ପଢ଼ନ୍ତୁ ରବିବାରର ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ଆଜିର ଦିନ ଅତ୍ୟନ୍ତ ଶୁଭ। ରାଜଯୋଗ ରହିଛି। ସାହସିକ ପଦକ୍ଷେପ ନେବେ। ଆର୍ଥିକ ମେରୁଦଣ୍ଡ ସୁଦୃଢ ରହିବ। ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବେ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ଆନନ୍ଦମୟ ହେବ।

ବୃଷ : ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ। ଦିନଟି ଆପଣଙ୍କର ଭଲରେ କଟିଯିବ ।

ମିଥୁନ : ଆର୍ଥିକ, ବୃତ୍ତିଗତ କ୍ଷେତ୍ରରେ ଆଶାଠାରୁ ସଫଳତା ମିଳିବ। ଦେହ ମନ ସୁସ୍ଥ ରହିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

କର୍କଟ : ପୂର୍ବରୁ ଖରାପ ଥିଲା। ଉଦ୍ୟମରେ ସଫଳତା ମିଳିବ। ନୂତନ କାମକୁ କାର୍ଯ୍ୟକାରୀ କରିବେ। ନିଜ ଶକ୍ତିକୁ ଠିକ ରୂପେ ବ୍ୟବହାର କରିବେ। ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ।

ସିଂହ : ଶାରୀରିକ ସୁସ୍ଥତା ଅନୁଭବ କରିବେ। ମାନ ସମ୍ମାନ ମିଳିବ। ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଜରୁରୀ କାର୍ଯ୍ୟରେ ବନ୍ଧୁ ସାହାଯ୍ୟ କରିବେ। ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ।

କନ୍ୟା : କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ ସଂପାଦନ କରିବେ। ଦେହ ସୁସ୍ଥ ରହିବ। ଆପଣଙ୍କ ଉତ୍ସାହିତ ମନୋଭାବ ସହଯୋଗୀଙ୍କୁ ପ୍ରଭାବିତ କରିବ। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବନ୍ଧୁଙ୍କ ସହ ସଂପର୍କ ମଧୁର ହେବ। କୌଣସି ଭଲ ଖବର ମିଳିବାର ସମ୍ଭାବନା।

ତୁଳା : ଉଦ୍ୟମରେ ସଫଳତା ମିଳିବ। ଅସଂପୂର୍ଣ୍ଣ କାମକୁ ସଂପୂର୍ଣ୍ଣ କରିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲି ମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

ବିଛା : ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଦେଖାଦେଇପାରେ। ବିଭିନ୍ନ ପ୍ରକାର କାମଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପରୀକ୍ଷା, ନିରୀକ୍ଷା କରନ୍ତୁ ନାହିଁ। ସହକର୍ମୀଙ୍କ ବିରୋଧାଚରଣର ସମ୍ମୁଖୀନ ହେବେ।

ଧନୁ : ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।

ମକର : ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟ କାରବାର କ୍ଷେତ୍ରରେ ବେଶ୍‌ ଖୁସି ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିଭିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।

କୁମ୍ଭ : ଆପଣଙ୍କ ଉତ୍ସାହିତ ମନୋଭାବ ସହଯୋଗୀଙ୍କୁ ପ୍ରଭାବିତ କରିବ। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବନ୍ଧୁଙ୍କ ସହ ସଂପର୍କ ମଧୁର ହେବ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।

ମୀନ : ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପର ମୁହୂର୍ତ୍ତରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ମାଲି ମକଦ୍ଦମା, ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.