ମେଷ : ଅତୀତରେ ଯିଏ ଶତ୍ରୁତା କରୁଥିଲା ସେ ମଧ୍ୟ ଆପଣା ଆଡୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବ । କର୍ମକ୍ଷେତ୍ରରେ ସମସ୍ୟାଗୁଡ଼ିକ ଆପଣାଛାଏଁ ସୁଧୁରି ଯିବ କିନ୍ତୁ ଶାରୀରିକ ସୁସ୍ଥତା ନ ଥିବାରୁ ଉପଭୋଗ୍ୟ ହେବନାହିଁ । ଅନ୍ୟମାନଙ୍କ ମନକୁ ମନେଇ କିମ୍ବା ପିଠି ଥାପୁଡ଼େଇ କାମ ହାସଲ କରିବେ । କଳା, ସାହିତ୍ୟ ପ୍ରତି ଅନୁରାଗ ବଢ଼ିବ ଓ ପ୍ରଶଂସିତ ମଧ୍ୟ ହେବେ ।
ବୃଷ : ପ୍ରତି କାମ ସ୍ଥିର ଭାବରେ କଲେ ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ । ଶିଳ୍ପ, ବାଣିଜ୍ୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ପରିବାରରେ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେବ । ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବାରୁ ସମ୍ଭାବ୍ୟ ସହଯୋଗ ପାଇପାରିବେ ।
ମିଥୁନ : ଆଜି ମାନସିକ ଅସ୍ଥିରତା ଲାଗିରହିବ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ । ଆର୍ଥିକ ସ୍ଥିତି ଭଲ ନ ଥିଲେ ମଧ୍ୟ ଯାହା କରିବା କଥା ଧାର କରି ଚଳାଇନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦେଖାଦେବ । ପିଲାଙ୍କ କଥା ନେଇ ମାନସିକ ସ୍ଥିତି ଭଲ ରହିବ ।
କର୍କଟ : ସତର୍କ ନ ରହିଲେ ଅର୍ଥହାନି ସହ ଶରୀର ପୀଡ଼ା ଭୋଗିବେ । ମାଙ୍ଗଳିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । ବନ୍ଧୁଙ୍କ ସାହାଯ୍ୟରେ ଆଜି ଋଣ ସୂତ୍ରରେ ଅର୍ଥଲାଭ କରିବେ । ଅଫିସ୍ କାମରେ ସହକର୍ମୀ ରାଗି କଡ଼ା ଭାଷାରେ ଦି’ପଦ ଶୁଣାଇ ଦେଇ ପାରନ୍ତି କିନ୍ତୁ କାମଟି ଶେଷରେ କରିଦେଇପାରନ୍ତି ।
ସିଂହ : ସତର୍କତା ଅଭାବରୁ ଆଜି ସରଳ ବିଶ୍ୱାସ କରି ଠକିଯାଇ ପାରନ୍ତି । ନିଜ ପରିସରର ଲୋକମାନେ ଅପଯଶ ଗାଇ ବୁଲିବେ । କେତେକ କ୍ଷେତ୍ରରେ ଶୀଘ୍ର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇ ଦ୍ୱନ୍ଦ୍ୱରେ ପଡି ପାରନ୍ତି । ପରିଜନ ସହ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ଏକପ୍ରକାର ଖୁସି ରହିବ ।
କନ୍ୟା : ଆପଣଙ୍କ ସକାଶେ ଘର ଲୋକଙ୍କ ବ୍ୟସ୍ତତାକୁ ଲକ୍ଷ୍ୟ କରି ମନ ଅଶାନ୍ତ ରହିବ । କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ପ୍ରତି ଅତିରିକ୍ତ ଆନ୍ତରିକତା ନିଜ ଆଡକୁ ଅଙ୍ଗୁଳି ଦେଖାଇପାରେ । ଆର୍ଥିକ ଅଭାବ ଇଚ୍ଛା ପୂରଣରେ ବାଧକ ହେବ । ରାଜନୀତି, ନିର୍ମାଣ, କଳା, ସାହିତ୍ୟ କ୍ଷେତ୍ରରେ ସୁନାମକୁ ନିକଟସ୍ଥ ବ୍ୟକ୍ତି ସହି ପାରିବେ ନାହିଁ ।
ତୁଳା : ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ କିଛି କାମକୁ ନେଇ ହତାଶ ହେବେ । ଭାବୁଥିବା କାମଟି ଶେଷ କରିିବା କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସାମ୍ନା କରିବେ । ଆଜି ପରିବହନରେ ପ୍ରତିବନ୍ଧକ ଦେଖାଦେବ । ଯାହା ବିଷୟରେ ଆଲୋଚନା କରୁଥିବେ ତାକୁ ହଠାତ୍ ଅତି ନିକଟରେ ଦେଖି ହଡବଡେଇ ଯାଇପାରନ୍ତି ।
ବିଛା : ଆପଣଙ୍କ ପରୋକ୍ଷରେ ଅନ୍ୟମାନେ ବିଭିନ୍ନ ପ୍ରକାର ସମାଲୋଚନା କରିପାରନ୍ତି । କେତେକ ପରିସ୍ଥିତିରେ ଆପଣଙ୍କ ମନ କଥା ଅପ୍ରକାଶ୍ୟ ରହିଯିବ । ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି । କିଛି ଘରୋଇ କଥାକୁ କେନ୍ଦ୍ରକରି ପରିବାରରେ ବିତର୍କର ସମ୍ମୁଖୀନ ହୋଇପାରନ୍ତି ।
ଧନୁ : ଅଜଣା ଲୋକଙ୍କ ସଂସ୍ପର୍ଶରେ ଆସି ଆଜି ଏତେ ବ୍ୟସ୍ତ ରହିବେ ଯେ, ଖାଇବାକୁ ସମୟ ପାଇବେ ନାହିଁ । କର୍ମକ୍ଷେତ୍ରରେ ଫାଇଲ୍ କାମ, ଯାନ୍ତ୍ରିକ ତ୍ରୁଟି, ମିଟିଙ୍ଗ୍ ପ୍ରଭୃତିରେ ଜଞ୍ଜାଳ ବୃଦ୍ଧି ପାଇବ । ପରିବାର ପ୍ରତି ଉଦାସୀନତା ପରିଲକ୍ଷିତ ହେବ । ପ୍ରତିବନ୍ଧକଜନିତ ବ୍ୟବସାୟ , ପରିବହନ, ମାନସିକ ସ୍ଥିତି ବାଧାପ୍ରାପ୍ତ ହୋଇପାରେ ।
ମକର : ଆଜି ନିଜ କାର୍ଯ୍ୟ ପଛକୁ ପକାଇ ବନ୍ଧୁଙ୍କ କାମକୁ ଅଗ୍ରାଧିକାର ଦେଇପାରନ୍ତି । ଆଜିର ଯାତ୍ରାରେ ସଫଳତା ପାଇବେ, କିନ୍ତୁ ସମସ୍ୟା ଭିତର ଦେଇ ଯିବାକୁ ହେବ । ନୂତନ ଦାୟିତ୍ୱ ହାତକୁ ନେବେ । ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି ।
କୁମ୍ଭ : ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ ବିରୋଧଜନିତ କାର୍ଯ୍ୟହାନି ଘଟିବ । ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି କ୍ଷେତ୍ରରେ ଖର୍ଚ୍ଚାନ୍ତ କରାଇ କାମ ହାସଲରେ ସହାୟକ ହେବ । ଆଗାମୀ ଦିନ ସକାଶେ କେତେକ ନୂତନ କାମର ପରିକଳ୍ପନା କରିବେ । ଘରକୁ ବହୁତ ଦିନରୁ ଇଚ୍ଛା କରି ମଧ୍ୟ ଆଣି ପାରି ନଥିବା ଜିନିଷଟି ଆଜି ଆଣିପାରନ୍ତି ।
ମୀନ : ଅତୀତରେ ଯିଏ ଶତ୍ରୁତା କରୁଥିଲା ସେ ମଧ୍ୟ ଆପଣା ଆଡୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବ । କର୍ମକ୍ଷେତ୍ରରେ ସମସ୍ୟାଗୁଡ଼ିକ ଆପଣାଛାଏଁ ସୁଧୁରି ଯିବ କିନ୍ତୁ ଶାରୀରିକ ସୁସ୍ଥତା ନ ଥିବାରୁ ଉପଭୋଗ୍ୟ ହେବନାହିଁ । ଅନ୍ୟମାନଙ୍କ ମନକୁ ମନେଇ କିମ୍ବା ପିଠି ଥାପୁଡ଼େଇ କାମ ହାସଲ କରିବେ । କଳା, ସାହିତ୍ୟ ପ୍ରତି ଅନୁରାଗ ବଢ଼ିବ ଓ ପ୍ରଶଂସିତ ମଧ୍ୟ ହେବେ ।