବାକୁ ପଡ଼ିପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ମଧ୍ୟମ ଧରଣର ରହିବ।

କନ୍ୟା : ପୂର୍ବରୁ ନିବେଶ କରିଥିବା ଅର୍ଥ ଲାଭ ସହ ପାଇବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ସନ୍ତାନ ସୁଖ ମିଳିବ।

ତୁଳା : କାର୍ଯ୍ୟକ୍ଷେତ୍ରରେ ଅଧିକ ଦାୟିତ୍ୱ ଦିଆଯିବ। ଏଣୁ ଚିନ୍ତିତ ରହିପାରନ୍ତି। ଘର କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ବିଛା : ପରିବାରର କେହି ବଡ଼ ସଫଳତା ପାଇବେ। ଲୋକମାନେ ଆପଣଙ୍କ କାମକୁ ପ୍ରଶଂସା କରିବେ। ରାଜନୀତି ସହ ଜଡ଼ିତ ଲୋକଙ୍କୁ ନୂଆ ଦାୟିତ୍ୱ ମିଳିପାରେ। ପରୀକ୍ଷା ଓ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଥିବା ପିଲାଙ୍କୁ ସଫଳତା ମିଳିବ।

ଧନୁ : ପରିବାର ପାଇଁ ବ୍ୟସ୍ତ ବିବ୍ରତ ରହିବେ। ମୁଣ୍ଡ ଉପରେ କାମର ବୋଝ ରହିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ସମୟ ଭିତରେ ଟାର୍ଗେଟ ପୂରଣ କରିପାରିବେ ନାହିଁ। ପ୍ରେମ ସମ୍ପର୍କରେ ବାଧା ଆସିପାରେ। ବୈବାହିକ ଜୀବନ ସୁଖମୟ ରହିବ।

ମକର : ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରିବେ। ପୈତୃକ ସମ୍ପତ୍ତି ସହ ଚାଲିଥିବା ବିବାଦ କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଯୋଗୁ ଦୂର ହେବ। ହଠାତ୍‌ କୌଣସି ଦାୟିତ୍ୱ ପାଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କୁମ୍ଭ : ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅନ୍ୟକୁ କାମ ଦେବା ଅପେକ୍ଷା ନିଜେ କାମ କରନ୍ତୁ। ସ୍ୱାସ୍ଥର ଯତ୍ନ ନିଅନ୍ତୁ। ଧନ ସମ୍ବନ୍ଧୀୟ ମାମଲାରେ ଦେଖି ଚାହିଁ ନେଣ ଦେଣ କରନ୍ତୁ। ପ୍ରେମ ସମ୍ବନ୍ଧରେ ଥିବା ଲୋକମାନେ ସାବଧାନ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମୀନ : କୌଣସି ପ୍ରଭାବଶାଳୀ ବ୍ୟକ୍ତି ସମସ୍ୟାର ସମାଧାନ କରିବେ। ଗାଡ଼ି କିଣିବାକୁ ଯୋଜନା କରୁଥିଲେ ଆଜି ସଫଳ ହେବେ। ଚାକିରି କରୁଥିବା ଲୋକଙ୍କୁ ଆୟର ଆଉ ଏକ ସ୍ରୋତ ମିଳିବ। ଲଭ ପାର୍ଟନର ଆଜି ଆପଣଙ୍କ ସହ କ୍ୱାଲିଟି ସମୟ ବିତାଇବେ।

Leave A Reply

Your email address will not be published.