ଆଜିର ଭାଗ୍ୟଫଳ : ଜାଣନ୍ତୁ କେଉଁ ରାଶି ପାଇଁ ଦିନଟି ଶୁଭ
ମେଷ : ଅଭାବବୋଧ ରହିବନି ଏବଂ ବିଳାସବ୍ୟସନାଦି ଦିଗ ପ୍ରତି ଆକର୍ଷିତ ହୋଇପାରନ୍ତି । ଦୂରଯାତ୍ରାରେ ଲକ୍ଷ୍ୟ ପୂରଣ, ବନ୍ଧୁ ମିଳନଜନିତ ଆନନ୍ଦ ଅନୁଭବ କରିବେ । ନିଜ ଲୋକଙ୍କ କଟୁବଚନ ମନରେ ଦୁଃଖ ଦେଇପାରେ । କୌଣସି କଥା ନ ବୁଝି ବିବାଦୀୟ ଘଟଣାରେ ପକ୍ଷଭୁକ୍ତ ହେବା ଠିକ୍ ହେବନାହିଁ ।
ବୃଷ : ଆଜି କାର୍ଯ୍ୟସିଦ୍ଧି ହେଲେ ମଧ୍ୟ ଟେନ୍ସନ ଲାଗିରହିବ । ପାରିବାରିକ ସମସ୍ୟା ସମାଧାନ, ଲୋକସମ୍ପର୍କ ବୃଦ୍ଧି, ସାମାଜିକ ସମ୍ମାନ୍ପ୍ରାପ୍ତ କରାଇବେ । ବନ୍ଧୁମିଳନ ସାଙ୍ଗକୁ ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ମନ୍ଦ ହେବନି । କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସମ୍ମାନିତ ହୋଇପାରନ୍ତି ।
ମିଥୁନ : ମାନସିକ ଚିନ୍ତାରେ ରହିବେ ଯାହା ଫଳରେ କୌଣସି କାମ ଲାଗି ଆଗ୍ରହ ପ୍ରକାଶ କରିବେନାହିଁ । ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ । ସ୍ବାସ୍ଥ୍ୟରେ ଉନ୍ନତି କାରଣରୁ ଆନନ୍ଦ ଅନୁଭବ କରିପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ, ପ୍ରବଚନ ତଥା ରଚନାମତ୍କ କାର୍ଯ୍ୟରେ ସମ୍ମାନିତ ହୋଇପାରନ୍ତି ।
କର୍କଟ : ଆର୍ଥିକ ଅଭିବୃଦ୍ଧି ହେବ ଯୋଗୁ କାର୍ଯ୍ୟସିଦ୍ଧି ନିଶ୍ଚିତ ଘଟିବ । ସ୍ତ୍ରୀଙ୍କ ସହଯୋଗ ଦ୍ୱାରା କିମ୍ବା ଦୂରାଗତ ବନ୍ଧୁଙ୍କ ସାହାଯ୍ୟରେ ଅପ୍ରୀତିକର ପରିସ୍ଥିତିରୁ ରକ୍ଷାପାଇବେ । ପିଲାଙ୍କ କଥାକୁ ସତ୍ୟମଣି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । କଳା, ସାହିତ୍ୟ, ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ ।
ସିଂହ : ଆଜି ନୂଆ କାମ କରି ପ୍ରଶଂସିତ ହେବେ । ଅଟକି ରହିଥିବା କାମ, ଫାଇଲପତ୍ର, ସରକାରୀ ଋଣ, ବିବାଦୀୟ ନିଷ୍ପତ୍ତି ସବୁକିଛିର ଶ୍ରେୟ ଆପଣଙ୍କ ସପକ୍ଷରେ ଯିବ । କିନ୍ତୁ କଥା ଦେଇଥିବା ବନ୍ଧୁ କୌଣସି କଥାକୁ ଭୁଲ୍ ରୂପେ ପରିବେଷଣ କରିବେ କିମ୍ବା ଅସ୍ବୀକାର କରିପାରନ୍ତି ।
କନ୍ୟା : ସମସ୍ୟାର ସମାଧାନ, ଆର୍ଥିକ ଅଭିବୃଦ୍ଧି ସହ ବନ୍ଧୁଙ୍କୁ ମନେଇ କାମ ହାସଲ କରିପାରିବେ । ପରିବାର ଖର୍ଚ୍ଚ ପରିମାଣ ବଢ଼ିଯିବାରୁ ସମସ୍ୟା ସୃଷ୍ଟି ହୋଇପାରେ । ବ୍ୟବସାୟରେ ଲାଭବାନ୍ ହେବେ । କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ରାଜନୀତି ଓ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।
ତୁଳା : ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିବା ସକାଶେ ମନ ବଳାଇପାରନ୍ତି । ଆକସ୍ମିକ ଭାବେ ଚିନ୍ତା କରି ନ ଥିବା କୌଣସି ବିବାଦୀୟ ପରିସ୍ଥିତିରୁ ସହସା ମୁକ୍ତି ମିଳିପାରିବ । ଅଭାବ ପୂରଣ ଲାଗି ଧାରସୂତ୍ରରେ ଅର୍ଥ ଆଣିବା ପାଇଁ ଆଲୋଚନା କରିପାରନ୍ତି । ଶିଳ୍ପ, ପରିବହନ ଓ ବ୍ୟବସାୟରେ ପରିସ୍ଥିତି ପୂର୍ବପରି ରହିବ ।
ବିଛା : ଆଜି ମନ ଉତ୍ତେଜିତ ରହିବ କିନ୍ତୁ ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଆଜିର ଯାତ୍ରାରେ ଲକ୍ଷ୍ୟ ହାସଲ କରିବା ସାଙ୍ଗକୁ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ । ଯେଉଁ କାମରେ ହାତ ଦେଇଛନ୍ତି ତାହା ସୁବିଧାରେ ହୋଇଯିବ । ପରିସ୍ଥିତିରେ ପଡ଼ି ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ ।
ଧନୁ : ଶାରୀରିକ, ମାନସିକ, ପାରିବାରିକ କ୍ଷେତ୍ରରେ ଶୁଭଫଳ ପାଇବେ । ସହଜରେ କାମ ହାସଲ ପାଇଁ ଚେଷ୍ଟାକଲେ ମଧ୍ୟ ସାମାନ୍ୟ ଅସୁବିଧା ଅନୁଭବ କରିବେ । ବୃତ୍ତିଗତ ଧନ୍ଦାରେ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ କାମ ଅଟକିବ ନାହିଁ । ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗିରହିବାର ସୂଚନା ରହିଛି ।
ମକର : ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ କୌଣସି ଅସୁବିଧା ହେବନାହିଁ । ଆନୁଷ୍ଠାନିକ କ୍ଷେତ୍ର କିମ୍ବା ସାମାଜିକ କ୍ଷେତ୍ରରେ ତଥା ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହୋଇପାରନ୍ତି ଏବଂ ଭ୍ରମଣ ପାଇଁ ଯୋଜନା ବନେଇ ପାରନ୍ତି ।
କୁମ୍ଭ : ପରିବାରରେ କିଛି ସମସ୍ୟା ଲାଗିରହିବା ହେତୁ ଟେନ୍ସନ ବଢ଼ିଯିବ । କିନ୍ତୁ ଆପଣ ବ୍ୟସ୍ତବିବ୍ରତ ନ ହୋଇ ସହଯୋଗ ଭିତ୍ତିରେ କାମକଲେ ଉପକାର ପାଇବେ । ନିର୍ମାଣାଧୀନ କାମରେ ଶେଷ ସ୍ପର୍ଶ ପ୍ରଦାନକରି ଶାନ୍ତିରେ ନିଃଶ୍ୱାସ ମାରିବେ । ଦୋକାନ, ହୋଟେଲ ମାଲିକମାନେ ଆଜି ବିଶେଷ ଲାଭବାନ୍ ହୋଇପାରନ୍ତି ।
ମୀନ : ଆଜି ସ୍ଥଗିତ କାମକୁ ପୁଣି ଆରମ୍ଭ କରିପାରନ୍ତି । ଖର୍ଚ୍ଚାନ୍ତ ହେଲେ ମଧ୍ୟ ଋଣ ପରିଶୋଧ, ବିବାଦୀୟ ଘଟଣାର ସମାଧାନ ସହ ଆକସ୍ମିକ ଦୂରଯାତ୍ରା କରିବାକୁ ପଡ଼ିପାରେ । ପିଲାଙ୍କ ବିଶୃଙ୍ଖଳିତ ଆଚରଣରୁ କ୍ଷୁବ୍ଧ ହେବେ କିନ୍ତୁ କିଛି ବି ପଦକ୍ଷେପ ନେଇପାରିବେ ନାହିଁ ।