ମେଷ : ଦିନଟି ଠିକଠାକ୍ ରହିବ । ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ । ଯାନବାହାନ ସୁଖ ମିଳିପାରେ । ଚାକିରି ଓ ଶିକ୍ଷାକ୍ଷେତ୍ରରେ ଉନ୍ନତି ହେବ । ବୈବାହିକ ଜୀବନରେ ମଧୁରତା ଆସିବ ।
ବୃଷ : କର୍ମକ୍ଷେତ୍ରରେ ଚଞ୍ଚଳ ରହିବେ । ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତିି । ମନ ପ୍ରସନ୍ନ ରହିବ । କନ୍ୟା ସନ୍ତାନ ପାଇଁ ଗର୍ବ ଅନୁଭବ କରିପାରନ୍ତି । ସରକାରୀ ଚାକିରିଆଙ୍କ ଟ୍ରାନ୍ସଫର ହୋଇପାରେ ।
ମିଥୁନ : ଆତ୍ମବିଶ୍ୱାସୀ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପରିବାରରେ ସୁଖ-ଶାନ୍ତି ବଜାୟ ରହିବ । ଆକସ୍ମିକ ଧନ ଲାଭ ହୋଇପାରେ । ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି ।
କର୍କଟ : ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ସରକାରୀ ସ୍ତରରୁ ଲାଭ ହୋଇପାରେ । କର୍ମକ୍ଷେତ୍ରରେ ସମସ୍ୟା ଉପୁଜିପାରେ । ଆୟ ବୃଦ୍ଧି ହେବ ।
ସିଂହ : ଧୈର୍ଯ୍ୟବାନ ହେବେ । ବିଦ୍ୟାର୍ଥିମାନଙ୍କ ପାଇଁ ଦିନଟି ବେଶ୍ ଭଲ । ଛୋଟ ଯାତ୍ରାର ଆୟୋଜନ କରିପାରନ୍ତି । ଚାକିରୀରେ ପ୍ରମୋଶନ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
କନ୍ୟା : ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ । ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତ ରହିପାରେ କିନ୍ତୁ ସବୁ ଠିକ ହୋଇଯିବ । କଥା ଉପରେ ନିୟନ୍ତ୍ରଣ ରଖିବେ, ନଚେତ୍ କ୍ଷତି ହୋଇପାରେ ।
ତୁଳା : ମନୋବଳ ଦୃଢ଼ ରହିବ । ସ୍ୱାସ୍ଥ୍ୟର ଧ୍ୟାନ ରଖିବେ । ନକରାତ୍ମାକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ । ମଧୁର କଥାରେ ପରକୁ ଆପଣାର କରିପାରନ୍ତି । ସରକାରୀ ସହାୟତା ମିଳିପାରେ ।
ବିଛା : ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ପ୍ରତିଭା ବଢ଼ିପାରେ । ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି । ପାରିବାରିକ ସମସ୍ୟାର ସମାଧାନ ଘଟିବ,ଏଦିଗରେ ଜଣେ ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବେ ।
ଧନୁ : ଆକସ୍ମିକ ଭାବରେ ସାଙ୍ଗଙ୍କ ସହ ବୁଲିବାକୁ ଯାଇପାରନ୍ତି । ଯାନବାହାନ ଚଳାଚଳରେ ସତର୍କ ରୁହନ୍ତୁ । ପରିଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ ।
ମକର : କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତ କରିବେ । ଚାକିରୀରେ ଦରମା ବୃଦ୍ଧିହେବାର ସମ୍ଭାବନା ରହିଛି । କମ୍ପିଟେଟିଭ ଦେଇଥିବା ପିଲାମାନଙ୍କୁ ଭଲ ରେଜଲ୍ଟ ମିଳିବ । ପ୍ରେମୀମାନେ ନିଜ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ରେ ଯାଇପାରନ୍ତି ।
କୁମ୍ଭ : ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଆଥିର୍କ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ । ଦୀର୍ଘ ଦିନ ଧରି ଚାକିରୀ ଖୋଜୁଥିବା ଲୋକଙ୍କୁ ଭଲ ଚାକିରୀ ଅଫର ଆସିପାରେ ।
ମୀନ : କଳା, ରାଜନୀତି, ରିସର୍ଚ୍ଚ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଖୁବ୍ ଭଲ । ନୂତନ ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ହୋଇପାରନ୍ତି । କ୍ୟାରିୟରକୁ ନେଇ ଖୁସି ଖବର ମିଳିପାରେ ।