ଆଜିର ରାଶିଫଳ : ଜାଣନ୍ତୁ କ’ଣ ଘଟିବ ଆଜିର ଦିନରେ

ଆଜି ଦିନଟି ଆପଣଙ୍କର କାର୍ଯ୍ୟ ବ୍ୟସ୍ତତାରେ କଟିବ । ଚାକିରି କରୁଥିବା ବ୍ୟକ୍ତିଙ୍କ ଦିନ ଭଲରେ କଟିବ । ଲୋକଙ୍କ କଥାରେ ଆସନ୍ତୁ ନାହିଁ, ନଚେତ ଆପଣଙ୍କ ଫାଇଦା ଉଠାଇବେ । ବିରୋଧୀ ହାନି ପହଞ୍ଚାଇବାକୁ ଚାହିଁବେ । ବାଣୀରେ ସଂଜମତା ଆଣନ୍ତୁ ।

ମେଷ : ଆଜି ଦିନରେ ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ବ୍ୟବସାୟରେ ଅଗ୍ରଗତି ହେବ । ନାମ ଅର୍ଜନ କରିବେ । ପରିବାରରେ କାହର ଚାକିରି ପ୍ରାପ୍ତ ହେବାର ଖବର ମିଳିପାରେ ।

ବୃଷ : ଆଜି ଦିନଟି ଆପଣଙ୍କର କାର୍ଯ୍ୟ ବ୍ୟସ୍ତତାରେ କଟିବ । ଚାକିରି କରୁଥିବା ବ୍ୟକ୍ତିଙ୍କ ଦିନ ଭଲରେ କଟିବ । ଲୋକଙ୍କ କଥାରେ ଆସନ୍ତୁ ନାହିଁ, ନଚେତ ଆପଣଙ୍କ ଫାଇଦା ଉଠାଇବେ । ବିରୋଧୀ ହାନି ପହଞ୍ଚାଇବାକୁ ଚାହିଁବେ । ବାଣୀରେ ସଂଜମତା ଆଣନ୍ତୁ ।

ମିଥୁନ : ଦିନଟି ଆପଣଙ୍କ ପାଇଁ ସମସ୍ୟାମୂଳକ ରହିବ । ଆଧ୍ୟତ୍ମିକତା ପ୍ରତି ରୁଚି ବଢ଼ିବ । ବୟସ୍କ ଲୋକଙ୍କ କଥାକୁ ଧ୍ୟାନ ଦିଅନ୍ତୁ । ନଚେତ ସମ୍ପର୍କରେ ତିକ୍ତତା ଆସିପାରେ । ଆଜି ଧନ ଉଧାର ଦିଅନ୍ତୁ ନାହିଁ ।

କର୍କଟ : ଆଜିର ଦିନଟି ଆପଣଙ୍କ ପାଇଁ ସମ୍ମାନପୂର୍ଣ୍ଣ ରହିବ । ପରିବାରର ସମସ୍ତଙ୍କୁ ନେଇ ଚାଲିବାକୁ ଚେଷ୍ଟା କରିବେ । ତଥାପି ଆପଣ ସମସ୍ୟାରୁ ମୁକୁଳିବେ ନାହିଁ । କାହାଠାରୁ ଉଧାର ନିଅନ୍ତୁ ନାହିଁ । ନଚେତ ତାକୁ ସୁଝିବା ପାଇଁ ଆପଣଙ୍କୁ ଅସୁବିଧା ହୋଇପାରେ ।

ସିଂହ : ଆଜିର ଦିନଟି ଆପଣଙ୍କ ପାଇଁ କିଛି ନୂଆ କାମ କରିବାର ସୁଯୋଗ ଦେବ । ସକରାତ୍ମକ ହେଲେ କାମରେ ଲାଭ ପାଇବେ । ପଡିରହିଥିବା କାମକୁ ପୁରା କରନ୍ତୁ, ନଚେତ ପରେ ଅସୁବିଧା ହୋଇପାରେ । ଆପଣଙ୍କୁ କିଛି ଖୁସି ଖବର ମଳିପାରେ ।

କନ୍ୟା : ଦିନଟି ଧାଁ-ଦଉଡରେ କଟିବ । ବ୍ୟବସାୟ ପାଇଁ ବ୍ୟସ୍ତ ରହିବେ । ଦାମୀ ଜିନିଷ ପ୍ରତି ସାବଧାନ ରୁହନ୍ତୁ । କୌଣସି କାମକୁ ନେଇ ଖୁସି ହୋଇ ପାରନ୍ତି । ପରିବାରରେ ଭଲ ସମ୍ବନ୍ଧ ରହିବ ।

ତୁଳା : ଆଜି ଦିନରେ ଧନ ସମ୍ପର୍କିତ କାର୍ଯ୍ୟରେ ଲାଭ ପାଇବେ । ଆଶା ଠାରୁ ଅଧିକ ଧନଲାଭ ହେବା ଯୋଗୁ ପ୍ରସନ୍ନତାର ସୀମା ରହିବ ନାହିଁ । ହେଲେ କାହା ସହ ଅହଂକାର ପୂର୍ଣ୍ଣ କଥା କୁହନ୍ତୁ ନାହିଁ । ନଚେତ୍‌ ଝଗଡା ହୋଇପାରେ ।

ବିଚ୍ଛା : ଆଜି କାମରେ ତରବର ହୁଅନ୍ତୁ ନାହଁ । ନଚେତ୍‌ ସମସ୍ୟା ହୋଇପାରେ । ବ୍ୟବସାୟୀ ଅଧିକ ସତର୍କ ରୁହନ୍ତୁ । ଦେଖାଇବା ପାଇଁ ଅଧିକ ଧନ ବ୍ୟୟ କରନ୍ତୁ ନାହିଁ । ପରେ ଅସୁବିଧାରେ ପଡିପାରନ୍ତି । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । କେହି ବନ୍ଧୁ ଘରକୁ ଆସିପାରନ୍ତି ।

ଧନୁ : ପାରିବାରିକ ସମ୍ପର୍କରେ ମଧୁରତା ଆସିବ । ଯଦି ଗୋଟିଏ କାମରେ ଲକ୍ଷ୍ୟ ସ୍ଥିର କରିବେ ତେବେ ଲାଭବାନ ହେବେ । ବୟସ୍କଙ୍କ ଠାରୁ କିଛି ଉପଦେଶ ଗ୍ରହଣ କରନ୍ତୁ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମକର : ଆଜିର ଦିନ କ୍ୟାରିଅର ପାଇଁ ଭଲ ରହିବ । କାହା ସହ ମିଶିକରି ଯଦି ବ୍ୟବସାୟ କରନ୍ତି,ତେବେ ଭଲଭାବେ ପରଖନ୍ତୁ । ଘରର ସଫା ସୁତର କାମରେ ଧ୍ୟାଦ ଦେବେ । ପିଲାଙ୍କ କ୍ୟାରିଅରକୁ ନେଇ ଚିନ୍ତିତ ରହିପାରନ୍ତି ।

କୁମ୍ଭ : ଆଜି ଆପଣଙ୍କୁ କିଛି ବଡ ଲାଭ ପ୍ରାପ୍ତି ହୋଇପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ ରହିବ । ଦୀର୍ଘ ଦିନ ପଡି ରହିଥିବା କାର୍ଯ୍ୟ ଆଜି ସଫଳ ହୋଇପାରେ । କିଛି ବ୍ୟକ୍ତିଙ୍କ ସହ ମିଶି ପାରନ୍ତି । ଜୀବନସାଥୀଙ୍କୁ ନିଜ ମନ କଥା କହିବାର ସୁଯୋଗ ମିଳିବ ।

ମୀନ : ଦିନଟି ଖୁସିରେ କଟିବ । ସ୍ୱାସ୍ଥ୍ୟପ୍ରତି ସାବଧାନ ରୁହନ୍ତୁ । ଖାଦ୍ୟ ପାନୀୟରେ ପରିବର୍ତ୍ତନ ଆଣନ୍ତୁ । ବାଦ ବିବାଦରୁ ସାବଧାନ ରୁହନ୍ତୁ । ଧର୍ମକର୍ମ କାର୍ଯ୍ୟରେ ଭଲ ନାମ କମାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.