ଭାଗ୍ୟଫଳ : ଦିନ ଆରମ୍ଭରୁ ଜାଣନ୍ତୁ କ’ଣ କହୁଛି ଆପଣଙ୍କ ରାଶି !

ମେଷ :

ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ସନ୍ତାନଠୁ ଖୁସି ପାଇବେ। ପୁରୁଣା ଶତ୍ରୁ, ପୁରୁଣା ବିବାଦ ଏବଂ ପୁରୁଣା କଥା ସାମ୍ନାକୁ ଆସିପାରେ। ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ବାଇଗଣୀ।

ବୃଷ :

ଦୂର ଯାତ୍ରା କରିପାରନ୍ତି। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତ ହେବା ମଉକା ପାଇପାରିବେ। ଶୁଭ ସଂଖ୍ୟା ୪ ଏବଂ ଶୁଭ ରଙ୍ଗ ଧଳା।

ମିଥୁନ :

ପାଦରେ ଆଘାତ ଲାଗିପାରେ। ଅଧିକ ବେଗରେ ଗାଡି ଚଳାନ୍ତୁ ନାହିଁ। ପରିବାରରେ ଭଲରେ ସମୟ କଟିବ। ଶୁଭ ସଂଖ୍ୟା ୩ ଏବଂ ଶୁଭ ରଙ୍ଗ ହଳଦିଆ।

କର୍କଟ :

ଧନ ପ୍ରାପ୍ତି ହେବ। ଦୀର୍ଘ ଦିନ ଧରି ଅଟକିଥିବା କାମରେ ଆଜି ସଫଳତା ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ ରହିଛି। ଶୁଭ ସଂଖ୍ୟା ୮ ଏବଂ ଶୁଭ ରଙ୍ଗ ଗୋଲାପୀ।

ସିଂହ :

ଆଜିର ଦିନ ଅତ୍ୟନ୍ତ ଶୁଭ। ରାଜ ଯୋଗ ରହିଛି। କାହାକୁ କଡା କଥା କୁହନ୍ତୁ ନାହିଁ। ସାବଧାନତାର ସହ ରାସ୍ତା ପାର ହୁଅନ୍ତୁ। ଶୁଭ ସଂଖ୍ୟା ୯ ଏବଂ ଶୁଭ ରଙ୍ଗ ହଳଦିଆ।

କନ୍ୟା :

ଅର୍ଥାଗମ ହୋଇପାରେ। କର୍ମକ୍ଷେତ୍ରରେ ସଫଳତା ପାଇପାରନ୍ତି। କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି। ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ଧଳା।

ତୁଳା :

ଦୂର ଯାତ୍ରା କରୁଥିଲେ ସତର୍କ ରୁହନ୍ତୁ। ଶାରୀରିକ ଏବଂ ମାନସିକ କଷ୍ଟ ପାଇପାରନ୍ତି। ଗୁପ୍ତ ଧନ ପାଇପାରନ୍ତି। ଶୁଭ ସଂଖ୍ୟା ୪ ଏବଂ ଶୁଭ ରଙ୍ଗ ବାଇଗଣୀ।

ବିଛା :

ବହୁତ ଖର୍ଚ୍ଚାନ୍ତ ହୋଇପାରନ୍ତି। ଖର୍ଚ୍ଚ କରିସାରିବା ପରେ ଅନୁତାପ କରିପାରନ୍ତି। ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଶୁଭ ସଂଖ୍ୟା ୭ ଏବଂ ଶୁଭ ରଙ୍ଗ ଗୋଲାପୀ।

ଧନୁ :

କାମ ଅଧୁରା ରହିପାରେ। ଜମିଜମା ବିବାଦରେ ଫସି ପାରନ୍ତି। ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ଲାଲ୍।

ମକର :

ଯଦି କର୍ମକ୍ଷେତ୍ରରେ କାହାକୁ ଠକିଥିବେ ଆଜି ଧରାପଡିଯିବ। ଜମିଜମା ଏବଂ ଗାଡିକୁ ନେଇ କିଛି କଷ୍ଟ ପାଇପାରନ୍ତି। ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ଶୁଭ ସଂଖ୍ୟା ୩ ଏବଂ ଶୁଭ ରଙ୍ଗ ହଳଦିଆ।

କୁମ୍ଭ :

ପରିବାରର କେହି ଆଜି ବାହାରକୁ ଯାଇପାରନ୍ତି। ଚିନ୍ତା ଗ୍ରସ୍ତ ରହିବେ। ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ଶୁଭ ସଂଖ୍ୟା ୧ ଏବଂ ଶୁଭ ରଙ୍ଗ ଧଳା।

ମୀନ :

ସୂର୍ଯ୍ୟାସ୍ତ ପରେ ଜୀବନସାଥୀଙ୍କ ସହ ଝଗଡା ହୋଇପାରେ। ବ୍ୟବସାୟରେ ଲାଭବାନ୍ ହେବେ। ଜୀବନସାଥୀ ଖୁସିର କାରଣ ହେବେ। ଶୁଭ ସଂଖ୍ୟା ୭ ଏବଂ ଶୁଭ ରଙ୍ଗ ସବୁଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.