ଆଜି କେମିତି କଟିବ ଦିନ: କୁସଙ୍ଗଠାରୁ ରୁହନ୍ତୁ ଦୂରେଇ; ସମ୍ପତ୍ତି ସୁରକ୍ଷାରେ ଅବହେଳା କରନ୍ତୁ ନାହିଁ

ମେଷ: ଆଜି ଏହି ରାଶିର ଦମ୍ପତିଙ୍କ ମଧ୍ୟରେ ମଧୁରତା ଏବଂ ପ୍ରେମ ରହିବ। କାରଖାନାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପଡିବ। କୁସଙ୍ଗରୁ ଦୂରେଇ ରୁହନ୍ତୁ।

ବୃଷ: ଆଜି କୌଣସି ବିବାଦ ଯୋଗୁ ଆପଣଙ୍କ ମନ ଅସ୍ଥିର ରହିବ। କୌଣସି କାମରେ ମନ ଲାଗିବ ନାହିଁ। ଛାତ୍ରମାନେ ଅଧ୍ୟୟନରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ମିଥୁନ: ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ। ଆପଣ କୌଣସି ଘନିଷ୍ଠ ବନ୍ଧୁଙ୍କୁ ଭେଟିପାରନ୍ତି। ବ୍ୟବସାୟକୁ ନେଇ ନୂଆ ଯୋଜନା ପ୍ରସ୍ତୁତ କରିବେ। ପରିବାର ସଦସ୍ୟଙ୍କ ପରାମର୍ଶ ନିଅନ୍ତୁ।

କର୍କଟ: କୌଣସି ଜରୁରୀ କାମକୁ ନେଇ ଆଜି ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ପରିବାର ସଦସ୍ୟଙ୍କ ଆବଶ୍ୟକତା ପୂରଣ କରିବେ। ଧନର ଅଭାବ ଅନୁଭବ କରିପାରନ୍ତି।

ସିଂହ: ଆଜି ଆପଣ ଏକାନ୍ତରେ ରହିବାକୁ ଇଚ୍ଛା କରିବେ। କୌଣସି ବି ବିବାଦ ହେବାର ସମ୍ଭାବନା ରହିଛି। ଚିହ୍ନା ପରିଚିତ ଲୋକଙ୍କ ଯୋଗୁ ଆପଣଙ୍କ ରାସ୍ତା ସହଜ ହେବ। ଯୁବକମାନଙ୍କୁ ଚାକିରି ମିଳିପାରେ।

କନ୍ୟା: ବ୍ୟବସାୟକୁ ନେଇ ଆବଶ୍ୟକ ପରିବର୍ତ୍ତନ କରିବେ। ଧନ ଲାଭ ହେବାର ସମ୍ଭାବନା ରହିଛି, କିନ୍ତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ହେବ।

ତୁଳା: ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ଆଗମନ ହୋଇପାରେ। ବୁଲିବାର ଯୋଜନା ପ୍ରସ୍ତୁତ କରିବେ। ସ୍ୱାସ୍ଥ୍ୟକୁ ନେଇ ଅବହେଳା ମହଙ୍ଗା ପଡିପାରେ।

ବିଛା: ଆଜି ଆପଣ ଶତ୍ରୁମାନଙ୍କଠାରୁ ସତର୍କ ରହିବାକୁ ଚେଷ୍ଟା କରନ୍ତୁ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ ରହିବ। ବିବାହ ପାଇଁ ଭଲ ପ୍ରସ୍ତାବ ମିଳିପାରେ। ସାମାଜିକ ସ୍ଥିତି ମଜଭୁତ ହେବ।

ଧନୁ: ଆଜିର ଦିନ ଆପଣଙ୍କ ପାଇଁ ଚମତ୍କାର ପ୍ରମାଣିତ ହୋଇପାରେ। ପରୀକ୍ଷାର୍ଥୀମାନଙ୍କୁ ସଫଳତା ମିଳିବ। ବେକାର କାର୍ଯ୍ୟରେ ସମୟ ନଷ୍ଟ କରନ୍ତୁ ନାହିଁ। ସମୟ ପରିଚାଳନାକୁ ନେଇ ସଚେତନ ରୁହନ୍ତୁ।

ମକର: ଆଜିର ଦିନ ଆପଣଙ୍କ ପାଇଁ ଖୁସି ଖବର ନେଇ ଆସିବ। ସନ୍ତାନମାନଙ୍କୁ ସଫଳତା ମିଳିବାର ସମ୍ଭାବନା ରହିଛି। ସାଙ୍ଗମାନଙ୍କ ସହିତ ମତଭେଦ ଦୂର ହେବ। ଏକ ଯାତ୍ରା କରିବାକୁ ଯୋଜନା କରିପାରନ୍ତି।

କୁମ୍ଭ: ଆଜି ଏହି ରାଶିର ଲୋକମାନେ ନିଜ କ୍ୟାରିୟରକୁ ନେଇ ସଜାଗ ରହିବେ। ଚାକିରିରେ ପରିବର୍ତ୍ତନର ସମ୍ଭାବନା ରହିଛି। ବଜାରରେ କାହା ସହିତ ଯୁକ୍ତିତର୍କ ହୋଇପାରେ। ନିଜ କ୍ରୋଧକୁ ନିୟନ୍ତ୍ରଣ କର ରଖନ୍ତୁ।

ମୀନ: ଏହି ରାଶିର ଲୋକମାନେ ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ସନ୍ତୁଳି ହେବେ। ଋଣ ରାଶି ପରିଶୋଧ କରିବାକୁ ସକ୍ଷମ ହେବେ। ବାହାର ବ୍ୟକ୍ତିଙ୍କ ଦ୍ୱାରା ନିଜ କାମ କରାଇବା ପରିବର୍ତ୍ତେ ସ୍ଥାନୀୟକୁ ପ୍ରାଥମିକତା ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.