ଆଜିର ରାଶିଫଳ: ଜାଣନ୍ତୁ କାହା ପାଇଁ ରହିଛି ଶୁଭଯୋଗ, ଆଉ କାହାର ଉନ୍ନତି

ମେଷ: ଶରୀର ସୁସ୍ଥ ରହିବା ସହ ଯାତ୍ରାରେ ବିଶେଷ ଲାଭବାନ୍ ହେବେ । ନିଜ କାର୍ଯ୍ୟରେ ସଫଳ ହେବେ । ରାଜନୀତିରେ ଶତ୍ରୁ ଓ ବିରୋଧୀମାନଙ୍କୁ ପରାସ୍ତ କରି ବିଜୟୀ ହେବେ। ବ୍ୟବସାୟରେ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ ।

ବୃଷ: ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବଜାୟ ରଖିବେ । କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବ ।

ମିଥୁନ : ସହଯୋଗୀମାନଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ବାଦବିବାଦ କ୍ଷେତ୍ରରେ ଜୟଯୁକ୍ତ ହେବେ। କର୍ମକ୍ଷେତ୍ରରେ ସୁଯୋଗ ହାତଛଡ଼ା ହେବାର ନାହିଁ। ପଡ଼ୋଶୀଙ୍କ ସହିତ ଲାଗି ରହିଥିବା ବିବାଦ ଦୂର ହେବ।

କର୍କଟ : ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବ। ଶିକ୍ଷାକ୍ଷେତ୍ରରେ ସଫଳତା ଅର୍ଜନ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପଦୋନ୍ନତିର ସୂଚନା ପାଇ ପାରନ୍ତି। ନିଜର ଯୋଗ୍ୟତା ଓ କ୍ଷମତାରୁ ବହୁତ ଲାଭ ମିଳିବ।

ସିଂହ: ଆଜି ଶାରୀରିକ ପୀଡ଼ା ଦେଖାଦେଇପାରେ। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘର ପାଇଁ ନୂଆ ଜିନିଷ କିଣି ପାରନ୍ତି। ପିଲାଙ୍କ କାର୍ଯ୍ୟରେ ଖୁସି ହେବେ। କିଛି ନୂଆ କାର୍ଯ୍ୟ କରିବାକୁ ଯୋଜନା କରିବେ।

କନ୍ୟା : ଦୀର୍ଘ ଦିନରୁ ଅଟକି ରହିଥିବା କାମ ଶେଷ ହେବ । ଦୃଢ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆଗକୁ ବଢିପାରିବେ। କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ତୁଳା : ଆଜି ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ । ପାରିବାରିକ ସମସ୍ୟାର ସମାଧାନ ଘଟିବ ।ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ।

ବିଛା : ଯେଉଁମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟତମ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। ଆଜି ଆପଣଙ୍କ ଉର୍ଜା ଓ ଭଲ ବ୍ୟବହାର ଯୋଗୁଁ ଆଖ-ପାଖ ଲୋକ ଖୁସି ହେବେ। ଆପଣଙ୍କ ଶକ୍ତିର ସ୍ତର ବଢ଼ିବ।

ଧନୁ : ମାନସିକ ଅସ୍ଥିରତା ଯୋଗୁଁ କାର୍ଯ୍ୟହାନୀ ଘଟିପାରେ, ସେଥିପାଇଁ ସତର୍କ ରୁହନ୍ତୁ। ସନ୍ତାନ ପାଇଁ ଚିନ୍ତିତ ରହିବେ । ପରିବାରରେ ବିଶୃଙ୍ଖଳା ଦେଖାଦେଇପାରେ। ଦୁର୍ଘଟଣା ଭୟ ଥିବାରୁ ଯାନବାହନ ଚଳାଚଳ କଲାବେଳେ ସତର୍କ ରୁହନ୍ତୁ।

ମକର : ଆଜି ଯାହା କରିବାକୁ ଚାହୁଁଛନ୍ତି, ତାହା ସମ୍ପନ୍ନ କରିବା ସହଜସାଧ୍ୟ ହେବନାହିଁ। କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେବା କାରଣରୁ ସକାଳର ଖୁସି ଅପରାହ୍ନକୁ ରହି ନ ପାରେ। ସଭାସମିତିରେ ସମ୍ମାନୀୟ ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ପାଇବେ।

କୁମ୍ଭ : ଆଜି ଦୈହିକ ସୁସ୍ଥତା ସାଙ୍ଗକୁ ମାନସିକ ଶାନ୍ତି ଆପଣଙ୍କ ଜୀବନଯାତ୍ରାକୁ ସରଳୀକୃତ କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଉପକୃତ ହେବେ। ପରିବାରରେ ଏମିତି କେତେକ କଥା ଘଟିପାରେ, ଯାହାକି ଅନ୍ତର୍ଦାହ ସୃଷ୍ଟି କରିପାରେ। ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ।

ମୀନ : ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ବଡ଼ ସୁଯୋଗ ମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାରରେ କୌଣସି ଦାୟିତ୍ବ ଗ୍ରହଣ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.