କେମିତି ବିତିବ ଆପଣଙ୍କ ଦିନ ? ପ୍ରେମ, ପରିବାର, ଶିକ୍ଷା କ୍ଷେତ୍ରରେ ରାଶିର ପ୍ରଭାବ କିପରି ରହିବ ଜାଣନ୍ତୁ

ମେଷ : ଆଜିର ଦିନ ବହୁତ ଆନନ୍ଦମୟ ରହିବ। ବ୍ୟାପାର ସହିତ ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକରେ ଦିନର ବ୍ୟସ୍ତତା ରହିବ ତଥା ସେଥିରେ ଲାଭ ମଧ୍ୟ ହେବ। ଅଧିକ ଲୋକମାନଙ୍କ ସହିତ ଆଜି ମିଶିବାର କାରଣରୁ ବିଚାରର ଆଦାନ-ପ୍ରଦାନ କରିପାରନ୍ତି। ଘର ଏବଂ ଦାମ୍ପତ୍ୟ-ଜୀବନରେ ଆନନ୍ଦ ରହିବ। ସାମାଜିକ କ୍ଷେତ୍ରରେ ଆପଣର କାର୍ଯ୍ୟର ପ୍ରଶଂସା ହେବ।

ବୃଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ। ବିବାହୋତ୍ସୁକମାନଙ୍କର ବିବାହର ପ୍ରଶ୍ନର ନିରାକରଣ ଆସିବ। ଯାତ୍ରା କରିବେ ତଥା ମିତ୍ରମାନଙ୍କଠାରୁ ଉପହାର ଆଦି ମିଳିବ। ମଧ୍ୟାହ୍ନ ପରେ ପ୍ରତ୍ୟେକ କାର୍ଯ୍ୟରେ କିଛି ସାବଧାନ ରହିବାକୁ ଆବଶ୍ୟକ ଅଟେ। ବ୍ୟବସାୟ କାର୍ଯ୍ୟରେ ସରକାରୀ ପ୍ରଭାବ ଆପଣ ଉପରେ ବଢିପାରେ।

ମିଥୁନ : ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟତମ ଖୁସି ରହିବେ। ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା କରିବେ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ପାଇବ। ଆପଣଙ୍କ କ୍ୟାରିୟର ପ୍ରସଙ୍ଗରେ ସବୁକିଛି ଭଲ ହେବ।

କର୍କଟ : କାମ ବୋଝ ବଢ଼ି ପାରେ। ଘରୁ ବାହାରିବା ବେଳେ ଗୁରୁଜନଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ। ଏହାଦ୍ବାରା ଆପଣଙ୍କୁ ଧନ ଲାଭ ହୋଇପାରେ। ଭଲ ବ୍ୟବହାର କରନ୍ତୁ। ଆଜିର ଦିନଟି ସଠିକ୍ ଭାବେ ପୁଞ୍ଜି ନିବେଶ କରିବା ନିମନ୍ତେ ଭଲ ଦିନ। ଆପଣଙ୍କ ପସନ୍ଦର ବହି ପଢ଼ିବା ସହ ଗୀତ ଶୁଣନ୍ତୁ। ନିଜ ପାଇଁ ବେଶୀ ସମୟ ମିଳିବ। ସଠିକ୍ ଭାବେ ଉପଯୋଗ କରନ୍ତୁ।

ସିଂହ : ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାୟକ । ଆଜି ଆପଣ ଅତି ସହଜରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହେବେ । ଅଫିସରେ ଆପଣଙ୍କ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ପ୍ରସନ୍ନ ହେବେ । ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି ।

କନ୍ୟା : ଆଜି ଆପଣ ପୁରା ସୁସ୍ଥ ରହିବେ। ମନ ପ୍ରସନ୍ନ ରହିବ। ଆପଣଙ୍କ ସହକର୍ମୀ ଆପଣଙ୍କର କିଛି ଜରୁରୀ ଜିନିଷ ଚୋରି କରି ପାରନ୍ତି। ତେଣୁ ଆପଣ ନିଜ ଜିନିଷ ଦାୟିତ୍ଵ ରେ ରଖନ୍ତୁ। ଆପଣଙ୍କ ଜୀବନସାଥୀ ଙ୍କ ସହ ଅଧିକ ସମୟ ବିତାଇବେ। ମାନସିକ ଶାନ୍ତି ଅତ୍ୟନ୍ତ ଜରୁରୀ। ତେଣୁ ବୁଲାବୁଲି କରନ୍ତୁ କିମ୍ବା ମନ୍ଦିର ଯାଆନ୍ତୁ।

ତୁଳା : ଆଜି ସମ୍ପତ୍ତି କିମ୍ବା ଯାନର କ୍ରୟ ବିକ୍ରୟ ସମ୍ଭବ । ମନରେ ସକାରାତ୍ମକ ଭାବନା ରଖିବେ। ପାରିବାରିକ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଅବିବାହିତମାନେ ବିବାହ କରିବାକୁ ନିଷ୍ପତ୍ତି ନେଇପାରନ୍ତି।

ବିଛା : ପରିବାରରେ ସୁଖସମୃଦ୍ଧି ପାପ୍ତ କରିବେ। ଜରୁରୀ କାର୍ଯ୍ୟରେ ସାଙ୍ଗସାଥୀଙ୍କ ସାହାଯ୍ୟ ଲୋଡ଼ିବେ। ଏକ ନୂତନ ଆରମ୍ଭ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଛାତ୍ରଛାତ୍ରୀ ପ୍ରିତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ।

ଧନୁ : ମାନସିକ ଅଶାନ୍ତି ଦେଇ ଗତି କରିବେ। ପୁରୁଣା କାର୍ଯ୍ୟ ହଠାତ୍ ବନ୍ଦ ହେବାର ସମ୍ଭାବନା ରହିଛି। ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ଏଣୁ ସତର୍କ ରୁହନ୍ତୁ ।ବିଶିଷ୍ଚ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ, କିନ୍ତୁ ଆଘାତ ଲାଗିପାରେ।

ମକର : ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ। ମାନସିକ ରୂପରେ ଅଣନିଶ୍ୱାସୀ ହେବାର କାରଣରୁ କୌଣସି କାର୍ଯ୍ୟରେ ଆପଣଙ୍କ ମନ ନ ଲାଗିପାରେ। ସ୍ଵାସ୍ଥ୍ୟ ମଧ୍ୟ କିଛିମାତ୍ରାରେ ଭଲ-ଖରାପ ରହିବ।

କୁମ୍ଭ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯଦି କୋଉଠିକି ଯାତ୍ରା କରୁଛନ୍ତି ତାହେଲେ ମନେକରି ସବୁ ଆବଶ୍ୟକ କାଗଜ ଗୁଡିକ ନେବାକୁ ଭୁଲନ୍ତୁ ନାହିଁ।

ମୀନ : ବନ୍ଧୁ ମାନଙ୍କ ସହ ଯୋଜନା କରିପାରନ୍ତି ବୁଲିଯିବା ପାଇଁ ,ଅଥବା ସେଠାରେ ମଧ୍ୟାନ୍ନ ଭୋଜନ କିମ୍ୱା ବନ୍ଧୁଙ୍କ ଦ୍ୱାରା ମଧ୍ୟ ହୋଇପାରେ । ବ୍ୟବସାୟରେ ପ୍ରଚୁର ଲାଭ ସହ ଆନନ୍ଦିତ ହେବେ । ସ୍ତ୍ରୀଙ୍କ ସହ ମଧୁର ସମ୍ପର୍କ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.