ଅଜାଣତରେ କିଛି ଭୁଲ ହେବା ପୂର୍ବରୁ ଜାଣିନିଅନ୍ତୁ ଆପଣଙ୍କ ରାଶିରେ କ’ଣ ରହିଛି

ମେଷ : ଆଜିର ଦିନରେ ପାରିବାରିକ ଜୀବନ ସୁଖମୟ ହେବ। ଆଶା କରୁଥିବା ଦିଗରୁ ସଫଳତା ମିଳିବ। ସନ୍ତାନମାନଙ୍କର ଉନ୍ନତି ହେବ। କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ। ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ।

ବୃଷ : ମନ ଅସ୍ଥିର ରହିବ। କୌଣସି ମୂଲ୍ୟବାନ୍ ଜିନିଷ କିଣିବା ପାଇଁ ମନ ବଳାଇପାରନ୍ତି। ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ହାସଲ କରିବେ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ।

ମିଥୁନ : ମାନସିକ ଅଶାନ୍ତି ଦେଇ ଗତି କରିବେ। ପୁରୁଣା କାର୍ଯ୍ୟ ହଠାତ୍ ବନ୍ଦ ହେବାର ସମ୍ଭାବନା ରହିଛି। ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ଏଣୁ ସତର୍କ ରୁହନ୍ତୁ ।ବିଶିଷ୍ଚ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ, କିନ୍ତୁ ଆଘାତ ଲାଗିପାରେ।

କର୍କଟ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆଜି ବିଶିଷ୍ଚ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ।

ସିଂହ : ଆଜି ଆପଣଙ୍କର ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ । କିଛି ବନ୍ଧୁ ଆପଣଙ୍କ ଘରକୁ ମଧ୍ୟାହ୍ନ ଭୋଜନ କିମ୍ଵା ରାତ୍ର ଭୋଜନ ପାଇଁ ଆସିପାରନ୍ତି । ଏହା ଫଳରେ ଆପଣଙ୍କ ଘରେ ଏକ ଖୁସିବାସିର ଆସର ଜମିପାରେ ।ବାହାରକୁ ପରିଭ୍ରମଣରେ ଯିବାପାଇଁ ଆଜି ଦିନଟି ଖୁବ ଭଲ ।

କନ୍ୟା : ଆଜି ଆପଣଙ୍କ ଉପରେ କାର୍ଯ୍ୟ ଚାପ ବଢି ଚାଲିବ । କିନ୍ତୁ ଆପଣ ଭଲ ଢଙ୍ଗରେ ସେଗୁଡିକୁ ସମ୍ଭାଳିବେ, ଯାହା କେବଳ ଆପଣଙ୍କ ଧୈର୍ଯ୍ୟ ପାଇଁ ସମ୍ଭବ ହେବ । ଯେତେ ଶୀଘ୍ର ସମ୍ଭବ ଏହାକୁ କାର୍ଯ୍ୟରେ ଲଗାନ୍ତୁ ।

ତୁଳା : ଆପଣ ସୁସ୍ଥ ରହିବେ । ଆପଣଙ୍କ ବଦଳୁଥିବା ମିଜାଜ ଯୋଗୁଁ ଘରର ଶାନ୍ତିଭଙ୍ଗ କରନ୍ତୁ ନାହିଁ । ମୋଟାମୋଟି ଭାବରେ ସବୁକିଛି ଆଜି ଭଲ ହେବ । ତେଣୁ ନିଜ ମିଜାଜ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ଟାଣ କଥା କହିବା ପୂର୍ବରୁ ଥରେ ଭାବନ୍ତୁ ।

ବିଛା : ଆଜିର ଦିନ ଶୁଭ ଫଳଦାୟୀ। ଆଜି ପ୍ରତ୍ୟେକ କାର୍ଯ୍ୟରେ ସରଳତାରେ ସଫଳତା ପ୍ରାପ୍ତି ହେବ। ପରିଣାମ ସ୍ଵରୂପ ଆପଣ ମାନସିକରୂପରେ ପ୍ରଫୁଲ୍ଲିତ ରହିବେ। ଚାକିରିରେ ଉଚ୍ଚାଧିକାରିମାନଙ୍କର ପ୍ରସନ୍ନତା କାରଣରୁ ପଦୋନ୍ନତିର ଯୋଗ ଅଛି।

ଧନୁ : ନାକାରାତ୍ମକ ବିଚାରକୁ ନିଜର ମନରୁ ହଟାନ୍ତୁ। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦରୁ ଦୂରରେ ରୁହନ୍ତୁ। ଖାଇବା ପିଇବା ଉପରେ ନିୟନ୍ତ୍ରଣ ରଖିବେ। ଶାରୀରିକ ସ୍ଵାସ୍ଥ୍ୟ ମଧ୍ୟମ ରହିବ। ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ।

ମକର : ଆଜି ଶାରୀରିକ ଏବଂ ମାନସିକରୂପରେ ଆପଣଙ୍କୁ ପ୍ରସନ୍ନତା ଅନୁଭବ ହେବ। ପରିବାର ସୁଖ-ଶାନ୍ତିର ବାତାବରଣ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ସାକ୍ଷାତକରି ଆନନ୍ଦ ଲାଭ ହେବ। କୌଣସି ରମଣୀୟସ୍ଥଳକୁ ଯାତ୍ରା କିମ୍ବା ପର୍ଯ୍ୟଟନର ସମ୍ଭାବନା ଅଧିକ ଅଛି।

କୁମ୍ଭ : ନିଜ କାମ ପ୍ରତି ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ । ପାରିବାରିକ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ । ରାଜନୀତି ସହ ଜଡିତ ଲୋକମାନେ ନିର୍ବାଚନ ପରିବେଶକୁ ଦୃଷ୍ଟିରେ ରଖି କୌଣସି ମନ୍ତବ୍ୟ ଦେବା ଉଚିତ୍ ନୁହେଁ । ମହିଳା ମାନେ ନୂତନ ଜିନିଷ କିଣିବାରେ ମନ ନିବେଶ କରିପାରନ୍ତି ।

ମୀନ : କାମକାର୍ଯ୍ୟରେ ଆପଣ ବହୁତ ଲାଭ ପାଇପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ବ୍ୟବସାୟରେ ଲାଭ ମିଳିବାର ସମୟ । ଦୂରଯାତ୍ରା କରିବାର ଯୋଜନା କରିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.