ରାଶିଫଳ

ଆଜିର ଭାଗ୍ୟ: ଜାଣନ୍ତୁ, ଆପଣଙ୍କ ରାଶିରେ କ’ଣ ଅଛି

ମେଷ :

ନିଜର ପ୍ରିୟବନ୍ଧୁଙ୍କ ସହ ମତାନ୍ତର ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ହେବ। ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ ଏବଂ ଆର୍ଥିକ ସଙ୍କଟ ଦେଖାଦେବ। କର୍ମରେ ବିଫଳତା, ସମ୍ମାନ ହାନି ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ।

ବୃଷ :

ଆଜି ଆପଣ ନିଜର ଶାରୀରିକ ସୁନ୍ଦରତା ଉପରେ ଧ୍ୟାନ ଦେବେ ଏବଂ ନିଜ ମନ ପସନ୍ଦର ପୋଷାକ ପିନ୍ଧିବେ। ଆପଣଙ୍କର ଏହି ନୂଆ ରୂପକୁ ଦେଖି ଲୋକମାନେ ପ୍ରଶଂସା କରିବେ। ଆପଣଙ୍କ ସାଥୀ ମଧ୍ୟ ଆପଣଙ୍କର ଏହି ପରିବର୍ତ୍ତନରେ ଖୁସି ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବ।

ମିଥୁନ :

ଆଜି ଦୈହିକ ସୁସ୍ଥତା ସାଙ୍ଗକୁ ମାନସିକ ଶାନ୍ତି ଆପଣଙ୍କ ଜୀବନଯାତ୍ରାକୁ ସରଳୀକୃତ କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଉପକୃତ ହେବେ। ପରିବାରରେ ଏମିତି କେତେକ କଥା ଘଟିପାରେ, ଯାହାକି ଅନ୍ତର୍ଦାହ ସୃଷ୍ଟି କରିପାରେ। ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ।

କର୍କଟ :

ବେପାରରେ ମନପ୍ରାଣ ଢାଳି କାମ କରିବା ହେତୁ ଯଥେଷ୍ଟ ଲାଭ ପାଇବେ। ଖାସ୍ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନାର ସମ୍ଭାବନା ଅଛି। ଧୈର୍ଯ୍ୟ ଧରି କାମ କଲେ ସଫଳ ହେବେ। ସରକାରୀ କ୍ଷେତ୍ରରୁ ଲାଭ ମିଳିପାରେ।

ସିଂହ :

ଆଜି ମଜା-ମସ୍ତିରେ ରହିବେ। ଆପଣ ଯାହା କିଛି ବି କରୁଛନ୍ତି ପୂରା ମନରୁ କରନ୍ତୁ। ଦିନଟି ଆପଣଙ୍କ ପାଇଁ ସବୁଦିନ ସ୍ମୃତି ହୋଇ ରହିବ। ନିଜ ଲୋକମାନଙ୍କ ସହଯୋଗ ଲାଭ କରି ନୂତନ କର୍ମାରମ୍ଭ କରିବାରେ ସମର୍ଥ ହେବେ। ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ ଛଳନାତ୍ମକ କଥାକୁ ଠିକ୍‌ ଭାବେ ବୁଝି ପାରିବେନି ।

କନ୍ୟା :

ଆଜି ଆପଣ ନିଜର କାର୍ଯ୍ୟ ପଦ୍ଧତି ପରିବର୍ତ୍ତନ କରିବେ। ଯୋଜନା ବଦଳିଯିବା ସାଙ୍ଗକୁ ଗସ୍ତ ମଧ୍ୟ ସ୍ଥଗିତ ରହିଯାଇପାରେ। ଯାନ ବାହନ, ଗୃହ ସୀମା, ସଭାସମିତି, ଜମିଜମା, ନିକଟ ସମ୍ପର୍କୀୟ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ। ଯାହାକୁ ଅଧିକ ବିଶ୍ୱାସ କରୁଛନ୍ତି ସେହି ବ୍ୟକ୍ତି ଦ୍ୱାରା ପ୍ରତାରିତ ହୋଇପାରନ୍ତି।

ତୁଳା :

ଆଜିର କର୍ମକ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସହକର୍ମୀଙ୍କ ଯୋଗୁ ହୁଏତ କର୍ମକ୍ଷେତ୍ରର ଗତି ମନ୍ଥର ରହିବ। ସଭାସମିତି, ଗବେଷଣା କ୍ଷେତ୍ର, ଆଇନ ଅଦାଲତରେ ସଫଳତା ହାସଲ କରିବେ।

ବିଛା :

ଆଜି ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। ଗୁରୁତ୍ୱପୂର୍ଣ୍ଣ ଥିବା କୌଣସି କାର୍ଯ୍ୟ ସକାଶେ ଦୁଶ୍ଚିନ୍ତାରେ ରହିବେ। କଳା, କାରିଗରି, ପ୍ରଶାସନିକ କାର୍ଯ୍ୟ, ଆଇନ, ସଭାସମିତିରେ ପ୍ରଶଂସିତ ହେବେ।

ଧନୁ :

ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ। ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି।

ମକର :

କର୍ମ କ୍ଷେତ୍ରରେ ଆକସ୍ମିକ କେତେକ ସମସ୍ୟା କାରଣରୁ ପୂର୍ବ ସ୍ଥିରୀକୃତ କାର୍ଯ୍ୟ ସ୍ଥଗିତ ରହିପାରେ। ବନ୍ଧୁଙ୍କ ସାହାଯ୍ୟ, ସହଯୋଗର ଅଭାବ ନ ଥିଲେ ମଧ୍ୟ ପାରିବାରିକ ମନାନ୍ତର କାମକୁ ବିଗାଡ଼ି ଦେଇପାରେ। ଶତଭିଷା ନକ୍ଷତ୍ରର ଲୋକ ଆରୋଗ୍ୟ ଲାଭ କରିବା ସହ ରାଜନୀତିରେ ନୈତିକ ସମର୍ଥନ ହାସଲ କରିପାରିବେ।

କୁମ୍ଭ :

ଆଜି ଅର୍ଥ ସଙ୍କଟ ମଧ୍ୟରେ ଗତି କଲେ ମଧ୍ୟ କର୍ମକ୍ଷେତ୍ରରେ ଉନ୍ନତି କାରଣରୁ ଖୁସି ରହିବେ। ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି, ରାଜନୀତିରେ ଆଲୋଚନା ଅସମାପ୍ତ ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ,ଏଜେନସିପ୍‌, କଳା, ସାହିତ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।

ମୀନ :

ଆଜି ଆପଣଙ୍କ ଚିନ୍ତାନୁଯାୟୀ କାମଗୁଡ଼ିକ ସହଜରେ ସମ୍ପନ୍ନ ହୋଇପାରିବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି ହୋଇପାରେ। ଦୀର୍ଘ ଦିନରୁ ଅଟଳି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁଙ୍କ ସହଯୋଗରେ କାମ ହାସଲ କରିବେ।

WCW 11

Recent Posts

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

47 seconds ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

6 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

18 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

25 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

29 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

30 mins ago