ଆଜିର ଦିନ ଆରମ୍ଭ କରିବା ପୂର୍ବରୁ ଜାଣିନିଅନ୍ତି କେମିତି କଟିବ ଆପଣଙ୍କ ର ସମୟ!

ମେଷ: ସାଙ୍ଗ ପାଇଁ କିଛି ଧନ ଖର୍ଚ୍ଚ କରିବେ । କ୍ୟାରିଅରରେ ସଫଳତା ମିଳିବ । ଭୂମି ସମ୍ବନ୍ଧୀୟ ମାମଲାର ସମସ୍ୟା ଆସିପାରେ । ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।

ବୃଷ: ଆଜି ଆପଣଙ୍କର ଫଳପ୍ରଦ ହେବ । ଭାଇ ସହିତ ଆସିଥିବା ତିକ୍ତତା ମଧୁରତାରେ ପୁରିଯିବ ।ପୂଜାପାଠରେ ଅଧିକ ସମୟ ଦେବେ। ସ୍ତ୍ରୀ ଓ ମାଆଙ୍କ ପୂରା ସହଯୋଗ ପାଇବେ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି। ଆଜି କର୍ମକ୍ଷେତ୍ରର ସ୍ଥଗିତ କାର୍ଯ୍ୟ ସହଜରେ ସମ୍ପନ୍ନ ହେବ।

ମିଥୁନ: ଉଦ୍ଧାର ନେଇଥିଲେ ଫେରାଇଦେବେ । କାର୍ଯ୍ୟକ୍ଷେତ୍ରରେ ମନ ମୁତାବକ ଲାଭ ମିଳିବ । ମନ ପ୍ରସନ୍ନ ରହିବ । ସକରାତ୍ମକ ଭାବନା ବଜାୟ ରଖନ୍ତୁ। ଧୈର୍ଯ୍ୟ ଧରି କାମ କଲେ ସଫଳ ହେବେ। ସରକାରୀ କ୍ଷେତ୍ରରୁ ଲାଭ ମିଳିପାରେ। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ।

କର୍କଟ: ଆଜି ଆପଣ ଅତ୍ୟଧିକ ପରିଶ୍ରମ କରିବେ। କାମ ଯୋଗୁଁ ବ୍ୟସ୍ତ ରହିବେ । ଶକ୍ତିବାନ ଅନୁଭବ କରିବେ। ପରିଶ୍ରମର ତୁରନ୍ତ ଫଳ ମିଳିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ହେବ। ପ୍ରେମରେ ସଫଳତା ପାଇବେ। ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ।

ସିଂହ: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଭଲ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ସକାରାତ୍ମକ ବ୍ୟବହାରରେ ଲୋକମାନଙ୍କୁ ପ୍ରଭାବିତ କରିବେ।

କନ୍ୟା: ଜୀବନର ସଫଳତା ଲାଗି ଦିନଟିଏ। ଅଯଥା ଚିନ୍ତାରୁ ମୁକ୍ତି ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। ଅଫିସରେ ନୂଆ କାମ ମିଳିପାରେ।

ତୁଳା: ବେପାରରେ ମନପ୍ରାଣ ଢାଳି କାମ କରିବା ହେତୁ ଯଥେଷ୍ଟ ଲାଭ ପାଇବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନାର ସମ୍ଭାବନା ଅଛି। ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ।

ବିଛା: ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ବୃଦ୍ଧି ହେବ। ଆପଣଙ୍କୁ ଭଲ ସୁଯୋଗ ମିଳିପାରେ। ଘରୋଇ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ।

ଧନୁ: କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ସନ୍ଧ୍ୟାରେ ପ୍ରିୟ ବନ୍ଧୁଙ୍କ ସହିତ ହସଖୁସିର ସମୟ କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ।

ମକର: ଆପଣଙ୍କ ପ୍ରୟାସ ଲାଭଦାୟକ ପ୍ରମାଣିତ ହେବ। ରାଜ୍ୟ ବାହାରକୁ ଯିବାର ରାସ୍ତା ଉନ୍ମୁକ୍ତ ହେବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଜରୁରୀ କାମରେ ଯିବାକୁ ଥିଲେ ଆତ୍ମବିଶ୍ବାସ ବଜାୟ ରଖନ୍ତୁ।

କୁମ୍ଭ: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜନୀତିରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ।

ମୀନ: ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ଆପଣଙ୍କୁ ଶୀଘ୍ର ନୂଆ ଦାୟିତ୍ବ ମିଳିପାରେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ପରିବାରରେ ଲାଗି ରହିଥିବା ଦୀର୍ଘଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ।

 

Leave A Reply

Your email address will not be published.