ଜାଣନ୍ତୁ ଆଜିର ରାଶିଫଳ: କାହା ପାଇଁ ଖରାପ, ଆଉ କାହା ପାଇଁ ରହିଛି ଶୁଭ ଖବର

ରାଶିଫଳ ବ୍ୟକ୍ତିର ଭବିଷ୍ୟତ ବାବଦରେ କିଛିଟା ସୂଚନା ଦେଇଥାଏ। ଅନେକ ସମୟରେ ରାଶି ଚାଳନ ମନୁଷ୍ୟ ଉପରେ ପ୍ରଭାବ ପକେଇଥାଏ। ଜାଣନ୍ତୁ ଆପଣଙ୍କ ରାଶି ବାବଦରେ କ’ଣ ରହିଛି ସୂଚନା।

ମେଷ : ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ହେବ। ସୁଖ ଏବଂ ସନ୍ତୋଷ ଅନୁଭବ ହେବ। ପରିବାରଜନମାନଙ୍କ ସହିତ ଆନନ୍ଦପୂର୍ଣ୍ଣ ଦିନ ସଂପନ୍ନ ହେବ। ଆଜି ଶୁଭ ସମାଚାର ମିଳିବ। ମଧ୍ୟାହ୍ନ ପରେ ପରିବାରରେ ଝଗଡାର ବାତାବରଣ ରହିବ, ସେଥିପାଇଁ ଭ୍ରାନ୍ତି ଦୂର କରନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ। ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ିବ।

ବୃଷ : ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ପାରିବାରିକ ଝଗଡାରେ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ନକାରାତ୍ମକ ମାନସିକତା ଆପଣାନ୍ତୁନାହିଁ। ଘରର ସଦସ୍ୟମାନଙ୍କ ସହିତ ଭ୍ରାନ୍ତି ନ ହେଉ ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କର ମନରେ ଗ୍ଲାନିର ଛାୟା ଦୂର ହେବ, ଏବଂ ଆନନ୍ଦ ଆସିବ। ନୂଆ କାର୍ଯ୍ୟ କରିବା ପାଇଁ ଆପଣ ପ୍ରସ୍ତୁତ ହେବେ।

ମିଥୁନ : ଆଜି ନିଜର ଲୁକ୍କାୟିତ ଶତ୍ରୁମାନଙ୍କଠାରୁ ସମ୍ଭାଳିକରି ରହିବେ। ରହସ୍ୟମୟୀ କଥାଗୁଡ଼ିକରେ ଆଜି ଆପଣଙ୍କ ରୁଚି ରହିବ ତଥା ଗୂଢ ବିଦ୍ୟା ପ୍ରତି ଆକର୍ଷଣ ଅଧିକ ରହିବ। ସମ୍ଭବତଃ ଆଜି ଯାତ୍ରା ଟାଳି ଦିଅନ୍ତୁ। ଯାତ୍ରାରେ ଅଣୋପେକ୍ଷିତ ବାଧା ଆସିପାରେ। ଆଜି କୌଣସି ମଧ୍ୟ ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ। ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ ହେବାର ଯୋଗ ଅଛି।

କର୍କଟ : ଆଜି ମାନସିକ ଅଶାନ୍ତି ଏବଂ ଉଦ୍ଵେଗ ଆପଣଙ୍କ ମନରେ ଛାଇ ରହିବ। ଖିନ୍ନତା ରହିବ। ପେଟର ଯନ୍ତ୍ରଣା, ବିଶେଷକରି ମନ୍ଦାଗ୍ନି, ଅଜୀର୍ଣ୍ଣ ପରି ଯନ୍ତ୍ରଣାଗୁଡ଼ିକରେ ଆପଣ ଚିନ୍ତିତ ରହିବେ। ଆକସ୍ମିକ ଧନଖର୍ଚ୍ଚ ହେବ। ପ୍ରିୟପାତ୍ର ଆପଣଙ୍କର ହୃଦୟକୁ ଦୁଃଖ ପହଁଚାଇବା ପାରନ୍ତି କିମ୍ବା କଥା ନହୋଇ ପାରନ୍ତି। ଅଧିକ କାମୁକତା ଆପଣଙ୍କ ମାନଭଙ୍ଗର କାରଣ ନବନୁ ଏହାର ବିଶେଷ ଧ୍ୟାନ ରଖିବେ। ସମ୍ଭବତଃ ଯାତ୍ରା ଟାଳିବାକୁ ଚେଷ୍ଟା କରନ୍ତୁ।

ସିଂହ : ଆଜି କୌଣସି ବିବାଦ ନ ହେଉ ଏହାର ବିଶେଷରୂପରେ ଧ୍ୟାନ ରଖିବେ। ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ବାଣୀ ଏବଂ ଆଚରଣରେ ନିୟନ୍ତ୍ରଣ ରଖିବେ। ଦୁର୍ଘଟଣା ପ୍ରତି ଧ୍ୟାନ ରଖିବେ। ଧନର କିଛି ଅଧିକ ବ୍ୟୟ ହେବ। କୋର୍ଟ-କଚେରୀ କାର୍ଯ୍ୟରେ ସାବଧାନ ପୂର୍ବକ ପଦକ୍ଷେପ ଉଠାଇବେ। ବ୍ୟର୍ଥ କାର୍ଯ୍ୟଗୁଡ଼ିକରେ ଶାନ୍ତି ନଷ୍ଟ ହୋଇପାରେ।

କନ୍ୟା : ଅନୁକୂଳତା ଏବଂ ପ୍ରତିକୂଲତାର ମିଳାମିଶା ଦିନ ରହିବ। ବ୍ୟବସାୟରେ ଆପଣ ନୂଆ ବିଚାରଧାରା ଆଣିପାରନ୍ତି। ଆଲସ୍ୟ ଏବଂ ବ୍ୟଗ୍ରତା ଅନୁଭବ କରିପାରନ୍ତି, ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ଅଗ୍ନି ଏବଂ ଜଳ ପ୍ରତି ସାବଧାନ ରହିବେ। ବ୍ୟାପାରିମାନଙ୍କୁ ଧନର ଆଦାନ-ପ୍ରଦାନ ଏବଂ ଯାତ୍ରାରେ ଲାଭ ହେବ।

ତୁଳା : ଦିନ ସୁଖ-ଶାନ୍ତିପୂର୍ବକ କଟିବ। କପଡ଼ା ଏବଂ ଗହଣା କ୍ରୟ କରିପାରନ୍ତି। କଳା ପ୍ରତି ଅଭିରୁଚି ରହିବ। ବ୍ୟାପାର ପାଇଁ ଆଜିର ଦିନ ବହୁତ ଭଲ। ଧନ ସମ୍ବନ୍ଧିତ ବିଷଗୁଡ଼ିକରେ ସରଳତା ରହିବ। ଘରେ ଶାନ୍ତି ଏବଂ ଆନନ୍ଦର ମାହୌଲ ରହିବ। ସ୍ୟାସ୍ଥ୍ୟ ଭଲ ରହିବ। ବ୍ୟବସାୟର ବାତାବରଣ ଭଲ ରହିବ ଏବଂ ସହକର୍ମିମାନଙ୍କ ସାଥି ମିଳିବ।

ବିଛା : ସ୍ଵାସ୍ଥ୍ୟ ଭଲ ରହିବ। ଆଜିର ଦିନ ଆଧ୍ୟାତ୍ମିକ ପ୍ରବୃତ୍ତିଗୁଡ଼ିକ ପାଇଁ ବହୁତ ଭଲ ଅଟେ। ଆର୍ଥିକ ଲାଭ ହେବ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି। ମଧ୍ୟାହ୍ନ ପରେ ସ୍ଥିତି ଅନୁକୂଳ ରହିବ। ମନରେ ଯାହା ଦ୍ୱନ୍ଦ୍ୱ ରହିବ ତାହାର ନିରାକରଣ ମିଳିଯିବ। ଶରୀର ଏବଂ ମନ ଦ୍ୱୟ ସ୍ଵସ୍ଥ ରହିବେ।

ଧନୁ : ଧାର୍ମିକ ଏବଂ ସାମାଜିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ। ବନ୍ଧୁମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଝଗଡ଼ା ହୋଇପାରେ। ଆଜି କିଛି ଅଧିକ ଆଧ୍ୟାତ୍ମିକତା ଆପଣଙ୍କ ବ୍ୟବହାରରେ ଦେଖିବାକୁ ମିଳିବ। ଦୁର୍ଘଟଣା ଏବଂ ଶଲ୍ୟ ଚିକିତ୍ସା ପ୍ରତି ସାବଧାନ ରୁହନ୍ତୁ। ମଧ୍ୟାହ୍ନ ପରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତା ପୂର୍ବକ ସଂପନ୍ନ ଦେଖାଯିବ।

ମକର : ଆଜିର ଦିନ ଆପଣଙ୍କୁ ଟିକେ ସାବଧାନ ରହିବାକୁ ପଡ଼ିବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଆଜିର ଦିନ ଉଚିତ ନୁହେଁ। ମାନସିକ ଅଶାନ୍ତି ଏବଂ ଉଦ୍ଵେଗ ଆପଣଙ୍କ ମନରେ ରହିବ। ମାନସିକ ଖିନ୍ନତା ହୋଇପାରେ। ପେଟର ଯନ୍ତ୍ରଣା, ବିଶେଷକରି ପେଟବ୍ୟଥା, ଅଜୀର୍ଣ୍ଣ ପରି ବ୍ୟାଧିରେ ଆପଣ ଚିନ୍ତିତ ରହିବେ।

କୁମ୍ଭ : ଆଜିର ଦିନ କିଛି କଷ୍ଟଦାୟକ ହେବ, ଟିକେ ସମ୍ଭାଳି କରି ଚାଲିବେ। ପରିଜନମାନଙ୍କ ସହିତ ମନମାଳିନ୍ୟର ପ୍ରସଂଗ ଉପସ୍ଥିତ ହୋଇପାରେ। ସ୍ଵଭାବରେ ଉଗ୍ରତା ତଥା ଆବେଶ ହେବା କାରଣରୁ କୌଣସି ବିବାଦ ନ ହେଉ ଏହି କଥା ଉପରେ ବିଶେଷରୂପେ ଧ୍ୟାନ ରଖିବେ। ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ।

ମୀନ : ଆଜି ଉଚ୍ଚ ଅଧିକାରୀମାନଙ୍କ ସହିତ ସମ୍ବନ୍ଧରେ ଦରାର ନ ପଡୁ ଏହି କଥାର ଧ୍ୟାନ ରଖିବାପାଇଁ ଉପଦେଶ। ଶାରୀରିକ ଶିଥିଳତା ଏବଂ ମାନସିକ ଚିନ୍ତା ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦକୁ ସମ୍ଭବତଃ ଟାଳନ୍ତୁ। ବୈଚାରିକ ସ୍ତରରେ ନକାରାତ୍ମକତାକୁ ଦୂର କରିବେ ତଥା ମାନସିକ ରୂପରେ ସୁସ୍ଥ ହେବାପାଇଁ ପ୍ରୟାସ କରନ୍ତୁ। ଯାତ୍ରା ସଫଳ ହେବ।

Leave A Reply

Your email address will not be published.