ଆଜି ଏହି ରାଶିର ଲୋକେ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ, ରାଶିଫଳ

ମେଷ : କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟରେ ଗତି କଲେ ମଧ୍ୟ କିଛି ଅସୁବିଧା ହେବନି । ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ନିଃସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଯାଇ ଆତ୍ମସନ୍ତୋଷ ଲାଭ କରିପାରନ୍ତି । ପରିବାରରେ ଅର୍ଥ କିମ୍ବା ଜମିଜମାକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ ।

ବୃଷ : ଅଭାବ ଏବଂ ସମସ୍ୟା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ । ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଖୁସି ରହିବେ । ନିଜ ପରିସରର ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି ।

ମିଥୁନ : ନିଜ ପରିସର ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ବନ୍ଧୁଙ୍କ ସାହାଯ୍ୟରେ ଅର୍ଥ ସଙ୍କଟ ଦୂରେଇଯିବ । ସନ୍ତାନଙ୍କ ସମସ୍ୟା ସହଜରେ ସମାଧାନ ହୋଇଯିବ । ଆନୁଷ୍ଠାନିକ, ଧାର୍ମିକ କାର୍ଯ୍ୟରେ ସାମିଲ ହେବେ । ପଡ଼ୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇଲେ ଅପମାନିତ ହେବାକୁ ପଡ଼ିବାର ଆଶଙ୍କା ରହିଛି ।

କର୍କଟ : ଆଜି ସକାଳୁ ସକାଳୁ ନିଜ କାମରେ ଲାଗିଯିବେ ଏବଂ ଆଶାନୁଯାୟୀ ମଧ୍ୟ ଫଳ ପାଇପାରନ୍ତି । ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ସହଯୋଗରୁ ସ୍ଥଗିତ କାମ ସମ୍ପନ୍ନ ହେବ । ଘରୋଇ କ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ ।

ସିଂହ : ନୂତନ କର୍ମାରମ୍ଭରେ ଅର୍ଥ ସଂକଟ କାମକୁ ଅଟକାଇ ରଖିବାର ଆଶଙ୍କା ରହିଛି । ଲୁଚି ରହିଥିବା ମନର ଦୁଃଖକୁ ବନ୍ଧୁଙ୍କ ସମ୍ମୁଖରେ କହି ଆଶ୍ୱସ୍ତିି ଲାଭ କରିବେ । କର୍ମସସ୍ଥାନ ପାଇଁ ମନ ବଳିବ ଏବଂ ବନ୍ଧୁଙ୍କ ଦ୍ୱାରା ଦିଗ୍‌ଦର୍ଶନ ପାଇବେ । ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ ।

କନ୍ୟା : ପରିବାରର ବିଭିନ୍ନ ଜଞ୍ଜାଳରେ ବ୍ୟସ୍ତ ରହିବା ହେତୁ ମନ ଅସ୍ଥିର ରହିବ । ଭଲ ସମ୍ପର୍କ ଥିବା ବ୍ୟକ୍ତିଟିକୁ ନିକଟରେ ପାଇ ଆତ୍ମହରା ହୋଇପାରନ୍ତି । ଆନୁଷ୍ଠାନିକ କାମ, ସଂଗଠନ, ସଭାସମିତି ଓ ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । ସାମାନ୍ୟ ପ୍ରତିବନ୍ଧକ କାରଣରୁ ବିଳମ୍ବିତ ସମୟରେ ଆଶା ପୂରଣ ହୋଇଯିବ ।

ତୁଳା : ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ସ୍ବାସ୍ଥ୍ୟ ସମସ୍ୟା ଓ କାମରେ ପ୍ରତିବନ୍ଧକ ଦୁଶ୍ଚିନ୍ତାକୁ ବଢ଼ାଇଦେବ । ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ବାଣିଜ୍ୟ, ନୂତନ ବନ୍ଧୁସମ୍ପର୍କ ଏବଂ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିବେ ।

ବିଛା : ସ୍ବାସ୍ଥ୍ୟ ନିୟନ୍ତ୍ରଣରେ ରହିବାରୁ ଆଶ୍ୱସ୍ତି ଲାଭ କରିବେ । ଆତ୍ମୀୟସ୍ବଜନଙ୍କ ସ୍ନେହ ଓ ସହାନୁଭୂତି ସାମୟିକ ମନର ଦୁଃଖକୁ ବୁଝି ପାରିବେ । ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି । ଆପଣଙ୍କର କୃତିତ୍ୱର ଗୁଣଗାନ କରିବା ସହ କର୍ମକ୍ଷେତ୍ରରେ ଜଣେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ ।

ଧନୁ : କର୍ମକ୍ଷେତ୍ରରେ ସହକର୍ମୀଙ୍କ ମନଗଢ଼ା କଥାକୁ ବିଶ୍ୱାସ କରି ଭାବପ୍ରବଣ ହୋଇପାରନ୍ତି । ପାରିବାରିକ ସମ୍ପର୍କ ପୂର୍ବପରି ଅକ୍ଷୁଣ୍ଣ ରହିବ ଏବଂ ବନ୍ଧୁମିଳନ ପାଇଁ ଯୋଜନା କରିବେ । ଦରକାରୀ କାଗଜପତ୍ର କିମ୍ବା ଜିନିଷ ଆବଶ୍ୟକ ସମୟରେ ପାଇବେ ନାହିଁ । ଆଜିର ଯାତ୍ରା ଭଲ ରହିବ ଏବଂ ବାଣିଜ୍ୟ, ବ୍ୟବସାୟରେ ଲାଭବାନ୍‌ ହେବେ ।

ମକର : ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କର୍ମକ୍ଷେତ୍ରରେ ଅସାଧ୍ୟ ସାଧନ କରିପାରିବେ । ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ହେତୁ ପାରିବାରିକ ସ୍ଥିତି ଭଲ ରହିବ । ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମାୟିକ ଆଶ୍ୱସ୍ତି ଲାଭ କରିବେ ।

କୁମ୍ଭ : କର୍ମକ୍ଷେତ୍ରରେ ଆଶାଜନକ ସଫଳତା ପାଇବା ଯୋଗୁ ମନ ଖୁସି ରହିବ । ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ । ଆତ୍ମୀୟସ୍ବଜନଙ୍କ କଟୁ ମନ୍ତବ୍ୟ ହେତୁ ଅନ୍ୟମନସ୍କ ରହିପାରନ୍ତି । ଉଚ୍ଚଶିକ୍ଷା, ବିଦେଶ ଯାତ୍ରା, ଆମଦାନୀ କାରବାର ଓ ଶୁଭଖବରରୁ ଖୁସି ରହିବେ ।

ମୀନ : ସରକାରୀ କାମରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ଦୀର୍ଘଦିନରୁ ସ୍ଥଗିତ ରହିଥିବା କାମଟି ବନ୍ଧୁଙ୍କ ସାହାଯ୍ୟରେ ହଠାତ୍‌ ହୋଇଯିବ । ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ନ ହେଲେ ହଜିଯାଇପାରେ । ପୂର୍ବାଲୋଚନା କ୍ରମେ ପ୍ରିୟଜନଙ୍କ ସହ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ ।

You might also like