ଜାଣନ୍ତୁ ଭାଗ୍ୟଫଳ: ଆଜି ଏହି ରାଶିର ଲୋକଙ୍କ ଦିନ ଭ୍ରମଣରେ ବିତିବ, ବ୍ୟକ୍ତିଗତ ସମ୍ବନ୍ଧରେ ଆସିବ ମଧୁରତା

ମେଷ: ଆଜି ଆପଣଙ୍କୁ ନିଜ ଜୀବନସାଥୀଙ୍କଠାରୁ ଭରପୂର ସୁଖ ମିଳିବ। ବିଗିଡ଼ି ଯାଇଥିବା କାମରେ ସଫଳତା ମିଳିବ। ଚାକିରି କରୁଥିବା ଲୋକମାନଙ୍କୁ ଉନ୍ନତି ସହିତ ଆୟରେ ବି ବୃଦ୍ଧି ଦେଖିବାକୁ ମିଳିବ।

ବୃଷ: ଆଜି ଆପଣଙ୍କ ଦିନ ଭ୍ରମଣରେ ବିତିବ। ଅଫିସ୍‌ର କିଛି ଗୁରୁତ୍ୱପୂର୍ଣ୍ଣ କାମରେ ଆପଣ ସହରରୁ ବାହାରକୁ ଯାଇପାରନ୍ତି। କୌଣସି ସହକର୍ମୀ ବି ଆପଣଙ୍କ ସହିତ ଯାଇପାରନ୍ତି।

ମିଥୁନ: ଆଜି ଆପଣଙ୍କୁ ହଠାତ୍ ଧନଲାଭ ହୋଇପାରେ। କାର୍ଯ୍ୟରେ ଅଧିକ ପରିଶ୍ରମ ପରେ ସଫଳତା କମ୍ ହିଁ ମିଳିବ। ଏଥିପାଇଁ ସାମାନ୍ୟ ଧୌର୍ଯ୍ୟ ରଖିବା ଆବଶ୍ୟକ। କାର୍ଯ୍ୟକୁ ନେଇ କରାଯାଉଥିବା ପ୍ରୟାସରେ ବିଳମ୍ବ ହୋଇପାରେ।

କର୍କଟ: ଆଜି ଆପଣଙ୍କ ବ୍ୟବସାୟ, ଚାକିରି ଏବଂ ଉଦ୍ଦ୍ୟୋଗରେ ସଫଳତା ମିଳିବ। ବ୍ୟକ୍ତିଗତ ସମ୍ପର୍କରେ ମଧୁରତା ଆସିବ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଚାକିରି, ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଅଧିକାରୀମାନଙ୍କର ପ୍ରୋତ୍ସାହନ ମିଳିବା ଦ୍ୱାରା ଆପଣଙ୍କ ଉତ୍ସାହ ଦ୍ୱିଗୁଣିତ ହେବ।

ସିଂହ: ଆଜି ଆପଣଙ୍କ ଦିନ ବ୍ୟସ୍ତତାରେ ଭରପୂର ରହିବ। କ୍ୟାରିୟର ମାମଲାରେ ଆପଣ କିଛି ଖାସ୍‌ ପରିବର୍ତ୍ତନ କରିପାରନ୍ତି। ସନ୍ତାନର ଶିକ୍ଷାକୁ ନେଇ ବି ଆପଣ କିଛି ସମୟ ବାହାର କରିପାରିବେ। ଖାଦ୍ୟପେୟକୁ ନେଇ କୌଣସି ବି ପ୍ରକାରର ଅବହେଳାରୁ ଦୂରେଇ ରହିବା ଉଚିତ୍।

କନ୍ୟା: ଆଜିର ଦିନ ଆପଣଙ୍କ ପ୍ରେମ ଜୀବନର ପରୀକ୍ଷା ନେବ। ଆପଣଙ୍କ ଜୀବନସାଥୀ ଆପଣଙ୍କୁ କିଛି ଏମିତି କହିପାରନ୍ତି, ଯାହା ଆପଣଙ୍କୁ ଆଘାତ ଦେଇପାରେ। ଏଭଳି ସ୍ଥିତିରେ ଧୌର୍ଯ୍ୟବାନ ହୁଅନ୍ତୁ ଏବଂ ତାଙ୍କ ସହିତ ବସି କଥା ହୁଅନ୍ତୁ।

ତୁଳା: ଆଜି ଆପଣଙ୍କର ଖର୍ଚ୍ଚ ବଢ଼ିବ, ଯାହା ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ପରିବାର ସହିତ ଆପଣଙ୍କର ତାଳମେଳ ଭଲ ରହିବ। ଆପଣ କେବଳ ସେମାନଙ୍କ କଥା ଶୁଣିବେ ନାହିଁ, ବରଂ ଶୁଭ ଏବଂ ସାମାଜିକ କାର୍ଯ୍ୟରେ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରସ୍ତୁତ ରହିବେ।

ବିଛା: ଆଜି ଆପଣଙ୍କ ମନରେ ନୂଆ ବିଚାର ଆସିବ। ଆଗାମୀ କିଛି ଦିନ ମଧ୍ୟରେ ଆପଣ କିଛି ବଡ଼ କାମ ପାଇଁ ଯୋଜନା କରିପାରନ୍ତି। ପରିବାର ସହିତ ମିଶି ସବୁକିଛି ଠିକ୍ ଭାବରେ ଫାଇନାଲ କରିବେ।

ଧନୁ: ଆଜି ଆପଣଙ୍କ ରାଶିକୁ ମିଶ୍ରିତ ଫଳ ମିଳିବ। ଖର୍ଚ୍ଚ ବୃଦ୍ଧି ହେବା ଦ୍ୱାରା ଧନ ପ୍ରାପ୍ତିର ମଧ୍ୟ ଯୋଗ ସୃଷ୍ଟି ହେବ। ଆଜି ଆପଣଙ୍କୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ଏବଂ ଆଜିର ଦିନକୁ ଆପଣ ଭଲ ଉପାୟରେ ଜିଇଁବେ।

ମକର: ଆଜିର ଦିନ ଆପଣଙ୍କୁ ଉଭୟ ଭଲ ଏବଂ ଖରାପ ଅନୁଭୂତି ଦେଇପାରେ। ମାନସିକ ସ୍ତରରେ ଆପଣ କୌଣସି ପ୍ରକାର ଚାପରେ ରହିପାରନ୍ତି, ଯଦ୍ଦ୍ଵାରା ଆପଣ ନିଜେ କୌଣସି ନିଷ୍ପତ୍ତି ନେବା ସ୍ଥିତିରେ ରହିବେ ନାହିଁ। ସ୍ୱାସ୍ଥ୍ୟ ଦୁର୍ବଳ ରହିପାରେ।

କୁମ୍ଭ: ଆଜି ଆପଣଙ୍କୁ ଦୂର ଯାତ୍ରାକୁ ଟାଳିବା ଭଲ ହେବ। କିନ୍ତୁ ତଥାପି ଯଦି ଆପଣ ବାହାରକୁ କେଉଁଆଡ଼େ ଯାଆନ୍ତି, ତେବେ ଆପଣଙ୍କ ପିତାମାତାଙ୍କଠାରୁ ଅନୁମତି ନିଶ୍ଚୟ ନିଅନ୍ତୁ। ଅନ୍ୟଥା ସେମାନେ ପରେ ଆପତ୍ତି କରିପାରନ୍ତି।

ମୀନ: ଆଜିର ଦିନ ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆଜି ଆପଣଙ୍କର ଅଟକି ଥିବା କାର୍ଯ୍ୟ ପୂରା ହେବ। ଆପଣ ନିଜର କୌଣସି ସାଙ୍ଗଙ୍କଠାରୁ ସାହାଯ୍ୟ ନେଇପାରନ୍ତି। ଆପଣଙ୍କର ଚିନ୍ତାଧାରା ପରିବାରର କିଛି ସଦସ୍ୟଙ୍କ ଦୃଷ୍ଟିକୋଣକୁ ବଦଳାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.