photo credit: abplive.com
ମେଷ: ଆଜିର ଦିନଟି ଲାଭଦାୟକ ହେବ । କୌଣସି କମ୍ପାନୀ ଠାରୁ ଚାକିରିର ଅଫର ମିଳିପାରେ । ନୂଆ ଲୋକଙ୍କ ସହ ଦେଖା ହେବାର ସମ୍ଭାବନା ରହିଛି । ଆପଣଙ୍କୁ କିଛି ବଡ ନିଷ୍ପତ୍ତି ନେବାକୁ ପଡିପାରେ । ବନ୍ଧୁଙ୍କ ଠାରୁ ସାହାଯ୍ୟ ନେଇପାରନ୍ତି । ନୂଆ ଢଙ୍ଗରେ ରୋଜଗାର କରିବାର ଅବସର ମିଳିପାରେ।
ବୃଷ: ଆପଣ ଆଜି ନିଜକୁ ଶକ୍ତିଶାଳୀ ଅନୁଭବ କରିବେ । ଜୀବନସାଥିଙ୍କୁ ସଫଳତା ମିଳିବା ଯୋଗୁ ଘରେ ଖୁସିର ପରିବେଶ ରହିବ । କିଛି ନୂତନ କାର୍ଯ୍ୟରୁ ବହୁତ କିଛି ଶିଖିବା ପାଇଁ ମିଳିପାରେ । ମାତାପିତାଙ୍କ ସହ ବାହାରକୁ ଯିବେ । ନିଜ ଲୋକ ଖୁସି ଖବର ଦେଇ ପାରନ୍ତି । ଛାତ୍ରଛାତ୍ରୀଙ୍କର ପାଠ ପଢାରେ ରୁଚି ବଢିବ । କିଛି ନୂଆ ଦାୟିତ୍ୱ ମିଳିପାରେ, ଯାହାକୁ ଆପଣ ସଫଳତାର ସହ ସମ୍ପୂର୍ଣ୍ଣ କରିବେ । ଘରେ ଖୁସି ଓ ଶାନ୍ତି ଭରି ରହିବ ।
ମିଥୁନ: ଅଫିସ୍ରେ କାମର ଚାପ ବଢିପାରେ । କିଛି କାମରେ ବିଳମ୍ବ ହୋଇପାରେ । ଘର କାମ ପୂରା କରିବାରେ ପରିବାର ସଦସ୍ୟ ସାହାଯ୍ୟ କରିବେ । ଆପଣ ନିଜ ଖର୍ଚ୍ଚକୁ ନେଇ ଚିନ୍ତିତ ରହିବେ । ନିଜ ଆଖପାଖର ପ୍ରତ୍ୟେକ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ।
କର୍କଟ: ଆପଣଙ୍କର କୌଣସି ପ୍ରିୟ ଲୋକଙ୍କ ସହ ଭେଟ ହେବ, ଯାହାଦ୍ୱାରା ଭବିଷ୍ୟତରେ ପରିବର୍ତ୍ତନ ଆସିପାରେ । ଅଭିନୟ କରୁଥିବା ଲୋକଙ୍କୁ କଠିନ ପରିର୍ଶମ କରିବାକୁ ପଡିବ । କିଛି କାମ ବିଳମ୍ବରେ ପୂରା ହେବ । ଆୟ କରିବାର ଉଚିତ୍ ଅବସର ମିଳିପାରେ। କୌଣସି କାମକୁ ବୁଝି ବିଚାରି କରିବେ । ସ୍ୱାସ୍ଥ୍ୟ ଆଜି ଠିକ୍ ଠାକ୍ ରହିବ । ପୂରା ଦିନ ମନ ଖୁସି ରହିବ ।
ସିଂହ: କଳାତ୍ମକ କାର୍ଯ୍ୟରେ ରୁଚି ରହିବ । ଭାବିବିଚାରି କାମ କରିବା ଦ୍ୱାରା ସଫଳତା ମିଳିପାରେ । ଜୀବନସାଥିଙ୍କ ସାହାଯ୍ୟ ଯୋଗୁ ଲାଭ ମିଳିବାର ସମ୍ଭାବନା ଅଛି । ଭବିଷ୍ୟତ ବିଷୟରେ ଭାବିବେ । କାର୍ଯ୍ୟକ୍ଷେତ୍ରରେ କାମ କରିବାର ନୂତନ ଉପାୟ ମିଳିପାରେ । ଘରକୁ ଅତିଥି ଆସିପାରନ୍ତି । ମାର୍କେଟିଂର ଲୋକମାନଙ୍କ ପାଇଁ ଦିନଟି ଭଲ ରହିବ । କୌଣସି ଯୋଜନାରେ ସଫଳତା ମିଳିବ ।
କନ୍ୟା: ପରିବାର ଲୋକ କାମରେ ସାହାଯ୍ୟ କରିବେ । କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ, ଯାହାଦ୍ୱାରା ଲାଭବାନ ହୋଇପାରନ୍ତି । ନୂଆ ଲୋକଙ୍କ ସହ ଭେଟ ହୋଇପାରେ । କିଛି ନୂଆ ଉପାୟରେ ଧନ ପ୍ରାପ୍ତି ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ । ଛାତ୍ରଛାତ୍ରୀମାନେ ମନ ଶାନ୍ତ ରଖିବେ, ଯାହାଦ୍ୱାରା ପୂରା ଦିନଟି କାମରେ ମନ ଲାଗିବ।
ତୁଳା: କୌଣସି କାମ ଯୋଗୁ ବ୍ୟସ୍ତ ରହିପାରନ୍ତି । କିଛି ଲୋକ ଆପଣଙ୍କ ନିଷ୍ପତ୍ତି ବିରୋଧରେ ଯାଇପାରନ୍ତି । ନୂତନ କାମରେ ରୁଚି ବଢିବ । କୌଣସି କାମ କରିବା ପାଇଁ ଭାବିପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । କୌଣସି କାରଣ ଯୋଗୁ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡିବ । ଆପଣ ଆଜି ଭାବିବିଚାରି ନିଷ୍ପତ୍ତି ନେବା ଉଚିତ୍ । ପରିବାର ସହ ସମୟ ଅତିବାହିତ କଲେ ସମସ୍ତ ଅସୁବିଧା ଦୂର ହେବ ।
ବିଛା: ଜୀବନରେ ଉନ୍ନତି ଆଣିବା ପାଇଁ ଅନେକ ନୂଆ ରାସ୍ତା ମିଳିବ । ପାରିବାରିକ ସ୍ଥିତି ଠିକ୍ ରହିବ । ସନ୍ଧ୍ୟା ସମୟରେ ପିଲାମାନଙ୍କ ସହ ସମୟ ଅତିବାହିତ କରିବେ । ଅଟକି ରହିଥିବା କାମ ପୂରା ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଠିକ୍ ଠାକ୍ ରହିବ, ଶିକ୍ଷକଙ୍କ ସମର୍ଥନ ମିଳିବ । ଲଭ୍ମେଣ୍ଟ୍ଙ୍କ ପାଇଁ ଦିନଟି ଭଲ। ସାଙ୍ଗଙ୍କ ସାହାଯ୍ୟ ମିଳିବା ଯୋଗୁ କାମ ପୂରା ହୋଇଯିବ।
ଧନୁ: ଆଜି ବେପାରୀ ବର୍ଗର ଲୋକଙ୍କୁ ଧନ ପ୍ରାପ୍ତି ହୋଇପାରେ । ପିଲାମାନଙ୍କ ସହ ଖୁସିର ସମୟ କାଟିବେ । ଚାକିରି ମିଳିବାର ସମ୍ଭାବନା ରହିଛି । ଆପଣଙ୍କ ଉଚ୍ଚ ବିଚାର ଯୋଗୁ ଉପହାର ମିଳିପାରେ । କୌଣସି ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ, ଯାହା ଆଗକୁ ଯାଇ ଲାଭଦାୟକ ହୋଇପାରେ । ଜୀବନସାଥିଙ୍କ ସହ ଧାର୍ମିକ ସ୍ଥାନକୁ ଗଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆର୍ଥିକ ସ୍ଥିତି ସୁଦୃଢ ହୋଇପାରେ ।
ମକର: ପୂର୍ବରୁ କରିଥିବା କାମ ଯୋଗୁ ଭଲ ପରିଣାମ ମିଳିବ । ଅଫିସ୍ର ଭଲ ବାତାବରଣ ଯୋଗୁ ମନ ଖୁସି ରହିବ । ଜୀବନସାଥିଙ୍କ ସହ ଦିନଟି ଭଲରେ କଟିବ, ଯାହାଦ୍ୱାରା ସମ୍ପର୍କ ସୁଦୃଢ ହେବ । ଆପଣଙ୍କର ନୂଆ ବନ୍ଧୁ ହେବାର ସମ୍ଭାବନା ରହିଛି । ବ୍ୟବସାୟ କରୁଥିବା ଲୋକଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି । କୌଣସି ଲୋକଙ୍କ ସାହାଯ୍ୟ ମିଳିବ ।
କୁମ୍ଭ: ଆଜି ଆପଣଙ୍କ ଭାଗ୍ୟ ସାଥିରେ ରହିବ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂରା ହୋଇପାରେ । ଜୀବନସାଥିଙ୍କ ସହ ଦିନଟି ଭଲରେ କଟିବ । ଓକିଲାତି କରୁଥିବା ଲୋକଙ୍କ ପାଇଁ ଦିନଟି ବହୁତ ଭଲ ରହିବ । କିଛି ଜରୁରୀ କାମ ପୂରା ହୋଇପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ସଫଳତା ମିଳିପାରେ ।
ମୀନ: କୌଣସି ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି, ହେଲେ ସନ୍ଧ୍ୟା ସମୟରେ ସବୁ ଠିକ୍ ହେବାର ସମ୍ଭାବନା ରହିଛି । ଆଜି ଘରକୁ ଅତିଥି ଆସିପାରନ୍ତି, ଯାହାଦ୍ୱାରା ଘରେ ଖୁସିର ପରିବେଶ ରହିବ । ନିଜ ଜରୁରୀ ଜିନିଷର ଧ୍ୟାନ ରଖିବା ଉଚିତ୍, ନଚେତ ହଜିପାରେ । ବାହାରକୁ ଯାତ୍ରା କରିପାରନ୍ତି । କୌଣସି ଅସୁବିଧା ଥିଲେ ତାହା ଦୂର ହୋଇଯିବ ।
ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…
ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…
ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…
ମୟୁରଭଞ୍ଜ : ତୁଟିଲା ବିବାଦ । ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…
କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…
ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…