Categories: ରାଶିଫଳ

ଜାଣନ୍ତୁ ଦିନଟି କେମିତି କଟିବ, ଆଜିର ଦିନ କାହା ପାଇଁ ଶୁଭ ଆଉ କାହା ପାଇଁ ଅଶୁଭ

ମେଷ : ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲି ମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

ବୃଷ : ଆଜିର ଦିନ ଅତ୍ୟନ୍ତ ଶୁଭ। ରାଜଯୋଗ ରହିଛି। ଆର୍ଥିକ, ବୃତ୍ତିଗତ କ୍ଷେତ୍ରରେ ଆଶାଠାରୁ ସଫଳତା ମିଳିବ। ଦେହ ମନ ସୁସ୍ଥ ରହିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ମିଥୁନ : ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟ କାରବାର କ୍ଷେତ୍ରରେ କ୍ଷତି ସହିବେ। ରାଜନୀତିରେ ଓ ସାଙ୍ଗଠନିକ ବିଭିନ୍ନ କାମ ହାତକୁ ନେଇ ନିନ୍ଦିତ ହୋଇପାରନ୍ତି।

କର୍କଟ : ସାହସିକ ପଦକ୍ଷେପ ନେବେ। ଆର୍ଥିକ ମେରୁଦଣ୍ଡ ସୁଦୃଢ ରହିବ। ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବେ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ଆନନ୍ଦମୟ ହେବ।

ସିଂହ : ପୂର୍ବରୁ ସମୟ ଖରାପ ଥିଲା। କିନ୍ତୁ ଏବେ ଭଲ ସମୟ ଆସିଛି। ଏଣୁ ଉଦ୍ୟମରେ ସଫଳତା ମିଳିବ। ନୂତନ କାମକୁ କାର୍ଯ୍ୟକାରୀ କରିବେ। ନିଜ ଶକ୍ତିକୁ ଠିକ ରୂପେ ବ୍ୟବହାର କରିବେ। ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ।

କନ୍ୟା : ଆଜି ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।

ତୁଳା : ଶାରୀରିକ ସୁସ୍ଥତା ଅନୁଭବ କରିବେ। ମାନ ସମ୍ମାନ ମିଳିବ। ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଜରୁରୀ କାର୍ଯ୍ୟରେ ବନ୍ଧୁ ସାହାଯ୍ୟ କରିବେ। ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

ବିଛା : ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁ ଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।

ଧନୁ : ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।

ମକର : ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁପ୍ତ ବୈଠକ କରିବେ। କୌଣସି ଭଲ ଖବର ମିଳିବାର ସମ୍ଭାବନା ରହିଛି। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ।

କୁମ୍ଭ : ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।

ମୀନ : ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର କାମ ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।

Swagatika

Recent Posts

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 min ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

8 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

16 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

16 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

34 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

34 mins ago