ଆଜି କେମିତି କଟିବ ପୂରା ଦିନ, କାହା ପ୍ରତି ସତର୍କ ରହିବେ ସବୁ ଜାଣନ୍ତୁ ରାଶିଫଳରୁ

ମେଷ : ଆଜିର ଦିନଟି ମେଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଫଳପ୍ରଦ ହେବ । ମନ ପ୍ରସନ୍ନ ରହିବ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ସ୍ଥିର କରନ୍ତୁ । ଅନ୍ୟ କାହା ନିଷ୍ପତ୍ତି ଉପରେ ନିର୍ଭର କରନ୍ତୁ ନାହିଁ ନଚେତ୍ କ୍ଷତି ସହିପାରନ୍ତି । ସନ୍ଧ୍ୟା ସମୟରେ କୌଣସି ଶୁଭ ଖବର ମିଳିପାରେ ।

ବୃଷ : ଆଜିର ଦିନଟି ଆନନ୍ଦଉଲ୍ଲାସରେ ଅତିବାହିତ କରିବେ । କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସିପାରେ । ଧନ ନିବେଶ କରିପାରନ୍ତି ।କ ର୍ମ କରନ୍ତୁ ନିଶ୍ଚୟ ସଫଳତା ହାସଲ ହେବ । ଏହି ରାଶିର ବ୍ୟକ୍ତି କୌଣସି ଖେଳରେ ନିୟୋଜିତ ଥିଲେ, ତେବେ ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ ।

ମିଥୁନ: ଶୁଭ କର୍ମରେ ଲିପ୍ତ ରୁହନ୍ତୁ ସକାରାତ୍ମକ ଚିନ୍ତା ବୃଦ୍ଧି ହେବ । ଜୀବନସାଥୀଙ୍କ କାରଣରୁ ସମ୍ପର୍କୀୟ ଓ ସମାଜରେ ମାନ ବଢ଼ିବ । ଶାରୀରିକ ଏବଂ ମାନସିକ ସ୍ତର ପ୍ରଫୁଲ୍ଲ ରହିବ । ଆଜି ଆର୍ଥିକ ଦୃଷ୍ଟିରୁ କୌଣସି ପ୍ରକାର ଲାଭ ମିଳିପାରେ ।

କର୍କଟ : ବନ୍ଧୁମାନଙ୍କ ସହ ଭଲ ସମୟ ଅତିବାହିତ କରିବେ । ଯାନବାହନ ଚଳାଚଳ ସମୟରେ ଅଧିକ ସାବଧାନ ରୁହନ୍ତୁ ନଚେତ୍, ଅଘଟଣ ଘଟିପାରେ । ଜୀବନସାଥୀଙ୍କୁ ଅଧିକ ସମୟ ଦେଇପାରିବେ ନାହିଁ । କାର୍ଯ୍ୟରେ ଧିର ଅଗ୍ରଗତି ହେତୁ ମାନସିକ ଚିନ୍ତା ବଢ଼ିପାରେ ।

ସିଂହ : ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ରାଜନୀତିରେ ଉନ୍ନତି ହେବ । ସାଙ୍ଗସାଥିଙ୍କ ଦ୍ଵାରା ସହାୟତା ମିଳିବ । ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ ।

କନ୍ୟା : କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବାଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ପ୍ରବାସ ଯାତ୍ରାରେ ଲାଭବାନ ହେବେ ।

ତୁଳା : ଦିନଟି ମଧ୍ୟମ ଧରଣର ରହିବ । ଅତୀତରେ କରିଥିବା ଋଣ ପରିଶୋଧ କରିବାରେ ସମସ୍ୟା ଉପୁଜିପାରେ । ଏହି ରାଶିର ବ୍ୟକ୍ତି କୌଣସି ଗୃହ କ୍ରୟ କିମ୍ୱା ମରାମତି କରିବାକୁ ଚାହୁଁଥିଲେ ତେବେ ଅନୁକୂଳ ପରିସ୍ଥିତି ରହିଛି । ସମ୍ପର୍କୀୟଙ୍କ ସହ ମତଭେଦ ସୃଷ୍ଟି ହୋଇପାରେ ।

ବିଛା : ଆର୍ଥିକ ସ୍ଥିତି ଦୃଢ଼ ହେବ । ବ୍ୟବସାୟରେ ସଫଳତା ମିଳିପାରେ । ଚାକିରିରେ ପଦୋନ୍ନତି ହୋଇପାରେ । ଆପଣଙ୍କ ସଠିକ୍ ନିଷ୍ପତ୍ତି ପାଇଁ ପରିବାରରେ ପ୍ରତିକୂଳ ବାତାବରଣ ରହିବ । ପିତାମାତାଙ୍କ ସହ ସମ୍ପର୍କ ସର୍ବଦା ସୁଦୃଢ଼ ରହିବ ।

ଧନୁ : ଚାକିରିରେ ଦରମା ବୃଦ୍ଧି ହେବା ସହ ଉଚ୍ଚସ୍ତରକୁ ଯିବାର ଯୋଗ ରହିଛି । ପରିବାର ତରଫରୁ ଭଲ ଖବର ମିଳିପାରେ ଏବଂ ପରିବାର ସହ ଭଲ ସମ୍ପର୍କ ରହିବ । ପୈତୃକ ସମ୍ପତ୍ତି ପ୍ରାପ୍ତି ହେବାର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରିବାର ଉପାୟ ଚିନ୍ତା କରିପାରନ୍ତି ।

ମକର : ଦିନଟି ବ୍ୟସ୍ତତା ଭିତରେ କଟିପାରେ । ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ କିଛି ସମୟ ବାହାର କରନ୍ତୁ । କର୍ମକ୍ଷେତ୍ରରେ କୌଣସି ବରିଷ୍ଠ ଅଧିକାରୀ ବାଧା ସୃଷ୍ଟି କରପାରନ୍ତି । ସନ୍ଧ୍ୟା ସମୟରେ ଶୁଭ କାର୍ଯ୍ୟରେ ଯୋଗ ଦେବେ ।

କୁମ୍ଭ : ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପାଗ ପରିବର୍ତ୍ତନ ପ୍ରଭାବରେ ଅସୁସ୍ଥ ହୋଇପାରନ୍ତି । ଖାଦ୍ୟପେୟରେ ଆଦୌ ଅବହେଳା କରନ୍ତୁ ନାହିଁ । ବ୍ୟବସାୟ ପାଇଁ ଦିନଟି ଭଲ । ହଠାତ୍ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କୌଣସି କାମ କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

ମୀନ : ଆଜିର ଦିନରେ ଲାଭବାନ ହେବେ । କାର୍ଯ୍ୟକୁ ନେଇ ଚିନ୍ତାଶୀଳ ରହିପାରନ୍ତି । ନିଜ ବୁଦ୍ଧିର ସଠିକ୍ ପ୍ରୟୋଗ କରି ଆପଣଙ୍କ ପାଖରେ ଅଭାବ ଥିବା ସମସ୍ତ ଜିନିଷ ପାଇପାରିବେ । ବିପଦରେ ପଡ଼ିଥିବା କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କଲେ ଶୁଭ ।

Leave A Reply

Your email address will not be published.