ଜାଣନ୍ତୁ ଆଜି କେମିତି ରହିବ ଆପଣଙ୍କ ଦିନ, ଭାଗ୍ୟଫଳ

ମେଷ : ଆଜି ଆପଣଙ୍କୁ କୌଣସି ବଡ଼ ଖୁସି ଖବର ମିଳିବ । ଛାତ୍ରମାନଙ୍କୁ କୌଣସି କମ୍ପାନୀରୁ ଇଣ୍ଟର୍ନଶିପ୍‌ର ଅଫର୍‌ ମିଳିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ବୃଷ : ଆଜି ଜୀବନସାଥୀଙ୍କ ସହଯୋଗ ପାଇବେ । ଅନ୍ୟ ସହରରେ ପାଠ ପଢ଼ୁଥିବା ଛାତ୍ରମାନଙ୍କ ପାଇଁ ଆଜିର ଦିନ ଭଲ। ସ୍ୱାସ୍ଥ୍ୟ ଭଲ ରହିବ ।

ମିଥୁନ : ଆଜି ଆପଣଙ୍କୁ ନୂଆ ସ୍ରୋତରୁ ଧନ ପ୍ରାପ୍ତି ହେବ । ଆପଣଙ୍କୁ କୌଣସି ଉତ୍ସବରେ ଯିବାର ମଉକା ମିଳିବ । ପୁରୁଣା କଥାକୁ ନେଇ ଆଜି ଚିନ୍ତିତ ରହିବେ ।

କର୍କଟ : ଆଜିର ଦିନ ବ୍ୟସ୍ତତାଭରା ରହିବ । ବିବାହିତ ଲୋକଙ୍କ ଜୀବନ ହସଖୁସିରେ କଟିବ । ମାଆ, ବାପା ନିଜ ପିଲାମାନଙ୍କ ସହିତ ଆଖପାଖ ଜାଗାକୁ ବୁଲିବାକୁ ଯିବେ ।

ସିଂହ : ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ବୁଲିବାର ଯୋଜନା ପ୍ରସ୍ତୁତ କରିବେ । ମନରେ ଆତ୍ମବିଶ୍ୱାସ ରହିବ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ ।

କନ୍ୟା : ଆଜି ସୋସିଆଲ ମିଡିଆ ଜରିଆରେ ଆପଣ କୌଣସି ବ୍ୟକ୍ତିଙ୍କ ସହ କଥା ହେବେ । ଆପଣଙ୍କ ଆର୍ଥିକ ପକ୍ଷ ମଜଭୁତ ହେବ । ବାପା ଆପଣଙ୍କ କଥା ବୁଝିବେ ।

ତୁଳା : ଆଜି ଆପଣଙ୍କ ଦିନ ଉତ୍ତମ ରହିବ । ସାଙ୍ଗମାନଙ୍କ ସହିତ ବାହାରକୁ ଯାଇ ଖୁସିର ମୁହୂର୍ତ୍ତ ବିତାଇବେ । ବ୍ୟବସାୟରେ ଉତ୍‌ଥାନ-ପତ୍ତନର ସ୍ଥିତି ରହିବ ।

ବିଛା : ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ଆପଣଙ୍କର କିଛି ଖାସ୍‌ କାମ ପୂରା ହେବାର ସମ୍ଭାବନା ରହିଛି । କଳାପ୍ରିୟ ଲୋକଙ୍କର ସମାଜରେ ମାନ ସମ୍ମାନ ବଢ଼ିବ ।

ଧନୁ : ଆଜିର ଦିନ ଭଲରେ କଟିବ । ସ୍କୁଲ ଦିନର କେହି ଜଣେ ପୁରୁଣା ବନ୍ଧୁ ଆପଣଙ୍କୁ ଭେଟିବେ । ସନ୍ତାନ ତରଫରୁ ସୁଖ ମିଳିବ ।

ମକର : ଆଜି ଆପଣଙ୍କ ଦିନ ଭଲ ରହିବ । ଲଭ୍‌ମେଟ୍ସ ପରସ୍ପରର ଭାବନା ବୁଝିବେ । ଆଜି ଆପଣ ଯେଉଁ ବି କାମ କରିବାକୁ ଚାହିଁବେ, ତାହା ସହଜରେ ପୂରା ହେବ ।

କୁମ୍ଭ : ଆଜି ପରିବାରରେ କୌଣସି ସଦସ୍ୟଙ୍କୁ ବଡ଼ ସଫଳତା ମିଳିବ । ଆଜି ନିଜ ଖର୍ଚ୍ଚ ଉପରେ ଲଗାମ ରଖନ୍ତୁ । ସବୁକିଛି ମନ ମୁତାବକ ହେବ ।

ମୀନ : ଆଜି ବୈବାହିକ ଜୀବନ ଖୁସିରେ ଭରି ରହିବ । ଅଫିସ୍‌ରେ ଅଧିକାରୀମାନଙ୍କର ସହଯୋଗ ମିଳିବ । ସନ୍ଧ୍ୟା ସମୟରେ ଟିକେ ଥକ୍କା ଅନୁଭବ କରିବେ ।

You might also like